ETV Bharat / bharat

ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ, 2 ଗିରଫ - ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ

ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି ଜମ୍ମୁ କାଶ୍ମୀର ପୋଲିସ । 2 ଆତଙ୍କୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

international terror module
ଅନ୍ତର୍ଜାତୀୟ ଆତଙ୍ଗୀ ମଡ୍ୟୁଲର ପର୍ଦ୍ଦାଫାସ
author img

By

Published : Oct 31, 2022, 6:31 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଅନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିଛି । ୟୁରୋପରେ ପରିଚାଳିତ ହେଉଥିବା ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜମ୍ମୁ କଶ୍ମୀର ପୋଲିସ । ଜମ୍ମୁକୁ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପଠାଇଥିବା ନେଇ ଦୁଇ ସଦସ୍ୟଙ୍କୁ ଗିରଫ କରିଛି କାଶ୍ମୀର ପୋଲିସ ।

ଡୋଡାର ଚାନ୍ଦ ବୋଷ ଓ ଜମ୍ମୁର ଗୋଲେ ଗୁଜରାଲର ସମଶେର ସିଂହ ଆର୍‌ଏସ୍‌ ପୁରାର ଅନ୍ତର୍ଜାତୀୟ ସୀମା ନିକଟ ବାସପୁର ବଙ୍ଗଳା ଅଞ୍ଚଳରେ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପକାଇବା ସମୟରେ ସେମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣଙ୍କ ନିକଟରୁ ଚାରୋଟି ପିସ୍ତଲ, ୮ଟି ମାଗାଜିନ୍ ଓ ୪୭ଟି ଗୁଳି ଜବତ ହୋଇଛି । ଅନୁସନ୍ଧାନ ସମୟରେ ଚାନ୍ଦ ବୋଷ କହିଛି ସେ ସମଶେର ସିଂହଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି ଉଭୟଙ୍କୁ ପଚରାଉଚରା ସମୟରେ ଏହି ଆତଙ୍କୀ ମଡ୍ୟୁଲର ପରିଚାଳକ ୟୁରୋପରେ ଅଛନ୍ତି । ଉଭୟ ଚାନ୍ଦ ବୋଷ ଓ ସମଶେରା ସିଂହ ବଲବିନ୍ଦର ନାମକ ଜଣେ ଓଭରଗ୍ରାଉଣ୍ଡ କର୍ମଚାରୀଙ୍କ ଯୋଗାଯୋଗରେ ଥିଲେ । ଏହି ବଲବିନ୍ଦର ଯିଏକି ଜମ୍ମୁ ବାସିନ୍ଦା ଏବଂ ସେ ଏବେ ୟୁରୋପରେ ଅଛନ୍ତି ।

ଏହା ବି ପଢନ୍ତୁ...ହିମାଚଳ ପ୍ରଦେଶରେ ଦଳ ବିରୋଧି କାର୍ଯ୍ୟ ପାଇଁ 6 ନେତାଙ୍କୁ ବହିସ୍କୃତ କଲା କଂଗ୍ରେସ

ପୋଲିସ ସୂଚନ ମୁତାବକ, ଏହି ଦୁଇ ଅଭିଯୁକ୍ତ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ପାଇଁ କାମ କରୁଥିଲେ । ବଲବିନ୍ଦର ଉଭୟ ଅଭିଯୁକ୍ତଙ୍କ ସମେତ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ପରିବହନ ଲିଙ୍କରେ ରହିଥିଲା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.