ETV Bharat / bharat

Karnataka: ସନ୍ଦେହଜନକ ଅବସ୍ଥାରେ ମିଳିଲା ଗୋଟିଏ ପରିବାର 4 ଜଣଙ୍କ ମୃତଦେହ, ଜୀବନ ହାରିଥିବା ସନ୍ଦେହ

author img

By ETV Bharat Odisha Team

Published : Aug 28, 2023, 7:41 AM IST

କର୍ଣ୍ଣାଟକ ମହୀଶୂରରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ଗୋଟିଏ ପରିବାର 4 ଜଣଙ୍କ ମୃତଦେହ । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ

Karnataka: ସନ୍ଦେହଜନକ ଅବସ୍ଥାରେ ମିଳିଲା ଗୋଟିଏ ପରିବାର 4 ଜଣଙ୍କ ମୃତଦେହ, ଗଣଆତ୍ମହତ୍ୟା ସନ୍ଦେହ

ବେଙ୍ଗାଲୁରୁ: ମହୀଶୂରରେ ଗୋଟିଏ ପରିବାର 4 ସଦସ୍ୟଙ୍କ ମୃତଦେହ ଘର ଭିତରୁ ସନ୍ଦେହଜକ ଅବସ୍ଥାରେ ଉଦ୍ଧାର ହୋଇଛି । ଏହି ପରିବାରଟି ଭଡା ଘରେ ରହୁଥିଲେ । ଗତକାଲି (ରବିବାର) ଅପରାହ୍ନରେ ପରିବାରର ଚାରିଜଣ ସଦସ୍ୟଙ୍କ ମୃତଦେହ ସମ୍ପୃକ୍ତ ଭଡା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ଠାବ କରିବା ପରେ ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପୋଲିସ ଏହି ସୂଚନା ପାଇ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ଗଣଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ମହାଦେବ ସ୍ୱାମୀ (45), ତାଙ୍କ ପତ୍ନୀ ଅନୀତା (38) ଏବଂ ଝି ଚନ୍ଦ୍ରକଳା (17) ଏବଂ ଧନଲକ୍ଷ୍ମୀ (15)ଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ବାନ୍ଦିପାଲିଆରେ ମହାଦେବ ସ୍ୱାମୀଙ୍କର ଏକ ପନିପରିବା ଦୋକାନ ଥିଲା । ତେବେ ପୂର୍ବରୁ ସବୁକିଛି ଠିକଠାକ ଥିଲା ବେଳେ ଗତ ଦୁଇ ଦିନ ଧରି ଏହି ପରିବାର କବାଟ ଖୋଲୁନଥିବା ପଡୋଶୀମାନଙ୍କ ନଜରକୁ ଆସିଥିଲା । ଗତକାଲି(ରବିବାର) ପଡୋଶୀମାନେ ଘରର କବାଟ ଖୋଲିଥିଲେ । ସନ୍ଦେହଜନକ ଅବସ୍ଥାରେ 4 ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ :-Muzaffarnagar slap row: ରାତିରେ ଶୋଇନଥିଲା ପୀଡିତ ଛାତ୍ର ! ମିରଟରେ ହେଲା ହେଲଥ୍‌ ଚେକ-ଅପ

ଜଣେ ସ୍ଥାନୀୟ ପୋଲିସ୍ ଅଧିକାରୀ କହିଛନ୍ତି, ‘‘ଭିତର କବାଟ ଭିତରୁ ତାଲା ପଡିଥିଲା । ତେଣୁ ଆମେ ପଛ କବାଟ ଖୋଲି ସମସ୍ତ 4 ଜଣଙ୍କୁ ମୃତ ଅବସ୍ଥାରେ ପାଇଲୁ । ବିଲ୍ଡିଂର ମାଲିକ ପ୍ରଥମ ମହଲାରେ ରହୁଥିବା ବେଳେ ପୀଡିତାଙ୍କ ପରିବାର ଗତ ଦୁଇମାସ ଧରି ଭଡ଼ାଟିଆ ଭାବେ ତଳ ମହଲାରେ ରହୁଥିଲେ । ହେଲେ ଏହା ଏବେ ସୁଦ୍ଧା କିଛି କହିହେବନି । ତଦନ୍ତ ଜାରି ରହିଛି । ଘରର ମାଲିକ ଓ ପଡୋଶୀଙ୍କୁ ମଧ୍ୟ ସମ୍ପୃକ୍ତ ମୃତକ ପରିବାର ସମ୍ପର୍କରେ ପଚରା ଉଚରା କରାଯାଇ ତଥ୍ୟ ସଂଗ୍ରହ କରାଯାଉଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟ ସ୍ଥିତି ଦେଖି ଏହା କେଉଁ ପ୍ରକାର ମାମଲା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.