ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଚ୍ରାକ୍ଟର ରାଲି ସମୟରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଇଣ୍ଟରନେଟ ସେବା ଉପରେ ଲାଗିଛି ପ୍ରତିବନ୍ଧକ । ସିଂଘୁ ସୀମା, ଟିକରୀ ସୀମା, ଗାଜିପୁର ସୀମା, ମୁବାରକା ଛକ ଓ ନାଙ୍ଗଲୋଇପେ ଇଣ୍ଟରନେଟ ସେବା ଉପରେ ଅସ୍ଥାୟୀ ଭାବରେ ରୋକ ଲଗାଇଦିଆଯାଇଛି ।
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ ମଙ୍ଗଳବାର ରାତି 12ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ । ଆନ୍ଦୋଳନରତ ଚାଷୀ ରାଜଧାନୀରେ ଥିବା ଏହି ଐତିହାସିକ ସ୍ମାରକ ଲାଲକିଲାର କିଛି ଗମ୍ବୁଜରେ ସିଗଠନର ପତାକା ଉଡାଇଛନ୍ତି ।
ପୋଲିସ ଦ୍ୱାରା ଆଇଟିଓ ଛକରୁ ଘଉଡାଇବା ପରେ ଚାଷୀମାନେ ସେମାନଙ୍କ ଟ୍ରାକ୍ଟର ସହିତ ଲାଲକିଲାରେ ଧସେଇ ପଶିଥିଲେ । ଏହି ବିକ୍ଷୋଭକାରୀମାନେ ଲାଲକିଲା ପରିସରରେ ପ୍ରବେଶ କରିଥିଲେ । 15 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଲାଲକିଲାରେ ପତାକା ଉତ୍ତୋଳନ କରନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସର ସୁରକ୍ଷାକର୍ମୀ ଆଲର୍ଟ ରହିଛନ୍ତି ।
ସେପଟେ ଦିଲ୍ଲୀର ହିଂସାକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏହି ବୈଠକରେ ଆଲୋଚନା ହେଉଛି । କ୍ରମାଗତ ସ୍ଥିତି ଉପରେ ନଜର ରଖିଛି ମନ୍ତ୍ରଣାଳୟ । ଅନ୍ୟପକ୍ଷ ହିସାକୁ ନିନ୍ଦା କରିଛି ମିଳିତ ଚାଷୀ ମୋର୍ଚ୍ଚା ।