ETV Bharat / bharat

ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ ସମ୍ମାନରେ ସାମ୍ମାନିତ କଲା ମହାରାଷ୍ଟ୍ର ସରକାର

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ମହାରାଷ୍ଟ୍ର ସରକାରଙ୍କ ‘ଉଦ୍ୟୋଗ ରତ୍ନ’ ସମ୍ମାନ । ବାସଭବନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ଦୁଇ ମୁଖ୍ଯମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Aug 19, 2023, 5:23 PM IST

ଶିଳ୍ପପତି ରତନ ଟାଟାଙ୍କୁ ଉଦ୍ୟୋଗ ରତ୍ନ ସମ୍ମାନରେ ସାମ୍ମାନିତ କଲା ମହାରାଷ୍ଟ୍ର ସରକାର

ମୁମ୍ବାଇ: ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି ମହାରାଷ୍ଟ୍ର ସରକାର । 85 ବର୍ଷୀୟ ଟାଟାଙ୍କୁ ତାଙ୍କ ଦକ୍ଷିଣ-ମୁମ୍ବାଇ ସ୍ଥିତ ବାସଭବନରେ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । କାର୍ଯ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାଓ୍ବରଙ୍କ ସମେତ ମହାରାଷ୍ଟ୍ର ଉଦ୍ୟୋଗ ଉନ୍ନୟନ ନିଗମ (MIDC)ର ବହୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ଯମନ୍ତ୍ରୀ ସିନ୍ଦେ ଟାଟାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉଦ୍ୟୋଗ ରତ୍ନ ଆଓ୍ବାର୍ଡ ପ୍ରଦାନ କରି ସମ୍ମାନିତ କରିଥିଲେ । ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଟାଟାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏହା ଥିଲା ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଘୋଷିତ ପ୍ରଥମ ‘ଉଦ୍ୟୋଗ ରତ୍ନ’ ସମ୍ମାନ । ଏହି ସମ୍ମାନରେ ପ୍ରଥମେ ରତନ ଟାଟା ସମ୍ମାନିତ ହୋଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ୍ସ (ଟ୍ବିଟର)ରେ ଫଟୋ ସେୟାର କରି ଟାଟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକାଧିକ ଫଟୋ ଟ୍ବିଟ କରି ଫଡନାଭିସ ଲେଖିଛନ୍ତି,‘‘ ଏହା ଆମ ସମସ୍ତଙ୍କ ପାଇଁ ସମ୍ମାନ ଏବଂ ଗର୍ବର ମୁହୂର୍ତ୍ତ । ଟାଟା ଗ୍ରୁପ୍ ଅଧ୍ୟକ୍ଷ ପଦ୍ମଭୂଷଣ ରତନ ଟାଟାଜୀଙ୍କୁ ମହାରାଷ୍ଟ୍ରର ପ୍ରଥମ 'ଉଦୋଗ୍ୟ ରତ୍ନ ପୁରସ୍କାର-2023' ରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଗଲା ।’’

ବର୍ତ୍ତମାନ ‘ଟାଟା ସନ୍ସ’ର ଅଧ୍ୟକ୍ଷ ଅଛନ୍ତି 85 ବର୍ଷୀୟା ବିଜିନେସ ଟାଇକୁନ ରତନ ଟାଟା । ଜାମସେଦଜୀ ଟାଟାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଟାଟା ସମୂୟ ଏବେ ବିଭିନ୍ନ କ୍ଷେତ୍ରରେ ନିଜ ବ୍ୟବସାୟ ସଫଳତାର ସହ ଜାରି ରଖିଛି । ଭାରତରେ ଇସ୍ପାତରୁ ଶିଳ୍ପ ଆରମ୍ଭ କରିଥିବା ଟାଟା କମ୍ପାନୀ ଏବେ ଅଟୋମୋବାଇଲ, ବିମାନ ସେବା, ଟେଲି ଯୋଗାଯୋଗ, ଇନଫ୍ରାଷ୍ଟକଚର ସହ ଏକାଧିକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରିପାରିଛି ।

ଏହା ମଧ୍ୟ ପଢନ୍ତୁ :- Rahul Gandhi Rides Bike: ଲେହଠୁ ପାଙ୍ଗୋଙ୍ଗ ହ୍ରଦ ଯାଏଁ ବାଇକ ଚଲାଇଲେ ରାହୁଲ, ପିତାଙ୍କୁ କଲେ ସ୍ମରଣ

ଭାରତରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ବହୁଦେଶୀୟ କମ୍ପାନୀ ଏବେ 6 ମହାଦେଶର ପ୍ରାୟ ଶତାଧିକ ଦେଶରେ ନିଜର ବ୍ୟବସାୟ ଜାରି ରଖିଛି । ଭାରତର ପୂର୍ବ ରାଷ୍ଟ୍ରୟତ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ମଧ୍ୟ ଟାଟା ସମୂହ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଭାରତ ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା । ହେଲେ ବର୍ଷ 2021 ରେ ଏହା ପୁଣି ଥରେ ଘରୋଇକରଣ ହୋଇ ମୂଳ କମ୍ପାନୀ ‘ଟାଟା ସନ୍ସ’ ଅଧୀନକୁ ଚାଲିଯାଇଥିଲା । ଭାରତୀୟ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍ଥାର ବର୍ତ୍ତମାନର ଅଧ୍ୟକ୍ଷ ରତନ ଟାଟାଙ୍କୁ ପଦ୍ମ ଭୂଷଣରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.