ETV Bharat / bharat

Karauli Violence: ଆକ୍ସନ ମୋଡରେ ପୋଲିସ, ୩୧ ଗିରଫ - ରାଜସ୍ଥାନରେ ହିନ୍ଦୁ ନବବର୍ଷ ପାଳନ ବେଳେ ଦଙ୍ଗା ଖବର

ରାଜସ୍ଥାନ କରୌଲିରେ ଚଳିତ ମାସ ୨ ଅପ୍ରେଲରେ ହିନ୍ଦୁ ନବବର୍ଷ ପାଳନ ବେଳେ ହୋଇଥିବା ଦଙ୍ଗାକୁ ନେଇ ଆକ୍ସନ ମୋଡରେ ପୋଲିସ । ତେବେ ୨ ଅପ୍ରେଲରେ ଆୟୋଜିତ ହୋଇଥିବା ବାଇକ ରାଲିରେ ପଥର ଫିଙ୍ଗିବା, ଛୁରାମାଡ, ପୋଡାଜଳା, ଜବରଦଖଲକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ଗଠନ କରି ଆରମ୍ଭ କରିଛି ଜୋରଦାର ଉଦ୍ୟମ । ଏପଟେ ଫେରାର ଥିବା ୪ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ

କରୌଲି ଦଙ୍ଗା: ଆକ୍ସନ ମୋଡରେ ପୋଲିସ, ୩୧ ଗିରଫ
କରୌଲି ଦଙ୍ଗା: ଆକ୍ସନ ମୋଡରେ ପୋଲିସ, ୩୧ ଗିରଫ
author img

By

Published : Apr 28, 2022, 7:14 AM IST

ରାୟପୁର: ରାଜସ୍ଥାନ କରୌଲିରେ ଚଳିତ ମାସ ୨ ଅପ୍ରେଲରେ ହିନ୍ଦୁ ନବବର୍ଷ ପାଳନ ବେଳେ ହୋଇଥିବା ଦଙ୍ଗାକୁ ନେଇ ଆକ୍ସନ ମୋଡରେ ପୋଲିସ । ତେବେ ୨ ଅପ୍ରେଲରେ ଆୟୋଜିତ ହୋଇଥିବା ବାଇକ ରାଲିରେ ପଥର ଫିଙ୍ଗିବା, ଛୁରାମାଡ, ପୋଡାଜଳା, ଜବରଦଖଲକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ଗଠନ କରି ଆରମ୍ଭ କରିଛି ଜୋରଦାର ଉଦ୍ୟମ । ଏପଟେ ଫେରାର ଥିବା ୪ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଯୋଜନା କରୁଛି ।

କରୌଲି ଦଙ୍ଗା: ଆକ୍ସନ ମୋଡରେ ପୋଲିସ, ୩୧ ଗିରଫ

ସେପଟେ ସମ୍ପତ୍ତି ଜବତ ନେଇ କୋର୍ଟରୁ ଖାଲି ୱାରେଣ୍ଟ ଜାରି ହେବା ପରେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରାଯିବ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଏହି ଘଟଣାକୁ ନେଇ କରୌଲି ପୋଲିସ ଏସପି ଶୈଳନ୍ଦ୍ର ସିଂ ଇନ୍ଦୌଲିଆ ଏହି ସୂଚନା ପ୍ରଦାନ କରିଛନ୍ତି । ଏସପି ଶୈଳନ୍ଦ୍ର ସିଂଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଅପ୍ରେଲ ୨ ତାରିଖରେ ହିନ୍ଦୁ ନବ ବର୍ଷକୁ ଉପଲକ୍ଷେ କରୌଲିରେ ଏକ ବାଇକ ରାଲି ହୋଇଥିଲା । ତେବେ ଫୁଟାକୋଟ ଛକ ନିକଟ ହାଟବାରା ମାର୍କେଟରେ ନିକଟରେ କିଛି ଅସାମାଜିକ ଲୋକେ ପଥର ଫିଙ୍ଗିଥିଲେ । ପଥର ଫିଙ୍ଗିବା କାରଣରୁ ୪୨ରୁ ଅଧିକ ଲୋକ ଆହତ ହୋଇଥିଲେ । ଖାଲି ଏତିକରେ ଉତ୍ତେଜନା କମି ନଥିଲା ଅଭିଯୁକ୍ତମାନେ ଛୁରାମାଡ଼ ସହ ପୋଡାଜଳା ମଧ୍ୟ କରିଥିଲେ ।

ଅପରପକ୍ଷରେ ଘଟଣା ଘଟିବାର କିଛି ସମୟ ମଧ୍ୟରେ ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୩୧ ଜଣଙ୍କୁ ଗିରଫ କରିଥିଲେ । ଏଥିରେ ସାମିଲ ଥିବା ମୁଖ୍ୟ ୪ ଅଭିଯୁକ୍ତ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ଚଢାଉ କରାଯାଇଛି । ତେବେ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ କରୌଲି ମ୍ୟୁନିସିପାଲିଟି କାଉନସିଲର ପୂର୍ବତନ ଅଧ୍ୟକ୍ଷ ରାଜାରାମ ଗୁରୁଜାର, ହିନ୍ଦୁ ସେନାର ରାଜ୍ୟ ସଭାପତି ସାହାବ ସିଂ ଗୁରୁଜାର, କାଉନସିଲର ମତଲୁବ ଅହମ୍ମଦ ଏବଂ ଅନ୍ଚି ରହିଛନ୍ତି । ଏଥିସହ ଏମାନଙ୍କୁ ଧରିବା ଲାଗି ଏସଆଇଟି ଟିମ ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ପୋଲିସ ଟିମ ଗଠନ କରାଯାଇଛି ।

ଅନ୍ୟପଟେ ଏହି ଘଟଣା ପରେ ସହରରେ ୧୫ ଦିନ ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା । ଏହି ମାମଲରେ କୋଟୱାଲି ପୋଲିସ ଷ୍ଟେସନରେ ୨୦ରୁ ଅଧିକ ଲୋକ ଏକ ମାମଲା ରୁଜୁ କରିଛନ୍ତି । ସେହିପରି କର୍ଫ୍ୟ ସମୟରେ ଇଣ୍ଟରନେଟକୁ ମଧ୍ୟ ବନ୍ଦ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.