ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁ୍ଦ୍ଧ । ଏପଟେ ଆଜି ଋଷ ପକ୍ଷରୁ ୟୁ୍କ୍ରେନର ୪ଟି ସହରରେ ନାଗରିକଙ୍କ ଉଦ୍ଧାର ଲାଗି ଅସ୍ତ୍ରବିରତି ଘୋଷଣା କରାଯାଇଛି । ତେବେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର 'ଅପରେସନ ଗଙ୍ଗା' ରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
-
Donbas | An Indian doctor Girikumar Patil famously known as Jaguar Kumar refuses to leave Ukraine without his pet jaguar & panther
— ANI (@ANI) March 7, 2022 " class="align-text-top noRightClick twitterSection" data="
"I called Embassy but didn't get a proper response. My place is surrounded by Russians but I'm trying my best. I treat them like my kids," he says pic.twitter.com/Ou5bT4bsN3
">Donbas | An Indian doctor Girikumar Patil famously known as Jaguar Kumar refuses to leave Ukraine without his pet jaguar & panther
— ANI (@ANI) March 7, 2022
"I called Embassy but didn't get a proper response. My place is surrounded by Russians but I'm trying my best. I treat them like my kids," he says pic.twitter.com/Ou5bT4bsN3Donbas | An Indian doctor Girikumar Patil famously known as Jaguar Kumar refuses to leave Ukraine without his pet jaguar & panther
— ANI (@ANI) March 7, 2022
"I called Embassy but didn't get a proper response. My place is surrounded by Russians but I'm trying my best. I treat them like my kids," he says pic.twitter.com/Ou5bT4bsN3
ସେହିପରି ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି । ତେବେ ୟୁକ୍ରେନର ଡୋନବାସରେ ଫସି ରହିଥିବା ଜଣେ ଭାରତୀୟ ଡାକ୍ତର ଗିରି କୁମାର ପାଟିଲ ତଥା ଜାଗୁଆର କୁମାର ଫେରିବାକୁ ମନା କରିଛନ୍ତି । କାରଣ ତାଙ୍କ ସାଥିରେ ରହିଛନ୍ତି ଦୁଇଟି ପୋଷ୍ୟଜନ୍ତୁ ।
ସେହିଭଳି ତାଙ୍କ ସାଥୀରେ ରହିଥିବା ଦୁଇଟି ପୋଷ୍ୟଜନ୍ତୁ ଜାଗୁଆର ଓ ପାନ୍ଥରକୁ ଛାଡି ଯାଇ ପାରିବି ନାହିଁ ବୋଲି ସେ କହିଛନ୍ତି । ଯଦି ମୋ ସାଥିରେ ଜାଗୁଆର ଓ ପାନ୍ଥରକୁ ନେବେ ତେବେ ଯାଇ ମୁଁ ଯିବି ବୋଲି ଗିରି କୁମାର କହିଛନ୍ତି । ଏଥିସହ ମୁଁ ଦୂତାବାସକୁ ଉଦ୍ଧାର ନେଇ ଯୋଗାଯୋଗ କରିଥିଲି ।
ହେଲେ ଏ ସଂକ୍ରନ୍ତାରେ ମୋତେ କୌଣସି ଉତ୍ତର ଦୂତାବାସ ପକ୍ଷରୁ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ଏପଟେ ମୋ ଚାରିପଟେ ଋଷୀୟ ସେନା ଘେରି ରହିଛନ୍ତି । ଏହି ଦୁଇ ଜଣଙ୍କ ସୁରକ୍ଷା ଲାଗି ସବୁ ଚେଷ୍ଟା କରିବା ସହ ମୋ ଛୁଆଙ୍କ ପରି ଏମାନଙ୍କ ଯତ୍ନ ନେବି ବୋଲି ଗିରି କୁମାର କହିଛନ୍ତି ।
@ANI