ETV Bharat / bharat

ପାକିସ୍ତାନ ପାଇଁ ଗୁପ୍ତଚରଗିରି ଅଭିଯୋଗ, ଗୋଟିଏ ପରିବାରର 3 ଗିରଫ - ପାକିସ୍ତାନୀ ଏଜେଣ୍ଟ ଗିରଫ

ଉତ୍ତର ପ୍ରଦେଶରେ ପାକିସ୍ତାନୀ ଏଜେଣ୍ଟ ଭାରତୀୟ ପରିବାର ଗିରଫ । କିଛି ଦିନ ତଳେ ପାକିସ୍ତାନ ଯାଇ ହୋଇଥିଲେ ଗିରଫ । ଗୁଇନ୍ଦାଗିରି କରିବା ପାଇଁ ପାକିସ୍ତାନ ଜେଲରୁ ମୁକ୍ତ କରି ଭାରତ ପଠାଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶ ପାକିସ୍ତାନୀ ଏଜେଣ୍ଟ ଗିରଫ, ଜେଲରୁ ମୁକ୍ତ ହେବା ପରେ ଆସିଥିଲା ଭାରତ

author img

By

Published : Aug 17, 2023, 10:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଏସଟିଏଫ ଶାମଲିରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ) ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ପରିବାରର 3 ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ସ୍ଥାନୀୟ ପରିବାର କିଛି ଦିନ ତଳେ ପାକିସ୍ତାନ ଯାଇ ସେଠାରେ ଗିରଫ ହୋଇଥିଲେ । ହେଲେ ନିକଟରେ ସେମାନେ ମୁକ୍ତ ହୋଇ ଭାରତ ଫେରିଥିଲେ । ହେଲେ ପାକିସ୍ତାନ ସେମାନଙ୍କୁ ଏପରି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମୁକ୍ତ କରିବା ସହ ଭାରତ ପଠାଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ।

ଗିରଫ ଅଭିଯୁକ୍ତ ଯୁବକ ନାମ କଲିମ ଓ ଅନ୍ୟ ଦୁଇ ଅଭିଯୁକ୍ତ ତାର ବାପା ଓ ମା’ । ସେମାନେ ସମ୍ପର୍କୀୟକୁ ଭେଟିବା ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ଏକ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ହେଲେ ମୁକ୍ତ ହୋଇ ଭାରତ ଫେରିଥିଲେ । ନିଜ ଗ୍ରାମ ଶାମଲିକୁ ଆସିଥିଲେ । ହେଲେ ଏହା ପଛରେ ପକିସ୍ତାନର ଗୁଇନ୍ଦାଗିରି ଷଡଯନ୍ତ୍ର ଥିବା ATF ସନ୍ଦେହ କରୁଛି ।

ଗତବର୍ଷ(2022) ମସିହାରେ, ଶାମଲିର ସ୍ଥାନୀୟ ନିବାସୀ 70 ବର୍ଷୀୟ ନାଫି ଅହମ୍ମଦ,ପତ୍ନୀ ଆମନା ଏବଂ ପୁଅ କଲିମ ଜଣେ ସମ୍ପର୍କୀୟଙ୍କ ନିକଟକୁ ପାକିସ୍ଥାନ ଯାଇଥିଲେ । ସେଠାରୁ ଏହି ପରିବାର ଫେରୁଥିବା ବେଳେ ପାକିସ୍ତାନୀ କଷ୍ଟମ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ଅଗଷ୍ଟ 11ରେ, ଏହି ତିନିଜଣ ସଦସ୍ୟଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ମୁକ୍ତ କରିଥିଲେ । ଭାରତ ପାକିସ୍ତାନ ୱାଘା-ଅଟ୍ଟାରୀ ସୀମା ମାଧ୍ୟମରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର କରିଥିଲା ପାକିସ୍ତାନ । ଅଗଷ୍ଟ 13ରେ, ଏହି ପରିବାରର ଶାମଲିରେ ପହଞ୍ଚିଥିଲା । ଏହାପରେ ଇନ୍‌ପୁଟ୍‌ ସୂଚନା ଅନୁସାରେ ତଦନ୍ତକାରୀ ସଂସ୍ଥା ଆକ୍ସନ ନେଇଛି ।

ଏହା ମଧ୍ୟ ପଢନ୍ତ:- ସମୁଦ୍ର ମଝିରେ ହୃଦଘାତ, ଚୀନ ନାଗରିକଙ୍କୁ ଉଦ୍ଧାର କଲା କୋଷ୍ଟ୍‌ଗାର୍ଡ୍‌

ହେଲେ ଏହାପରେ ଏମାନଙ୍କୁ ପାକିସ୍ତାନ ପକ୍ଷରୁ ଗୁଇନ୍ଦା ଏଜେଣ୍ଟ୍‌ ଭାବେ ଜେଲ୍‌ରୁ ମୁକ୍ତ କରି ଭାରତ ପଠାଯାଇଥିବା ନେଇ ଏଟିଏସ୍‌କୁ ଇନ୍‌ପୁଟ୍‌ ଆଧାରରେ ସୂଚନା ମିଳିଥିଲା । ଏହି ପରିବାର ସଦସ୍ୟଙ୍କୁ ପୋଲିସ ସେମାନଙ୍କ ସହ ଯୋଗାଯୋଗ କରିବାରୁ ମହିଳା ଆମନା ଅସୁସ୍ଥତା ବାହାନା କରି ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ଏବେ ଏହି 3 ଜଣଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ । ସମସ୍ତଙ୍କୁ ଜେରା ଜାରି ରହିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା 420, 121A, 153A, 295A ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.