ETV Bharat / bharat

Amarnath Yatra: ଆଖି ବୁଜିଲେ ଆଉ 2 ଶ୍ରଦ୍ଧାଳୁ ମୃତ୍ୟୁସଂଖ୍ୟା 36କୁ ବୃଦ୍ଧି, ବେସ କ୍ୟାମ୍ପରେ ଉପରାଜ୍ୟପାଳ

author img

By

Published : Jul 23, 2023, 7:16 AM IST

ଆଖି ବୁଜିଲେ ଆଉ 2 ଶ୍ରଦ୍ଧାଳୁ, ମୃତ୍ୟୁସଂଖ୍ୟା 36କୁ ବୃଦ୍ଧି । 2 ମୃତ ଶ୍ରଦ୍ଧାଳୁ ରାଜସ୍ଥାନର ବାସିନ୍ଦା । ଅଧିକ ପଢନ୍ତୁ

Amarnath Yatra: ଆଖି ବୁଜିଲେ ଆଉ 2 ଶ୍ରଦ୍ଧାଳୁ, ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି

ଶ୍ରୀନଗର: ଅମରନାଥ ଯାତ୍ରାରେ ଗତକାଲି(ଶନିବାର) ଆଉ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତ ଶ୍ରଦ୍ଧାଳୁ ରାଜସ୍ଥାନର ବାସିନ୍ଦା । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ଭାଗ୍ୟଲାଲ ମାନାରିଆ ଓ ଅନ୍ୟ ଜଣେ ମଙ୍ଗି ଲାଲ ଭାବେ ଚିହ୍ନଟ ହୋଇଛନ୍ତି । ଭାଗ୍ୟଲାଲ ଅମରନାଥ ଗୁମ୍ଫା ନିକଟରେ ପ୍ରାଣ ହରାଇଥିବା ବେଳେ ମଙ୍ଗି ଲାଲଙ୍କ ମୃତ୍ୟୁ ବାଲତଲ ବେସ କ୍ୟାମ୍ପରେ ହୋଇଛି । ଏହି ଅଘଟଣକୁ ମିଶାଇ ମୃତ୍ୟୁସଂଖ୍ୟା 36ରେ ପହଞ୍ଚିଛି ।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଜଣଙ୍କ ମୃତ୍ୟୁର କାରଣ ହୃଦଘାତ ହୋଇଥିବା ବେଳେ ଅନ୍ୟଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇପାରିନାହିଁ । ତଦନ୍ତ ଜାରି ରହିଛି । ତେବେ ଉଭୟ ସ୍ବାସ୍ଥ୍ୟଗତ ସମସ୍ୟାରୁ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଭାଗ୍ୟଲାଲଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ହେଲେ ମଙ୍ଗିଲାଲଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି । ସ୍ଥାନୀୟ ପୋଲିସ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଭୟଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ ଅଧିକାରୀ କହିଛନ୍ତି । ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଅନ୍ୟପଟେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଚନ୍ଦନଓ୍ବାରୀ ବେସକ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେ ସେଠାରେ ଶ୍ରଦ୍ଧାଳୁଙ୍କ କରାଯାଇଥିବା ଆୟୋଜନର ସ୍ଥିତି ପରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Amarnath Yatra resumes: ପାଗରେ ସୁଧାର ଆସିବା ପରେ ପହଲଗାମ ରୁଟରେ ଯାତ୍ରା ଆରମ୍ଭ

ପ୍ରଶାସନର ସୂଚନା ଅନୁସାରେ, ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ଯାତ୍ରା ଦୁଇଟି ମାର୍ଗରେ ଯାତ୍ରା ଜାରି ରହିଛି । ଏହି କଷ୍ଟସାଧ୍ୟ ଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସମେତ, ନେପାଳ ଭୁଟାନ ପରି ଦେଶରୁ ମଧ୍ୟ ଲୋକେ ଅଂଶଗ୍ରହଣ କରନ୍ତି । ହେଲେ ପାଗରେ ପ୍ରତିକୂଳତା ଯୋଗୁ ଏହି ଯାତ୍ରା ଅଧିକାଂଶ ସମୟରେ ବାଧାପ୍ରାପ୍ତ ହୋଇଥାଏ । ଏହି 62 ଦିନ ଧରି ଚାଲିବାକୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଅଗଷ୍ଟ 31 ତାରିଖରେ ଶେଷ ହେବ । ତେବେ ମଝିରେ ଖରାପ ପାଗ କାରଣରୁ ଯାତ୍ରାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା । ହେଲେ ଏବେ ପାଗରେ ସୁଧାର ଆସିବା ପରେ ଯାତ୍ରା ଜାରି ରହିଛି । ଏହି ଯାତ୍ରା ଆସନ୍ତାମାସ ଶେଷରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.