ETV Bharat / bharat

Manipur violence: ମଣିପୁର ଭାରତରେ ଅଛି ନା ନାହିଁ ? ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମଣିପୁର କ’ଣ ଭାରତର ଅଂଶ ନୁହେଁ । ପ୍ରଧାନମନ୍ତ୍ରୀ ଆମ ସହ ଆଲୋଚନା ପାଇଁ ସମୟ ଦିଅନ୍ତୁ ବୋଲି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ । ଅଧିକ ପଢନ୍ତୁ

Manipur violence: ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Jun 17, 2023, 10:13 PM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ତମାମ ପ୍ରୟାସ ସତ୍ତ୍ବେ ଉତ୍ତର-ପୂର୍ବ ପାହାଡି ରାଜ୍ୟ ମଣିପୁରେ ହିଂସା ଥମିବାର ନାଁ ନେଉନାହିଁ । 44 ଦିନ ବିତିଥିବା ବେଳେ ସେନା, କେନ୍ଦ୍ରୀୟ ଫୋର୍ସ ସମେତ ତମାମ ସମସ୍ତ ଶକ୍ତି ଲଗାଯାଉଥିଲେ ସୁଦ୍ଧା ହିଂସା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ମିଳିପାରନାହିଁ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ଉପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ ପ୍ରଶ୍ନ କରିଛନ୍ତି । ତାଙ୍କ ନେତୃତ୍ବରେ ରାଜ୍ୟର 10 ରାଜନୈତିକ ଦଳର ପ୍ରତିନିଧି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି, ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନୀରବତା ଧାରଣ କରିଛନ୍ତି ବୋଲି ଓକ୍ରାମ ଇବୋବି ସିଂ ।

କେନ୍ଦ୍ରର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରି ଓକ୍ରାମ ଇବୋବି ସିଂ କହିଛନ୍ତି, ମଣିପୁର କ’ଣ ଭାରତର ଅଂଶ ନୁହେଁ । ଏହି ସମୟରେ ରାଜନୀତି କରିବା ଉଚିତ ନୁହେଁ । ଏବେ ପ୍ରଥମେ ମଣିପୁରରେ ଶାନ୍ତି ଆଣିବାକୁ ପଡିବ । ପରେ ବିବାଦ ସମାଧାନ କରିବା ଉପରେ ବିଚାର ହେବ । ଶାନ୍ତି ଫେରିଲେ ଉଭୟ ସମ୍ପ୍ରଦାୟ ମଧ୍ୟରେ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହେବା ସମ୍ଭବ ହେବ । ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛୁ । ସେ ଜୁନ 20 ତାରିଖରେ ଆମେରିକା ଗସ୍ତ କରିବା ପୂର୍ବରୁ ଆମକୁ ଆଲୋଚନା ପାଇଁ ସମୟ ଦେବେ ବୋଲି ଆମ ଆଶା କରୁଛୁ ।

ଓକ୍ରାମ ଇବୋବି ସିଂ କହିଛନ୍ତି, ‘‘ଜୁନ୍ 10 ରେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) କୁ ଏକ ଚିଠି ଲେଖିଥିଲୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ କୌଣସି ସମୟ ପାଇନାହୁଁ । ହିଂସା ଆରମ୍ଭକୁ ଦୀର୍ଘ 44 ଦିନରୁ ଅଧିକ ସମୟ ବିତିଲାଣି । ମଣିପୁର ଏବେ ମଧ୍ୟ ଜଳୁଛି । କିନ୍ତୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୋଟିଏ ବି ବିବୃତ୍ତି ଦେଇନାହାଁନ୍ତି । ମଣିପୁର ଭାରତରେ ଅଛି ନା ନାହିଁ ବୋଲି ଆମେ ପଚାରିବାକୁ ବାଧ୍ୟ ହେଉଛୁ ।’’

ମଣିପୁରରରେ ହିଂସା ପ୍ରସଙ୍ଗରେ ରାଜ୍ୟର 10ଟି ବିରୋଧୀ ଦଳର ପ୍ରତିନିଧୀମାନେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି । ଏହି ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଏନସିପି, ଜେଡିୟୁ, ଆମ ଆଦମୀ ପାର୍ଟି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ (AIFB), ରିଭଲୁସନାରୀ ସୋସିଆଲିଷ୍ଟ ପାର୍ଟି (RSP), ସିପିଏମ ଏବଂ ସିପିଆଇ ପ୍ରମୁଖ ଦଳର କାର୍ଯ୍ୟକର୍ତ୍ତା ରହିଛନ୍ତି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ମଣିପୁର ହିଂସାକୁ ନେଇ ଉଦବେଗ ପ୍ରକାଶ କରି କୌଣସି ବିବୃତ୍ତି ନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.