ETV Bharat / bharat

International Women's Day: ନାମ ଗୋଟିଏ, ରୂପ ହଜାରେ - ଅନ୍ତର୍ଜାତୀୟ ମହିଳା ଦିବସ

ନାରୀ ସୃଷ୍ଟିର ଆଧାର । ତା'ର ଗୋଟିଏ ନାମ, ହେଲେ ହଜାରେ ରୂପ । ସେ ଅନନ୍ୟା, ସେ ସ୍ବୟଂସିଦ୍ଧା । ଆଜି ସେହି ସ୍ରଷ୍ଟାଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଅଧିକ ପଢନ୍ତୁ

Women's Day Special: ନାମ ଗୋଟିଏ, ରୂପ ହଜାରେ

author img

By

Published : Mar 8, 2022, 7:42 AM IST

Updated : Mar 8, 2022, 9:21 AM IST

ହାଇଦ୍ରାବାଦ: ନାରୀ ସୃଷ୍ଟି ସଂରଚନାର ସ୍ରଷ୍ଟା । ନାରୀ ବିନା ସଂସାରର ପରିକଳ୍ପନା ଅସମ୍ଭବ । ତା'ର ଗୋଟିଏ ନାମ, ହେଲେ ହଜାରେ ରୂପ । ସେ କେତେବେଳେ ଜନନୀ ତ ପୁଣି କେତେବେଳେ ଜାୟା । ସେ ଅନନ୍ୟା, ସେ ସ୍ବୟଂସିଦ୍ଧା । ଦୟା, କ୍ଷମା, ପ୍ରେମ ଓ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ । ଆଜି ସେହି ସ୍ରଷ୍ଟାଙ୍କ ପାଇଁ ଦିନଟିଏ ଅର୍ଥାତ୍ ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ବବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।

ଜାତିସଂଘ ପକ୍ଷରୁ 1975 ମସିହା ଠାରୁ ପ୍ରତିବର୍ଷ ଆଜିର ତାରିଖ ଅର୍ଥାତ ମାର୍ଚ୍ଚ 8 କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ମହିଳାଙ୍କୁ ସମ୍ମାନ, ସମାନତା ଦେବା ସହ ଲିଙ୍ଗଗତ ବୈଷମ୍ୟ ଓ ରଙ୍ଗଭେଦ ଦୂରୀକରଣ କରି ସେମାନଙ୍କୁ ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ବାଇଗଣୀ ରିବନ ଏହି ଦିନର ପ୍ରତୀକ । ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଥିମକୁ ନେଇ ଏହି ଦିବସ ପାଳନ କରାଯାଏ । ୧୯୯୬ରେ ପ୍ରଥମ ଥର ଥିମକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା । ଚଳିତ ବର୍ଷର ଥିମ୍ ରହିଛି ଜେଣ୍ଡର ଇକ୍ବାଲିଟି ଟୁଡେ ଫର୍‌ ସଷ୍ଟେନେବଲ ଟୁମାରୋ(gender equality today for a sustainable tomorrow) ।

ଆମେରିକା ସୋସିଆଲିଷ୍ଟ ପାର୍ଟି 1909 ମସିହାରେ ମହିଳାଙ୍କ ପାଇଁ ଫେବୃଆରୀ 28 ତାରିଖରେ ପ୍ରଥମ ମହିଳା ଦିବସ ପାଳନ କରିଥିଲେ । 1910 ଅନ୍ତର୍ଜାତୀୟ ସାମାଜବାଦୀ ମହିଳା ସମ୍ମିଳନୀରେ ପ୍ରତିବର୍ଷ ଗୋଟିଏ ଦିନ ମହଳା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଗଲା । ପରେ 1917 ମସିହାରେ ସୋଭିଏତ ଋଷରେ ମହିଳାଙ୍କ ଦ୍ୱାରା ମତାଧିକାର ହାସଲ କରିବା ପରେ ମାର୍ଚ୍ଚ 8 ତାରିଖକୁ ସେଠାରେ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଗଲା । 1975ରେ ସଂଯୁକ୍ତ ରାଷ୍ଟ୍ର ଏହାକୁ ଗ୍ରହଣ କରିବା ପରେ ସମଗ୍ର ବିଶ୍ୱରେ ଏହି ଦିନକୁ ମହିଳା ଦିବସ ରୂପେ ପାଳନ କରାଯାଉଛି ।

Last Updated : Mar 8, 2022, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.