ETV Bharat / bharat

ଇସ୍ତଫା ଦେଲେ କେନ୍ଦ୍ର ସରକାରଙ୍କ ଆର୍ଥିକ ପରାମର୍ଶଦାତା K V Subramanian - କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ

ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରମଣ୍ୟମ । ଭାରତ ସରକାରରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରେ ନିଜର 3 ବର୍ଷ କାର୍ଯ୍ୟକାଳ ପୁରା ହେବା ପରେ ଶିକ୍ଷା ଜଗତକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ସୁବ୍ରମଣ୍ୟମ । ଅଧିକ ପଢନ୍ତୁ...

ଇସ୍ତଫା ଦେଲେ କେନ୍ଦ୍ର ସରକାରଙ୍କ ଆର୍ଥିକ ପରାମର୍ଶଦାତା K V Subramanian

author img

By

Published : Oct 8, 2021, 9:22 PM IST

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ । ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରମଣ୍ୟମ । ଭାରତ ସରକାରରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରେ ନିଜର 3 ବର୍ଷ କାର୍ଯ୍ୟକାଳ ପୁରା ହେବା ପରେ ଶିକ୍ଷା ଜଗତକୁ ପ୍ରତ୍ୟାବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ସୁବ୍ରମଣ୍ୟମ ।

ଟ୍ବିଟରରେ ଏକ ଚିଠି ସେୟାର କରି ସୁବ୍ରମଣ୍ୟମ କହିଛନ୍ତି, ଦେଶର ସେବା କରିବା ଏକ ସୌଭାଗ୍ୟ । ଏଥିରୁ ମୋତେ ଅଦ୍ଭୁତ ସମର୍ଥନ ଓ ପ୍ରୋତ୍ସାହନ ମିଳିଛି । ଏହି ବିଶେଷ ଅଧିକାର କ୍ଷେତ୍ରରେ ଆସିଥିବା ଦାୟିତ୍ବ ସହ ନ୍ୟାୟ କରିବା ପାଇଁ ନିଜ ସର୍ବଶ୍ରେଷ୍ଠ ପ୍ରୟାସ କରିଥିବା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ସୁବ୍ରମଣ୍ୟମ ।

ଅନ୍ୟପକ୍ଷେ କେଭି ସୁବ୍ରମଣ୍ୟମଙ୍କ ଇସ୍ତଫା ପରେ କେନ୍ଦ୍ରର ମୋଦି ସରକାରଙ୍କ ପକ୍ଷରୁ ଏହି ପଦରେ ନୂଆ ନାଁ ଘୋଷଣା କରାଯାଇନାହିଁ । ସେପଟେ କେଭି ସୁବ୍ରମଣ୍ୟମଙ୍କ ଇସ୍ତଫାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁବ୍ରମଣ୍ୟମଙ୍କ ପକ୍ଷରୁ କରାଯାଇଥିବା ଟ୍ବିଟକୁ ରିଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, କେଭି ସୁବ୍ରମଣ୍ୟମଙ୍କ ସହ କାମ କରିବା ଖୁସିର କଥା । ତାଙ୍କର ଏକାଡେମିକ ପ୍ରତିଭା, ଆର୍ଥିକ ଓ ନୀତିଗତ ମାମଲାରେ ଅଦ୍ବିତୀୟ ଦୃଷ୍ଟିକୋଣ ଉଲ୍ଲେଖନୀୟ । ଭବିଷ୍ୟତ ପାଇଁ ସୁବ୍ରମଣ୍ୟମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.