ETV Bharat / bharat

ବିହାରରେ ମିଳୁନି ମଦ, କୋଲକାତାକୁ ଚାଲିଯାଉଛନ୍ତି ପର୍ଯ୍ୟଟକ କହିଲେ ଜୀତନରାମ ମାଞ୍ଝୀ

author img

By

Published : Jan 28, 2023, 10:19 PM IST

ବିହାରରେ ମଦ ନିଷେଧକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କର ମଜାଦାର ଭାଷଣ । ବୋଧଗୟାଠାରେ ଅନ୍ତର୍ଜାତୀୟ ବୌଦ୍ଧ ମହୋତ୍ସବ ଉଦ୍‌ଘାଟନ ସମାରୋହରେ ଯୋଗଦେଇ ବିହାରରେ ମଦ ଉପରୁ କଟକଣା ହଟାଇବା ପଇଁ କହିଛନ୍ତି ଜୀତନରାମ ମାଞ୍ଝୀ । ମଦ ନମିଳିବାରୁ ବିହାରକୁ ଆସୁଥିବା ପର୍ଯ୍ୟଟକ ଝାଡ଼ଖଣ୍ଡ ଓ କୋଲକାତା ଚାଲିଯାଉଛନ୍ତି ବୋଲି ସେ କହିଛନ୍ତି ।

ବିହାରରେ ମଦ ନିଷେଧକୁ ନେଇ ଜୀତନରାମ ମାଞ୍ଝୀଙ୍କ ଭାଷଣ

ପାଟନା: ବିହାରରେ ମଦ ନିଷିଦ୍ଧ ହେବା ଫଳରେ ବିହାର ସରକାରଙ୍କର ଅନେକ କ୍ଷତି ହେଉଥିବା କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀ । ବିହାରର ବୋଧଗୟାଠାରେ ଅନ୍ତର୍ଜାତୀୟ ବୌଦ୍ଧ ମହୋତ୍ସବ ଉଦ୍‌ଘାଟନ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବିହାରକୁ ଆସୁଥିବା ପର୍ଯ୍ୟଟକ ଝାଡ଼ଖଣ୍ଡ ଓ କୋଲକାତା ଚାଲିଯାଉଛନ୍ତି । ଫଳରେ ବିହାରକୁ ଆସିବାକୁ ଥିବା ଟଙ୍କା ଝାଡ଼ଖଣ୍ଡ ଓ କୋଲକାତାକୁ ଚାଲି ଯାଉଛି ବୋଲି ସେ କହିଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କର ଏଭଳି କଥା ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଲେ ।

ବୋଧଗୟାଠାରେ ଅନ୍ତର୍ଜାତୀୟ ବୌଦ୍ଧ ମହୋତ୍ସବ ଉଦ୍‌ଘାଟନ ସମାରୋହରେ ଯୋଗଦେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀ କହିଛନ୍ତି, " ଅତି ସର୍ବତ୍ର ବର୍ଜୟେତ । ଅତି ଲେମ୍ବୁ ଚିପୁଡ଼ିଲେ ପିତା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଏନେଇ କଥା ହେବା ଉଚ୍ଚିତ । ମଦ ନିଷେଧ ହେବା ଫଳରେ ରାଜ୍ୟ ସରକାରଙ୍କର କ୍ଷତି ହେଉଥିବା ବିଷୟକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିବା ଉଚ୍ଚିତ । ବିହାରକୁ ଆସୁଥିବା ପର୍ଯ୍ୟଟକ ବାରଣାସୀ, କୋଲକାତା ଓ ଝଝାଡ଼ଖଣ୍ଡ ଅଭିମୁଖେ ଯାଉଛନ୍ତି । କାରଣ ସେମାନଙ୍କର ଖାଇବା ଓ ପିଇବାର ବ୍ୟବସ୍ଥା ଆମେ କରି ପାରୁନାହେଁ ।"

ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ହସିବାକୁ ଲାଗିଲେ ଲୋକେ: ରାଜ୍ୟରେ ମଦ ନିଷେଧକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କର ଭାଷଣ ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଲେ । ଜୀତନରାମ କହିଲେ, "ଲୋକମାନେ ଆସୁଛନ୍ତି ଓ ଚାଲି ଯାଉଛନ୍ତି । କାରଣ ରହିବା, ଖାଇବା ଓ ପିଇବାର ଭଲ ବ୍ୟବସ୍ଥା ବିହାରରେ ନାହିଁ । ବିହାରକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ମଦ ନମିଳିବାରୁ ସେମାନେ ଝାଡ଼ଖଣ୍ଡ ଓ କୋଲକାତା ଚାଲିଯାଉଛନ୍ତି । ସେଥିପାଇଁ ବିହାରକୁ ବିଦେଶୀ ଅର୍ଥ ଆସୁନାହିଁ । ଯଦି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଚାହିଁବେ, ତେବେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କହି ପାରନ୍ତି । ବିହାରରେ ମଦ ବ୍ୟବସାୟ ପୁଣିଥରେ ଆରମ୍ଭ ହେବାକୁ ଆମେ ମଧ୍ୟ ସମର୍ଥନ କରିବୁ ।"

"ମଦ ବିନା ସବୁ ଫିକା ଫିକା ଲାଗୁଛି": ପୂର୍ବ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ, "ମାନନୀୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କୁହାଯିବ ଯେ, ମଦରେ ପ୍ରତିବନ୍ଧ ଲଗାନଯାଉ । କଟକଣା ଲାଗିବା ଠିକ । କିନ୍ତୁ ଲେମ୍ବୁକୁ ଅତି ଚିପୁଡ଼ିଲେ ତାହା ପିତା ହୋଇଯାଇଥାଏ । ମୋ କହିବା ଅର୍ଥ ଯଦି ବିହାର କିମ୍ବା ବୋଧଗୟା ପର୍ଯ୍ୟଟନସ୍ଥଳୀକୁ ଆଗକୁ ନେବାର ଅଛି, ତେବେ ମଦକୁ ପୁଣିଥରେ ଚାଲୁ କରିବାକୁ ପଡ଼ିବ । ମଦ ବିନା ସବୁ ଫିକା ଫିକା ଲାଗୁଛି । ମଦ ବ୍ୟବସାୟ ଆରମ୍ଭ ହେଲେ ବୋଧଗୟା 10 ଗୁଣା ଆଗକୁ ବଢ଼ିଯିବ । ବିହାରରେ ଅପ୍ରୀତିକର ପରିସ୍ଥିତି ନାହିଁ । ଯଦି କିଛି ଗଡ଼ବଡ଼ ହୋଇଯାଏ, ତେବେ ପୋଲିସ ଅଛନ୍ତି । ସେମାନେ ଅପରାଧ ନିୟନ୍ତ୍ରଣ କରିବେ ।" ବୋଧଗୟାରେ ଅନ୍ତର୍ଜାତୀୟ ବୌଦ୍ଧ ମହୋତ୍ସବର ଉଦଘାଟନୀ ସମାରୋହରେ ଯୋଗଦେଇ ଏଭଳି ବୟାନ ଦେଇଛନ୍ତି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.