ନୂଆଦିଲ୍ଲୀ: ବ୍ରିକ୍ସ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ହେବାକୁ ଯାଉଛି ବୈଠକ । ଏହି ବୈଠକର ଅଧ୍ୟକ୍ଷତା କରିବେ ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏଥିରେ ମହାମାରୀ କୋରୋନା, ବୈଶ୍ବୟିକ ଓ କ୍ଷତ୍ରୀୟ ସମସ୍ୟା ଏବ ଆତଙ୍କବାଦ ମୁକାବିଲା ଉପରେ ଆଲୋଚନା ହେବ ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ବର୍ତ୍ତମାନ ବ୍ରିକ୍ସ ଅଧ୍ୟକ୍ଷ ଭାବରେ 1 ଜୁନ 2021ରେ ବୈଦେଶିକ ମାମଲା ଓ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧୀୟ ମନ୍ତ୍ରୀଙ୍କ ଏକ ବୈଠକ ଡକାଯାଇଛି । ଏହି ବୈଠକରେ ବ୍ରାଜିଲ ବୈଦେଶିକ ମନ୍ତ୍ରୀ କାଲୋସ ଆଲବର୍ଟ ଫ୍ରେଙ୍କୋଫ୍ରାଙ୍କା, ଋଷ ବୈଦେଶିକମନ୍ତ୍ରୀ ସର୍ଗଇ ଲାଭଲୋଭ, ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଓ ଦକ୍ଷିଣ ଆଫ୍ରିକା ବୈଦେଶିକ ମନ୍ତ୍ରୀ ଗ୍ରେସ ନଲେଦୀ ମଣ୍ଡିସା ପଣ୍ଡୋରଙ୍କ ଭାଗ ନେବାର ସମ୍ଭାବନା ରହିଛି ।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, କୁହାଯାଇଛି ଯେ ବୈଦେଶିକ ମନ୍ତ୍ରୀଙ୍କ ଠାରୁ ଅପେକ୍ଷା କରାଯାଉଛି ଯେ ସେମାନେ କୋରୋନା ମହାମାରୀର ସ୍ଥିତି ଉପରେ ନିଜ ବିଚାରର ଆଦାନ ପ୍ରଦାନ କରିବେ । ବିଭିନ୍ନ ଚ୍ୟାଲେଞ୍ଜକୁ ପ୍ରଭାବୀ ଢଙ୍ଗରେ ସମ୍ବୋଧିତ କରିବା ଓ ଏଗୁଡିକୁ ସମକାଳୀନ ବାସ୍ତବିକତା ଅନୁକୂଳ କରିବାର ଆବଶ୍ୟକତା ରହିଛି ।