ETV Bharat / bharat

ଶିକ୍ଷକଙ୍କ ଅନନ୍ୟ ପ୍ରୟାସ, ବିଦ୍ୟାଳୟରେ ବଦଳାଇ ଦେଲେ ଗାଁ - ଗାଁ ପାଲଟିଲା ସ୍କୁଲ ନ୍ୟୁଜ

ମଧ୍ୟପ୍ରଦେଶର ଧରମପୁର ଗାଁ ସ୍କୁଲରେ ପରିଣତ ହୋଇଛି । ଘରୁ ବାହାରିବା ମାତ୍ର ପିଲାଏ ପାଠପଢୁଛନ୍ତି । ଅଧିକ ପଢନ୍ତୁ

ଗାଁ ପାଲଟିଲା ସ୍କୁଲ
ଗାଁ ପାଲଟିଲା ସ୍କୁଲ
author img

By

Published : Apr 5, 2022, 10:24 AM IST

ଭୋପାଳ: କାନ୍ଥ ବାଡରେ ଲେଖା ହୋଇଛି ଇଂରାଜୀ ଅକ୍ଷର । ସଂଖ୍ୟା ଆଉ ପଣିକିଆ ବି ଖୁବ ସୁନ୍ଦର ଭାବରେ ଲେଖା ହୋଉଛି । ଇଂରାଜୀ ମାସଠୁ ନେଇ ଋତୁ ସବୁର ସୂଚନା ରହିଛି କାନ୍ଥରେ । ପିଲାମାନେ ବାଟରେ ଯାଉଛନ୍ତି ଆଉ ସବକୁ ପଢୁଛନ୍ତି । ଏ ଚିତ୍ର ଦେଖି ଲାଗିବ ଗାଁରେ ପିଲାଙ୍କ ପଢିବା ପାଇଁ ସ୍କୁଲ ନାହିଁ । ଭାବିବା ବି ସ୍ବାଭାବିକ । ହେଲେ ମଧ୍ୟପ୍ରଦେଶର ଧରମପୁର ଗାଁରେ ଅଟକି ଯିବ ଏହି ଭାବନା । ସମଗ୍ର ଗାଁକୁ ବିଦ୍ୟାଳୟରେ ପରିଣତ କରାଯାଇଛି । ଗାଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଦିନେଶ ମିର୍ଶା ପୁରା ଗାଁକୁ ସ୍କୁଲ ବନାଇ ଦେଇଛନ୍ତି । ପିଲା ଚାଲି ଚାଲି ଯାଉଛନ୍ତି ଆଉ ପଢି ପଢି ଯାଉଛନ୍ତି ।

ଗାଁ ପାଲଟିଲା ସ୍କୁଲ

ଗାଁ ମାନଙ୍କରେ ଥିବା ସ୍କୁଲରେ ପାଠପଢାରେ ସ୍ଥିତି କାହାକୁ ବା ଅଛପା । କାଁ ଭାଁ କେଇଟି ସ୍କୁଲକୁ ଛାଡି ଦେଲେ ପିଲାଏ ପାଠପଢାରୁ ବଞ୍ଚିତ ରହୁଛନ୍ତି । ହେଲେ ମଧ୍ୟପ୍ରଦେଶର ଧରମପୁରା ଗାଁର ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁହନ୍ତି ସେ ନେଇ ଏ ପ୍ରୟାସ କରିଛନ୍ତି ଦିନେଶ ଶର୍ମା । ସାରଙ୍କର ଏହି ବହୁମୂଲ୍ୟ ଉପହାର ଧରମାପୁର ଗାଁ ପାଇଁ ଏହା ବରଦାନ ପାଲଟିଛି । ଗାଁର ପ୍ରତିଟି ପିଲା ସ୍କୁଲ ନ ଯାଇ ମଧ୍ୟ ଚାଲିବୁଲି ପାଠ ପଢୁଛନ୍ତି ।

ଜବଲପୁରରୁ ୪୦ କିଲୋମିଟର ଦୂର ଧରମପୁରା ଗାଁର ଶିକ୍ଷକ ଦିନେଶ ମିଶ୍ରା ଗାଁର ପ୍ରତିଟି କାନ୍ଥରେ ଶିକ୍ଷା ସହ ଜଡିତ ବିଷୟର ସୂଚନା ଦେଇଛନ୍ତି । ଘରୁ ବାହାରିବା ମାତ୍ର ପିଲାଏ ପଢୁଛନ୍ତି । କୋରୋନା ସମୟରେ ସ୍କୁଲ ବନ୍ଦ ଥିବାକୁ ପିଲାଙ୍କ ପାଠପଢା ପ୍ରବାଭିତ ହୋଇଥିଲା । ପିଲାଙ୍କ ଏ ସମସ୍ୟା ଦୂର କରିବାକୁ ଏ ପଦକ୍ଷେପ ନେଇଛି ଶିକ୍ଷକ ଦିନେଶ । ବର୍ତ୍ତମାନ ସୁଦ୍ଧା ୩୦ଟି କାନ୍ଥରେ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଚିତ୍ରିତ କରିଛନ୍ତି । ସରକାରୀ ଶିକ୍ଷକଙ୍କ ଏ ଅନନ୍ୟ ପ୍ରୟାସକୁ ଛୁଟୁଛି ପ୍ରଶଂସାର ସୁଅ । ଦେଶକୁ ଦିନେଶଙ୍କ ପରି ଶିକ୍ଷକଙ୍କ ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.