ETV Bharat / bharat

Terrorist Arrest: ହଣ୍ଡୱାରାରୁ ଆତଙ୍କୀ ଗିରଫ, ମାରଣାସ୍ତ୍ର ସହ ଗୁଳି ଜବତ

ଜାମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଜଣେ ସନ୍ଦିଗ୍ଧ ଆତଙ୍କୀଙ୍କୁ ଜମ୍ମୁ କାଶ୍ମୀରର ହଣ୍ଡୱାରାରୁ ଗିରଫ କରାଯାଇଛି । ଏହାସହ ବହୁ ମାରଣାସ୍ତ୍ର ଓ ଗୁଳି ଜବତ ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ

Terrorist Arrest: ହାଣ୍ଡୱାରାରୁ ଆତଙ୍କବାଦୀ ଗିରଫ,ମାରଣାସ୍ତ୍ର ସହ ଗୁଳି ଜବତ

author img

By

Published : Apr 18, 2022, 10:08 AM IST

ଶ୍ରୀନଗର: ଆତଙ୍କବାଦୀକୁ ନିପାତ କରିବା ପାଇଁ ସେନା ପକ୍ଷରୁ ଜାରି ରହିଛି ଅହରହ ପ୍ରୟାସ । କେତେବେଳେ ଏନକାଣ୍ଟରତ ଆଉ କେତେବେଳେ ଆତର୍କିତ ଆକ୍ରମଣ କରି ଆତଙ୍କୀଙ୍କୁ ବାନ୍ଧୁଛି ସେନା । ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଜଣେ ସନ୍ଦିଗ୍ଧ ଆତଙ୍କୀଙ୍କୁ ଜମ୍ମୁ କାଶ୍ମୀରର ହାଣ୍ଡୱାରାରୁ ଗିରଫ କରାଯାଇଛି । ଏହାସହ ବହୁ ମାରଣାସ୍ତ୍ର ଓ ଗୁଳି ଜବତ ମଧ୍ୟ କରାଯାଇଛି ।

ସୂଚନା ଅନୁସାରେ, ସେନା ଓ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୋନମୁଲ୍ଲାରେ ଏକ ଚେକ ପୋଷ୍ଟ କରାଯାଇଥିଲା । ଯେଉଁଠାରେ ସେନା ପକ୍ଷରୁ ସମସ୍ତଙ୍କ ତଲାସୀ ନିଆଯାଉଥିଲା । ହେଲେ ଜଣେ ଯୁବକ ଚେକ ପୋଷ୍ଟରେ ତଲାସୀ ଅଭିଯାନ ଦେଖି ସେଠାରୁ ଖସି ଯିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ପୋଲିସ ତାଙ୍କୁ କାବୁ କରି ନେଇଥିଲା । ତେବେ ଧରାପଡିଥିବା ଯୁବକ ଜଣକ ହେଉଛନ୍ତି ଲିଲୁମ ଭିଲଗାମ ଅଞ୍ଚଳର ବସିର ଅହେମ୍ମଦ କୁମାରଙ୍କ ପୁଅ ଅବ ରହିମ କୁମାର ।

ତେବେ ତାଙ୍କ ନିକଟରୁ ଗୋଟିଏ ଚାଇନିଜ୍ ପିସ୍ତଲ, 2ଟି ପିସ୍ତଲ ମାଗାଜିନ, 9 ଏମଏମର 13ଟି ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଛି । ଏହାସହ ଆପତ୍ତିଜନକ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ପୋଲିସ ହାତରେ ଲାଗିଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.