ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ପାକିସ୍ତାନର ବାୟୁସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ । ଗତକାଲି(ଶନିବାର) ପଞ୍ଜାବର ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନଟି ଖରାପ ପାଗ କାରଣରୁ ପାକିସ୍ତାନ ବାୟୁସୀମାରେ ସାମୟିକ ସମୟ ପାଇଁ ପ୍ରବେଶ କରିଥିଲା । ହେଲେ ପାକିସ୍ତାନର କୌଣସି ବିମାନ ବନ୍ଦରରେ ବିମାନଟି ଅବତରଣ କରିନଥିଲା । 30 ମିନିଟ ପାକିସ୍ତାନ ବାୟୁସୀମାରେ ଉଡାଣ ଭରିବା ପରେ ଏହା ପୁଣି ଭାରତୀୟ ବାୟୁସୀମାକୁ ଫେରିଆସିଥିବା ସହ ନିର୍ଦ୍ଧାରିତ ଅହମ୍ମଦାବାଦ ବିମାନ ବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ ମଧ୍ୟ କରିଥିବାର ସୂଚନା ରହିଛି ।
-
IndiGo flight 6E-645, operating from Amritsar to Ahmedabad had to take a deviation over Attari into Pakistan airspace due to bad weather. The deviation was well coordinated with Pakistan by Amritsar ATC via telephone. The crew was in continuous contact with Pakistan on R/T and… https://t.co/8asXGmL1xa
— ANI (@ANI) June 11, 2023 " class="align-text-top noRightClick twitterSection" data="
">IndiGo flight 6E-645, operating from Amritsar to Ahmedabad had to take a deviation over Attari into Pakistan airspace due to bad weather. The deviation was well coordinated with Pakistan by Amritsar ATC via telephone. The crew was in continuous contact with Pakistan on R/T and… https://t.co/8asXGmL1xa
— ANI (@ANI) June 11, 2023IndiGo flight 6E-645, operating from Amritsar to Ahmedabad had to take a deviation over Attari into Pakistan airspace due to bad weather. The deviation was well coordinated with Pakistan by Amritsar ATC via telephone. The crew was in continuous contact with Pakistan on R/T and… https://t.co/8asXGmL1xa
— ANI (@ANI) June 11, 2023
ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ 6E-645 ସଂଧ୍ୟା ପ୍ରାୟ 7 ଟା ରେ ଅମୃତସରରୁ ଗୁଜୁରାଟର ଅହମ୍ମଦାବାଦ ଅଭିମୁଖେ ଉଡାଣ ଭରିଥିଲା । 7 ଟା 30 ସମୟରେ ପାଗରେ ଭୀଷଣ ପ୍ରତିକୂଳତା ଆସିବାରୁ ଏହାକୁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାର ଆବଶ୍ୟକତା ପଡିଥିଲା । ଏହା ପୂର୍ବରୁ ପାକିସ୍ତାନ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଅବଗତ ମଧ୍ୟ କରାଯାଇଥିଲା । 7.30 ସମୟରେ ବିମାନଟି ପାକିସ୍ତାନର ଉତ୍ତର ଲାହୋର ବାୟୁସୀମାରେ ପ୍ରବେଶ କରିଥିଲା । ପଞ୍ଜାବର ଅଟ୍ଟାରୀ ଆକାଶ ଦେଇ ବିମାନଟି ପାକିସ୍ତାନର ବାୟୁସୀମାରେ ପ୍ରବେଶ କରି ପ୍ରାୟ 30 ମିନିଟ ଉଡାଣ ଭରିବା ପରେ ପୁଣି ପାଗରେ ପରିବର୍ତ୍ତନ ହେବା ପରେ ଭାରତୀୟ ଆକାଶକୁ ଫେରିଥିଲା । ତେବେ ପାକିସ୍ତାନ ମଧ୍ୟ ଏଥିରେ ସହଯୋଗ କରିଥିବା ନେଇ ସୂଚନା ମିଳିଛି ।
ତେବେ ଏହି ଘଟଣା ପରେ ବେସାମରିକ ବିମାନ ଉଡାଣ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା କୌଣସି ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା ମଧ୍ୟ ନୁହେଁ । ଏପରି ସ୍ଥିତିରେ ନିକଟବର୍ତ୍ତୀ ଦେଶର ବାୟୁସୀମା ବ୍ୟବହାର କରିବା ଅନ୍ତର୍ଜାତୀୟ ଉଡ଼ାଣ ନିୟମ ଅଧୀନରେ ଆସୁଛି । ଉଡାଣ ସମୟରେ ଖରାପ ପାଗ କିମ୍ବା ଅନ୍ୟ କୌଣସି ଜରୁରୀ ସ୍ଥିତିରେ ନିକଟବର୍ତ୍ତୀ ଦେଶର ବାୟୁସୀମା ବ୍ୟବହାର କରାଯାଇପାରିବ ।
ଏହା ପୂର୍ବରୁ ଜୁନ 4 ତାରିଖରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ପ୍ରବଳ ବର୍ଷା କାରଣରୁ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା । ରାତି ପ୍ରାୟ 8ଟା ସମୟରେ ଏହି ଘଟଣା ଘଟିଥିଲା । ମସ୍କଟରୁ ଏହି ବିମାନ (ପିକେ-248) ଲହୋର ଆସୁଥିବା ବେଳେ ପ୍ରବଳ ବର୍ଷା କାରଣରୁ ଲ୍ୟାଣ୍ଡ କରିପାରିନଥିଲା । ଭାରତୀୟ ଆକାଶରେ ପ୍ରାୟ 10 ମିନିଟ ଉଡାଣ ଭରିବା ପରେ ଏହି ପାକିସ୍ତାନ ବିମାନଟି ଲାହୋର ବିମାନ ବନ୍ଦରରେ ଅବତରଣ କରିଥିଲା । ନିକଟରେ ନୂଆଦିଲ୍ଲୀରୁ ଆମେରିକାର ସାନଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାକୁ ଋଷକୁ ଡାଇଭର୍ଟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ