ETV Bharat / bharat

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

author img

By

Published : Aug 27, 2022, 9:34 AM IST

Updated : Aug 27, 2022, 10:49 AM IST

ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ(Justice UU Lalit takes oath CJI) । ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ସେ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Droupadi Murmu) ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ୟୁୟୁ ଲଳିତଙ୍କ ତିନି ପିଢି ଉପସ୍ଥିତ ଥିଲେ । ଶୁକ୍ରବାର ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ୍ ଲଳିତ୍ ପରବର୍ତ୍ତୀ CJI ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଜଷ୍ଟିସ୍ ୟୁୟୁ ଲଳିତଙ୍କ ପରିବାର:

ଜଷ୍ଟିସ୍ ୟୁୟୁ ଲଳିତଙ୍କ ଘର ମହାରାଷ୍ଟ୍ରରେ । ତାଙ୍କର ୯୦ ବର୍ଷୀୟ ଜେଜେବାପା ରଙ୍ଗନାଥ ଲଳିତ୍ ଜଣେ ଆଇନଜୀବୀ ଥିଲେ । ଭାରତ ସ୍ବାଧୀନ ହେବା ପୂର୍ବରୁ ସେ ସୋଲାପୁରରେ ଓକିଲାତି କରୁଥିଲେ । ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ପିତା ଉମେଶ ରଙ୍ଗନାଥ ଲଲିତ୍ ମଧ୍ୟ ସୋଲାପୁରରେ ଓକିଲାତି ଆରମ୍ଭ କରିଥିଲେ । ଜଷ୍ଟିସ୍‌ ଲଳିତଙ୍କ ପତ୍ନୀ ଅମିତା ଲଳିତ୍ ଜଣେ ଶିକ୍ଷାବିତ୍ ଅଟନ୍ତି । ସେ ନୋଏଡା ଠାରେ ଏକ ସ୍କୁଲ ପରିଚାଳିତ କରୁଛନ୍ତି । ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ବଡ ପୁଅ ଶ୍ରେୟାସ୍ ଲଳିତ୍ ଇଞ୍ଜିନିୟରିଂ ପରେ ଓକିଲାତି କରୁଥିବା ବେଳେ ତାଙ୍କର ପତ୍ନୀ ମଧ୍ୟ ଓକିଲ ଅଟନ୍ତି । ସାନ ପୁଅ ହର୍ଷଦ ୟୁଏସରେ ରିସର୍ଚ୍ଚ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ୟୁୟୁ ଲଳିତଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ବାପା ଓ ପୁଅ ମଧ୍ୟ ଆଇନ କ୍ଷେତ୍ର ସହ ଜଡିତ ଅଛନ୍ତି ।

ୟୁୟୁ ଲଳିତ୍ ଦିଲ୍ଲୀରେ ଅପରାଧିକ ମାମଲା ଲଢି ଟପ୍‌ କ୍ରିମିନାଲ ଲୟର(Criminal lawyer) ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ତାଙ୍କୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ସୁଯୋଗ ମିଳିଥିଲା । ୨୦୧୪ରେ ସେ ଜଣେ ଆଇନଜୀବୀରୁ ସେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ । ସୂଚନାଥାଉକି, ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା(Justice Ramana) ବିଦାୟ ନେଇଥିଲେ । ଏହାପରେ ଜଷ୍ଟିସ୍ ୟୁୟୁ ଲଳିତଙ୍କୁ((Justice UU Lalit) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି ।

Last Updated : Aug 27, 2022, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.