ETV Bharat / bharat

କ୍ୟାନ୍ସର ଯନ୍ତ୍ରଣା ବୁଝିଛି ଇନଭେଣ୍ଟିଭ ହେଲ୍ପିଂ ହାଣ୍ଡ, ପୀଡ଼ିତଙ୍କୁ ଯୋଗାଉଛି କେଶ - ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ ରାଜସ୍ଥାନ

କ୍ୟାନ୍ସର ପୀଡ଼ିତଙ୍କୁ ରୋଗ କଷ୍ଟ ସହ ଅନ୍ୟ ଯନ୍ତ୍ରଣା ଦେଇ ମଧ୍ୟ ଗତି କରିବାକୁ ପଡ଼େ। କେମୋଥେରାପି ଯୋଗୁଁ ସେମାନେ ନିଜର ସୌନ୍ଦର୍ଯ୍ୟ ହରାଇ ବସନ୍ତି। ଏଭଳି ସ୍ଥିତିରେ କ୍ୟାନ୍ସର ପୀଡ଼ିତଙ୍କୁ କେଶଦାନ କରି କିଛି କଷ୍ଟ ଦୂର କରିବାକୁ ଚେଷ୍ଟା କିରଛି ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ। ଅଧିକ ପଢ଼ନ୍ତୁ...

କ୍ୟାନ୍ସର ଯନ୍ତ୍ରଣା ବୁଝିଛି ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ, ପିଡ଼ିତଙ୍କୁ ଦେଉଛି କେଶ ଦାନ

author img

By

Published : Apr 9, 2021, 5:22 PM IST

ଜୟପୁର: ମାରାତ୍ମକ କ୍ୟାନ୍ସର ରୋଗ ପାଇଁ ଗୋଟିଏ ମାତ୍ର ଚିକିତ୍ସା ହେଉଛି କେମୋଥେରାପି। କିନ୍ତୁ ଏହି ଥେରାପି ଯୋଗୁଁ ରୋଗାକ୍ରାନ୍ତଙ୍କୁ ହରାଇବାକୁ ପଡେ କେଶ । ଏଭଳି ସ୍ଥିତିରେ ରୋଗ ସହ ଏକ ପ୍ରକାର ଡିପ୍ରେସନର ଶିକାର ହୋଇଯାଆନ୍ତି କ୍ୟାନ୍ସର ରୋଗାକ୍ରାନ୍ତ। ବିଶେଷ କରି ମହିଳା ଓ ଛୋଟ ପିଲାମାନେ ନିଜର ସୁନ୍ଦର କେଶ ହରାଇ ଭୋଗନ୍ତି ଦୁଇଗୁଣା କଷ୍ଟ ।

କ୍ୟାନ୍ସର ଯନ୍ତ୍ରଣା ବୁଝିଛି ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ, ପିଡ଼ିତଙ୍କୁ ଦେଉଛି କେଶ ଦାନ

ଏହି ମାରାତ୍ମକ ରୋଗାକ୍ରାନ୍ତଙ୍କ ପାଇଁ ରାଜସ୍ଥାନ ଜୟପୁରର ଏକ ସାମାଜିକ ସଂସ୍ଥା କରୁଛି କିଛି ଆଶ୍ବସ୍ତିକର କାର୍ଯ୍ୟ। କ୍ୟାନ୍ସର ରୋଗୀଙ୍କ ପାଇଁ ଇନଭେଣ୍ଟିଭ ହେଲ୍ପିଂ ହାଣ୍ଡ ସୋସାଇଟି ନାମକ ସଂସ୍ଥା କେଶ ନେଇ ସେଥିରେ ୱିଗ ତିଆରି କରି ଆକ୍ରାନ୍ତଙ୍କୁ ପ୍ରଦାନ କରୁଛି ।

ଏହି ଅଭିଯାନରେ ଛୋଟ ପିଲାଙ୍କୁ କେଶଦାନ କରୁଛି ହେଲ୍ପିଂ ହାଣ୍ଡ ସୋସାଇଟି। ଏଥିରେ ଅନ୍ତତଃ 8 ଇଞ୍ଚର କେଶଦାନ ନିଆଯାଉଛି, ଯାହା ଦ୍ବାରା ଏହା ୱିଗରେ ଫିଟ୍ ହୋଇ ପାରିବ। 8 ଇଞ୍ଚର କେଶ ଏଥିପାଇଁ ନିଆଯାଉଛି କାରଣ 4 ଇଞ୍ଚ କେବଳ ୱିଗ ଗୁନ୍ଥିବାରେ ଖର୍ଚ୍ଚ ହେବ। ଛୋଟ ପିଲା ବା ମହିଳାଙ୍କ ପାଇଁ ସେମାନଙ୍କ କେଶ ଏକ ସୁନ୍ଦରତା ପ୍ରତୀକ ହୋଇଥାଏ। ରୋଗ ଯୋଗୁଁ ସେମାନେ ସ୍ତବ୍ଧ ଥାଆନ୍ତି କିନ୍ତୁ ଥେରାପି ପରେ ତାଙ୍କ ଚୁଟି ଝଡ଼ିବା ଯୋଗୁଁ ତାଙ୍କୁ ଆଉ ଝଟକା ଲାଗିଥାଏ। ତାହା ଏକ ଅଲଗା ପ୍ରକାର ଅବସାଦ ଭଳି। ଡିପ୍ରେସନ ଅନୁଭବ କରୁଥିଲେ ତାହା କାହାରିକୁ ଦେଖାଯାଏନାହିଁ।

କିଛି କ୍ୟାନ୍ସର ରୋଗାକ୍ରାନ୍ତ ପିଲାଙ୍କୁ ଏହି ସଂସ୍ଥା ଭେଟିଥିଲା, ସେମାନେ ଦେଖିଲେ ଯେ ତାଙ୍କ ସାଙ୍ଗ ବା ନିଜ ଭାଇ ଭଉଣୀ କେଶ ନଥିବାରୁ ତାଙ୍କୁ ଚିଡ଼ାଉଛନ୍ତି। ସେମାନେ ଜାଣି ପାରନ୍ତି ନାହିଁ ଯେ କ୍ୟାନ୍ସର ଯୋଗୁଁ ସେମାନଙ୍କ କେଶ ଉପୁଡ଼ି ଯାଇଛି। ଏହାକୁ ନେଇ ମନ ଭିତରେ ଏକ କଷ୍ଟ ଥାଏ। ଏଥିପାଇଁ କେଶ ଦାନ ନେଇ ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ ୱିଗ ତିଆରି କ୍ୟାନ୍ସର ରୋଗାକ୍ରାନ୍ତଙ୍କୁ ଉପହାର ଦେଉଛି। କେବଳ ବିପିଏଲ ପରିବାର ବା ଗରିବ ଲୋକଙ୍କୁ ଆମେ ୱିଗ ଦାନ ଦେଉଛି ଏହି ସଂସ୍ଥା।

ହେଲ୍ପିଂ ହାଣ୍ଡ ସୋସାଇଟି ସଂସ୍ଥାପକ ହିମାଂଶୀଙ୍କ ସହ ତାଙ୍କ ଝିଅ କଶ୍ମିନୀ ମଧ୍ୟ ଏହି ଅଭିଯାନରେ ଯୋଡ଼ି ହୋଇଛନ୍ତି। ସେ ମଧ୍ୟ ନିଜ କେଶ ଦାନ କରି ଖୁସି ଜାହିର କରିଛନ୍ତି । ଆହୁରି ବି ଲୋକ ଏହି ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଯାହା ଦ୍ବାରା ଛୋଟପିଲାଙ୍କୁ ସେମାନଙ୍କ ସୁନ୍ଦରତା ମିଳି ପାରିବ। ସେମାନେ ଅନ୍ୟ ପିଲାଙ୍କ ସହ ଖେଳିବୁଲି ପାରିବେ।

କ୍ୟାନ୍ସର ରୋଗ ବିଶେଷଜ୍ଞ ଡାକ୍ତର ଅସିମ ସାମରଙ୍କ ମତରେ କେମୋଥେରାପି ସରିବା ପରେ କେଶ ପୁଣି ଉଠିଯିବ। ପୂର୍ବରୁ ଯେଭଳି କେଶ ଉଠୁଥିଲା ସେଭଳି ଉଠିବ। ଏଥିପାଇଁ 3ରୁ 4 ମାସ ସମୟ ଲାଗିବ। ମହିଳାମାନଙ୍କ ସୌନ୍ଦର୍ଯ୍ୟତା ପୂର୍ବଭଳି ହୋଇଯିବ। ତେବେ ଏହି 4 ମାସର ସେମାନେ କିଭଳି ବିତାଇବେ ସେଥିପାଇଁ ବିକଳ୍ପ ରହିଛି। ଜଣେ ୱିଗ ପିନ୍ଧି ପାରିବେ, ଏଥିପାଇଁ ମହିଳାଙ୍କ ନିଜର କେଶରେ ୱିଗ ତିଆରି କରି ପାରିବେ। ତାଙ୍କ କେଶ ଭଳି ଦେଖାଯାଉଥିବା ଅନ୍ୟଙ୍କ କେଶ ବ୍ୟବହାର କରି ପାରିବେ। କୁତ୍ରିମ କେଶର ବ୍ୟବହାର ମଧ୍ୟ କରି ପାରିବେ।

ଏହାକୁ ନେଇ ବରିଷ୍ଠ ମନୋଚିକିତ୍ସକ ଡାକ୍ତର ଅଖିଳେଶ ଜୈନ କୁହନ୍ତି ଯେ, କ୍ୟାନ୍ସର ଚିକିତ୍ସା ସମୟରେ ଯେତେବେଳେ କେଶ ଝଡ଼ିବା ଆରମ୍ଭ ହୁଏ। ଯେଉଁ ବ୍ୟକ୍ତି ଏହି କଷ୍ଟ ଦେଇ ଗତି କରୁଛନ୍ତି ସେମାନେ ଟିକେ ଅସହଜ ହୋଇ ଯାଆନ୍ତି। ଏକ ପ୍ରକାର ସେମାନେ ଅବସାଦଗ୍ରସ୍ତ ହୋଇ ଯାଆନ୍ତି। ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ତାଙ୍କୁ ମନୋବୈଜ୍ଞାନିକ ରୂପରେ ସହାୟତା କରିବା। ତାଙ୍କ ଭିତରେ ଆମେ ସକରାତ୍ମକ ଉର୍ଜା ସୃଷ୍ଟି କରିବା ଆବଶ୍ୟକ। ତାଙ୍କୁ କହିବା ଦରକାର ଯେ ଚିକିତ୍ସା ପରେ ତାଙ୍କ କେଶ ପୁଣି ଉଠିଯିବ।

କ୍ୟାନ୍ସର ରୋଗର ଚିକିତ୍ସା ସମ୍ଭବ। କିନ୍ତୁ ଏହି ମାରାତ୍ମକ ରୋଗର କଷ୍ଟ ସହ ବହୁ ଯନ୍ତ୍ରଣା ଦେଇ ଗତିକରେ କ୍ୟାନ୍ସର ପୀଡ଼ିତ। କିଛି ଲୋକ ବୁଝି ପାରିଛନ୍ତି ଏହି ଯନ୍ତ୍ରଣାକୁ। ଇନଭେଣ୍ଟିବ ହେଲ୍ପିଂ ହାଣ୍ଡ ସୋସାଇଟି ଭଳି ସଂସ୍ଥା ଏହି ଯନ୍ତ୍ରଣାକୁ କମ୍ କରିବାକୁ ଆରମ୍ଭ କରିଛନ୍ତି ୱିଗ ଦାନର ଏକ ଛୋଟ ପ୍ରୟାସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.