ETV Bharat / bharat

ପୂର୍ବାହ୍ନ ୧୧ ଟାରେ ବାସବରାଜ ବୋମାଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ - Karnataka CM Basavaraj Bommai

କିଛି ସମୟ ମଧ୍ୟରେ ମଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବାସବରାଜ ବୋମାଇ ବିଗତ ୨୦୦୮ ମସିହାରେ ଜନତା ଦଳ(ଏସ) ଛାଡି ବିଜେପିରେ ସାମିଲ ହୋଇଥିଲେ । ସେହି ଦିନ ଠାରୁ ଦଳରେ ତାଙ୍କର ପ୍ରଭାବ ବଢିବାରେ ଲାଗିଥିଲା । ଅଧିକ ପଢନ୍ତୁ...

Karnataka CM
Karnataka CM
author img

By

Published : Jul 28, 2021, 10:07 AM IST

ବେଙ୍ଗାଲୁର: କର୍ଣ୍ଣାଟକ ରାଜନୀତି ଆକାଶରେ ଆସିଥିବା ସାମୟିକ ସଂକଟ ଏବେ ଟଳିଯାଇଛି । ବିଜେପି ନେତୃତ୍ବର ରଣନୀତି ପାଇଁ ପ୍ରଶମତି ହୋଇଛି ସମସ୍ୟା । ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ବାସବରାଜ ବୋମାଇ ଆଜି (ବୁଧବାର) ଆଉ କିଛି ସମୟ ପରେ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୧ ଟାରେ ରାଜଭବନ ପରିସରରେ ଶପଥ ନେବ ନୂଆ ମନ୍ତ୍ରୀ ମଣ୍ଡଳ ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଶାସନ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ୩ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ । ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସୁଥିବା ବେଳେ, ଉପ-ମୁଖ୍ୟମନ୍ତ୍ରୀ ହେବାକୁ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ୱାଇ ଅଶୋକ, ଗୋବିନ୍ଦ କରଜୋଲ(ଏସସି) ଓ ଶ୍ରୀରାମାଲ୍ଲୁ (ଏସଟି) ସମ୍ପ୍ରଦାୟରୁ ସାମିଲ ଅଛନ୍ତି ।

ଏହାପୂର୍ବରୁ ଗତକାଲି(ମଙ୍ଗଳବାର) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହୋଇଥିବା ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କାମଚଳା ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କ ନା ପ୍ରସ୍ତାବ ରଖିଥିଲେ । ଯାହାକୁ ସମସ୍ତ ବିଧାୟକ ସମର୍ଥନ କରିଥିଲେ । ବୈଠକ ପରେ ବିଧାୟକଙ୍କ ନିଷ୍ପତିକୁ ଘୋଷଣା କରିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ।

କିଛି ସମୟ ମଧ୍ୟରେ ମଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବାସବରାଜ ବୋମାଇ ବିଗତ ୨୦୦୮ ମସିହାରେ ଜନତା ଦଳ(ଏସ) ଛାଡି ବିଜେପିରେ ସାମିଲ ହୋଇଥିଲେ । ସେହି ଦିନ ଠାରୁ ଦଳରେ ତାଙ୍କର ପ୍ରଭାବ ବଢିବାରେ ଲାଗିଥିଲା । ପୂର୍ବରୁ ୟେଦିରୁପ୍ପା ସରକାରରେ ବାସବରାଜ ବୋମାଇ ଜଳ ସଂଶାଦନ ମନ୍ତ୍ରୀ ଥିଲେ । ଆଉ ଏବେ ଭଙ୍ଗ ହୋଇଥିବା ମନ୍ତ୍ରୀ ମଣ୍ଡଳରେ ଗୃହମନ୍ତ୍ରୀ ଥିଲେ ବାସବରାଜ ବୋମାଇ । ଆଉ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ମଧ୍ୟ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ।

ଅନ୍ୟପଟେ ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୨ ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା କେବଳ ୩ ଜଣ ନେତା ପୁରା ୫ ବର୍ଷ କାର୍ଯ୍ୟକାଳ ପୁରା କରିପାରିଛନ୍ତି । ଆଉ ୯ ଜଣ ମୁଖ୍ୟମନ୍ତ୍ରୀ ଏକବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.