ETV Bharat / bharat

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, 10ରୁ ଦିଲ୍ଲୀ-ଅଯୋଧ୍ୟା ନିୟମିତ ଉଡାଣ

IndiGo commences operations from Ayodhya: ଅଯୋଧ୍ୟାକୁ ବିମାନ ସେନା ଘୋଷଣା କଲା ଇଣ୍ଡିଗୋ । 10 ତାରିଖରୁ ଦିଲ୍ଲୀ-ଅଯୋଧ୍ୟା ନିୟମିତ ଉଡାଣ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 6, 2024, 7:59 PM IST

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ
ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କଲା ଦେଶର ବଜେଟ ଏୟାରଲାଇନ୍ସ ‘ଇଣ୍ଡିଗୋ’ । ଆଜି ଦିଲ୍ଲୀ- ଅଯୋଧ୍ୟା ମଧ୍ୟରେ ଦୁଇଟି ବିମାନ ଉଡାଣ କରିଛି ସଂସ୍ଥା । ଉଭୟ ସହରରୁ ଦୁଇଟି ବିମାନ ଉଡାଣ ଭରି ଉଭୟ ବିମାନ ବନ୍ଦରରେ ଅବତରଣ କରିଛି । ଆଜି ପରୀକ୍ଷା ମୂଳକଭାବେ ଏହି ଉଡାଣ ସଫଳତାର ସହ ଶେଷ ହୋଇଥିବା ବେଳେ 10 ତାରିଖରୁ ଦିଲ୍ଲୀ ଓ ଅଯୋଧ୍ୟା ମଧ୍ୟରେ ନିୟମିତ ଉଡାଣ ସେବା ଆରମ୍ଭ କରିବ ଇଣ୍ଡିଗୋ । ଏହି ବିମାନ ବନ୍ଦର ସହ ଇଣ୍ଡିଗୋର ଘୋଇ ବିମାନ ସେବା 86 ତମ ଡେଷ୍ଟିନେସନରେ ପହଞ୍ଚିଛି । ସେହିପରି ସମଗ୍ର ନେଟଓ୍ବାର୍କରେ ଉଡାଣ ସଂଖ୍ୟା 118 କୁ ବୃଦ୍ଧି ପାଇଥିବା ଏୟାରଲାଇନ୍ସ କହିଛି ।

ଡିସେମ୍ବର 30 ରେ ଏହି ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପିତ କରିସାରିଛନ୍ତି । ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହା ଉଡାଣକ୍ଷମ ହୋଇସାରିଛି । ଉଡାଣ ସମ୍ପର୍କିତ ସମସ୍ତ ଆବଶ୍ୟକୀୟ ସେବା ପାଇଁ ଭିତ୍ତିଭୂମି ଏଥିରେ ବିକଶିତ ହୋଇସାରିଛି । ଏହି ବିମାନ ବନ୍ଦର ପାଇଁ ଗତବର୍ଷ (୨୦୨୨) ଏପ୍ରିଲରେ ଉତ୍ତର ପ୍ରଦେଶ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ପ୍ରଥମେ ଏହି ବିମାନ ବନ୍ଦରର ନାମ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅନ୍ତର୍ଜାତୀୟ ବିମାନ ବନ୍ଦର’ ରଖାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନାମକୁ ମହର୍ଷୀ ବାଲ୍ମକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ପରିବର୍ତ୍ତନ କରାଯାଇଛି ।

ଅଧିକ ପଢନ୍ତୁ :- ଅଯୋଧ୍ୟାବାସୀଙ୍କୁ ମୋଦିଙ୍କ ଭେଟି, ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟିତ

ଏହି ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂରେ ରାମ ମନ୍ଦିର ଢାଞ୍ଚାର ଝଲକ ପ୍ରତିଫଳିତ ହେଉଛି । ଟର୍ମିନାଲର ଭିତରପାର୍ଶ୍ବରେ ସ୍ଥାନୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଏହାସହିତ ରାମାୟଣର ଅନେକ କଥାବସ୍ତୁକୁ ରଙ୍ଗତୂଳୀରେ ଟର୍ମିନାଲ ଭିତର କାନ୍ଥରେ ଦର୍ଶାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଟର୍ମିନାଲ ଭିତରର ସୌନ୍ଦର୍ଯ୍ୟକରଣ କରାଯାଇଛି । ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖାଯାଇ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବିମାନ ବନ୍ଦର ଅନେକ କ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ବହୁ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.