ETV Bharat / bharat

ଇସ୍ରୋର ଶୁକ୍ର ମିଶନ: ୨୦୨୪ରେ ମହାକାଶକୁ ଉତକ୍ଷେପଣ ହେବ ଅନ୍ତରୀକ୍ଷ ଯାନ - ଇସ୍ରୋର ଶୁକ୍ର ମିଶନ

ସଫଳତାର ଶୀର୍ଷରେ ପହଞ୍ଚିବ ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ISRO) । ଚନ୍ଦ୍ର ଏବଂ ମଙ୍ଗଳ ମିଶନର ସଫଳତା ପରେ ଏବେ ଶୁକ୍ର ଗ୍ରହକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ଅଧିକ ପଢନ୍ତୁ

ଇସ୍ରୋର ଶୁକ୍ର ମିଶନ: ୨୦୨୪ରେ ମହାକାଶକୁ ଉତକ୍ଷେପଣ ହେବ ଅନ୍ତରୀକ୍ଷ ଯାନ

author img

By

Published : May 6, 2022, 10:44 AM IST

ନୂଆଦିଲ୍ଲୀ: ସଫଳତାର ଶୀର୍ଷରେ ପହଞ୍ଚିବ ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ISRO) । ଚନ୍ଦ୍ର ଏବଂ ମଙ୍ଗଳ ମିଶନର ସଫଳତା ପରେ ଏବେ ଶୁକ୍ର ଗ୍ରହକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରୋ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ(ISRO Chairman S. Somnath) । ଶୁକ୍ର ଗ୍ରହର ଜଳବାୟୁ ବିଷୟରେ ଅଧ୍ୟୟନ କରିବା ଏହି ମିଶନର ଉଦ୍ଦେଶ୍ୟ ।

ସୌର ମଣ୍ଡଳର ସବୁଠୁ ଗରମ ରହୁଥିବା ଗ୍ରହର ଭୂପୃଷ୍ଠ ତଳେ କଣ ରହିଛି ଏବଂ ସଲଫ୍ୟୁରିକ ଏସିଡର ରହସ୍ୟ ବିଷୟରେ ଜାଣିବା ପାଇଁ ଇସ୍ରୋ ଅଣ୍ଟା ଭିଡିଛି । ଭେନସ ବିଜ୍ଞାନ ଉପରେ ଦିନିକିଆ ବୈଠକକୁ ସମ୍ଵୋଧିତ କରି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, "ଶୁକ୍ର ମିଶନ ଉପରେ କଳ୍ପନା କରାଯାଇଛି । ଶୁକ୍ର ଉପରେ ମିଶନ ଏବଂ ଏହାକୁ ସ୍ଥାପିତ କରିବା ଭାରତ ପକ୍ଷେ ସମ୍ଭବ, କାରଣ ଭାରତ ନିକଟରେ ସେହି କ୍ଷମତା ରହିଛି। ୨୦୨୪ ଡିସେମ୍ବରରେ ଭାରତ ଏହି ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ରଖାଯାଇଛି । "

ସୂଚନାଯୋଗ୍ୟ, ଆମେରିକା ସହିତ ଅନେକ ଦେଶ ଶୁକ୍ରକୁ ଅନ୍ତରୀକ୍ଷ ଯାନ ପଠାଇବାକୁ ଯୋଜନା କରୁଛନ୍ତି । ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଏହି ଉତ୍ତପ୍ତ ଗ୍ରହର ସ୍ଥିତି କେମିତି ରହିଛି । ଏହା ଉପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ କେତେ ଖର୍ଚ୍ଚ ହେବ ବଜେଟ ଆକଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.