ETV Bharat / bharat

ଗାଁର ନାଁ ପକେଇ ଦେଲା ଚମ୍ପିଆନ ଚୋର: ଦିନେ ଟ୍ରଫି ଆଣୁଥିଲେ, ଆଜି ଚୋରି କରି ଧରାପଡିଲେ

author img

By

Published : Apr 27, 2022, 9:22 AM IST

ଦିନେ ଅନ୍ତର୍ଜାତୀୟ କ୍ରୀଡ଼ାରେ କମାଲ କରି ଦେଶ ନାଁ ରଖିଥିଲେ । ଆଜି ଅପରାଧର ରାସ୍ତାକୁ ଯାଇଁ ଗାଁର ନାଁ ପକାଇଛନ୍ତି । ହରିୟାଣାର ହିସାରରେ ଏକ ବ୍ୟାଙ୍କ ଲୁଟ୍‌ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଚମ୍ବିତ ହୋଇ ପଡ଼ିଲା ପୋଲିସ । ଅଧିକ ପଢ଼ନ୍ତୁ

ହରିୟାଣାରେ ବ୍ୟାଙ୍କ ଲୁଟ୍‌, ଧରା ପଡ଼ିଲା ଚମ୍ପିଆନ୍‌ ଲୁଟେରା

ଚଣ୍ଡିଗଡ଼: ଦିନେ ଅନ୍ତର୍ଜାତୀୟ କ୍ରୀଡ଼ାରେ କମାଲ କରି ଦେଶ ନାଁ ରଖିଥିଲେ । ଆଜି ଅପରାଧର ରାସ୍ତାକୁ ଯାଇଁ ଗାଁର ନାଁ ପକାଇଛନ୍ତି । ହରିୟାଣାର ହିସାରରେ ଏକ ବ୍ୟାଙ୍କ ଲୁଟ୍‌ ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଚମ୍ବିତ ହୋଇ ପଡ଼ିଲା ପୋଲିସ । କାରଣ ଏହି ଅଭିଯୁକ୍ତ ଜଣକ ଜଣେ ଜୁଡୋ ଚମ୍ପିଆନ୍‌ ସହ ITBPର ଯବାନ । ସେ ବର୍ତ୍ତମାନ ଦିଲ୍ଲୀରେ ITBPର କନେଷ୍ଟବଳ ଭାବରେ କାର୍ଯ୍ୟ କରୁଛନ୍ତି ।

international judo player arrested for looting a bank in hisar hariyana

ଏହି ITBPର ଯବାନଙ୍କ ନାମ ସୋନୀ ଛାବା ବୋଲି ଜଣାପଡ଼ିଛି । ସେ ୨୦୧୭ ୟୁଥ୍‌ କମନୱେଲ୍‌ଥ୍‌ ଗେମ୍ସରେ ଇଂଲଣ୍ଡର କ୍ରୀଡ଼ାବିତ୍‌ଙ୍କୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ହରିୟାଣା ସରକାର ସୋନୀ ଛାବାଙ୍କୁ ୨୫ରୁ ୩୦ ଲକ୍ଷ ଟଙ୍କା ପୁରସ୍କାର ସ୍ବରୁପ ପ୍ରଦାନ କରିଥିଲେ । ହେଲେ ଦିନେ ଦେଶ ପାଇଁ ନାଁ କରିଥିବା ଯୁବକ ଆଜି ଅପରାଧର ରାସ୍ତାକୁ କାହିଁକି ଆପଣେଇ ନେଲା ? ଚାଲନ୍ତୁ ଜାଣିବା ।

ଜୁଡୋ କ୍ରୀଡ଼ାରୁ ମିଳିଥିବା ସଫଳତା ଓ ସମ୍ମାନକୁ ସମ୍ଭାଳି ପାରିଲେ ନାହିଁ ସୋନୀ ଛାବା । ଅତ୍ୟଧିକ ଟଙ୍କାର ଲୋଭ, ଅୟେସ କରିବା ନିଶା ତାକୁ ଅପରାଧ ଦୁନିଆକୁ ଟାଣି ନେଇଥିଲା । ଯୁକ୍ତ ଦୁଇ ପାସ୍‌ କରିଥିବା ସୋନୀ ଛାବା କ୍ରୀଡ଼ା କୋଟାରେ ITBPରେ ସହଜରେ ଚାକିରି ପାଇଗଲା । ଆରାମଦାୟକ ଜୀବନ ଓ ଅର୍ଥର କ୍ଷୁଧାରେ ସୋନୀ ଏତେମାତ୍ରାରେ ବୁଡ଼ି ରହିଲା ଯେ ଶେଷରେ ଡକାୟତୀ କରିବାକୁ ପଛାଇଲା ନାହିଁ ।

ଏହାପୂର୍ବରୁ ସୋନୀ ବହୁଥର ITBPର ଚାକିରି ଛାଡ଼ିବାକୁ ଚେଷ୍ଟା କରିଛି । କିଛିଦିନ ପୂର୍ବରୁ ହିସାର ଷ୍ଟାଡିୟମରେ ପ୍ରଦୀପ ସହ ସୋନୀର ଦେଖା ହୋଇଥିଲା । ପ୍ରଦୀବ ପୂର୍ବର ଆର୍ମସ୍‌ ଆକ୍ଟରେ ଜେଲ୍‌ ଯାଇ ଫେରିଥିଲା । ଦୁହେଁ ମିଶି ବ୍ୟାଙ୍କ୍‌ ଲୁଟ କରିବାକୁ ଯୋଜନା କଲେ । ଏହି ଯୋଜନାର ସେମାନେ ନବୀନକୁ ସାମିଲ କଲେ । ନବୀନର ବନ୍ଧୁ ବିକାଶ ଓ ସୋନୁ ମଧ୍ୟ ବ୍ୟାଙ୍କ ଲୁଟ୍‌ ଯୋଜନାରେ ସାମିଲ ହେବାକୁ ମନ ବଳାଇଥିଲେ । ଏହି ୫ ଜଣିଆ ଗ୍ୟାଙ୍ଗ୍‌ ହିସାରରେ ଥିବା ଆଜାଦ ନଗର ବ୍ୟାଙ୍କ ଲୁଟ୍‌ କରିଥିଲେ । ଏହି ଘଟଣାର ପର୍ଦ୍ଦାଫାସ୍‌ ହେବାପରେ ସୋନୀର ଗ୍ରାମବାସୀଙ୍କ ମୁହଁରେ ଗୋଟିଏ କଥା ପିଲାଟା ଗାଁ ନାଁ ତଳେ ପକାଇଦେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.