ମୁମ୍ବାଇ: ଲୋକାର୍ପିତ ହେଲା ଦେଶର ସର୍ବବୃହତ ସାମୁଦ୍ରିକ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଆସି ମୁମ୍ବାଇ ଠାରେ ଏହି ସାମୁଦ୍ରିକ ସେତୁର ଉଦଘାଟନ କରିଛନ୍ତି । ୨୧.୮ କିଲୋମିଟର ଲମ୍ବ ଏହି ସାମୁଦ୍ରିକ ସେତୁର ନାମ 'ଅଟଳ ସେତୁ' ରଖାଯାଇଛି । ପ୍ରାୟ ୧୭ ହଜାର ୮୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏଥିପାଇଁ ପ୍ରାୟ ୭ ବର୍ଷ ସମୟ ଲାଗିଛି । ଏହି ସେତୁ ଦକ୍ଷିଣ ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଛି ।
-
#WATCH | PM Modi inaugurates Atal Bihari Vajpayee Sewari - Nhava Sheva Atal Setu in Maharashtra
— ANI (@ANI) January 12, 2024 " class="align-text-top noRightClick twitterSection" data="
Atal Setu is the longest bridge in India and also the longest sea bridge in the country. It will provide faster connectivity to Mumbai International Airport and Navi Mumbai… pic.twitter.com/2GT2OUkVnC
">#WATCH | PM Modi inaugurates Atal Bihari Vajpayee Sewari - Nhava Sheva Atal Setu in Maharashtra
— ANI (@ANI) January 12, 2024
Atal Setu is the longest bridge in India and also the longest sea bridge in the country. It will provide faster connectivity to Mumbai International Airport and Navi Mumbai… pic.twitter.com/2GT2OUkVnC#WATCH | PM Modi inaugurates Atal Bihari Vajpayee Sewari - Nhava Sheva Atal Setu in Maharashtra
— ANI (@ANI) January 12, 2024
Atal Setu is the longest bridge in India and also the longest sea bridge in the country. It will provide faster connectivity to Mumbai International Airport and Navi Mumbai… pic.twitter.com/2GT2OUkVnC
ମେରାଇନ ପ୍ରକଳ୍ପ ମୁମ୍ବାଇ ଟ୍ରାନ୍ସହର୍ବର ଲିଙ୍କ ପ୍ରୋଜେକ୍ଟ(MTHL) ଅଧିନରେ ଅଟଳ ସେତୁର ନିର୍ମାଣ କରାଯାଇଛି । ଏହି ସୁଦୀର୍ଘ ସେତୁ ଦ୍ବାରା ଦକ୍ଷିଣ ମୁମ୍ବାଇରୁ ନାଭି ମୁମ୍ବାଇକୁ ଦୁଇ ଘଣ୍ଟା ସମୟ ଲାଗୁଥିବା ଯାତ୍ରା ଏବେ ମାତ୍ରା ୧୫ରୁ ୨୦ ମିନିଟରେ ଶେଷ ହେବ । ଫଳରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ସହ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ୨୦୧୮ ମସିହରେ ପ୍ରଧାନମନ୍ତ୍ରୀ ମୋଦି ଏହି ସାମୁଦ୍ରିକ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଥରହର ହେବେ ଚୀନ-ପାକିସ୍ତାନ, ନୌସେନାକୁ ମିଳିଲା ‘ଦୃଷ୍ଟି’
-
🌉 Atal Setu: India’s Longest Sea Bridge !
— Devendra Fadnavis (@Dev_Fadnavis) January 10, 2024 " class="align-text-top noRightClick twitterSection" data="
Bridging the waters, uniting the city, and standing tall in engineering brilliance.#AtalSetu #NarendraModi #Maharashtra #engineering pic.twitter.com/QHg4iQmfWU
">🌉 Atal Setu: India’s Longest Sea Bridge !
— Devendra Fadnavis (@Dev_Fadnavis) January 10, 2024
Bridging the waters, uniting the city, and standing tall in engineering brilliance.#AtalSetu #NarendraModi #Maharashtra #engineering pic.twitter.com/QHg4iQmfWU🌉 Atal Setu: India’s Longest Sea Bridge !
— Devendra Fadnavis (@Dev_Fadnavis) January 10, 2024
Bridging the waters, uniting the city, and standing tall in engineering brilliance.#AtalSetu #NarendraModi #Maharashtra #engineering pic.twitter.com/QHg4iQmfWU
୨୧.୮ କିଲୋମିଟର ଲମ୍ବ ଅଟଳ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ୫.୫ କିଲୋମିଟର ନିର୍ମାଣ ହୋଇଛି । ଏଥିପାଇଁ ୧୭,୮୪୦ କୋଟି ଟଙ୍କାର ଖର୍ଚ୍ଚ କରାଯାଇଛି । ଅଟଳ ସେତୁ ଉଭୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ନାଭି ମୁମ୍ବାଇ ବିମାନ ବନ୍ଦରକୁ ଯୋଡିବ । ଏହାଦ୍ବାରା ମୁମ୍ବାଇରୁ ପୁଣେ, ଗୋଆ, ଦକ୍ଷିଣ ଭାରତକୁ ଯାତାୟତ ସମୟ ହ୍ରାସ ପାଇବ । ଏଥିସହ ଏହା ମୁମ୍ବାଇ ବନ୍ଦର ଏବଂ ଜବହାରଲାଲ ନେହେରୁ ମଧ୍ୟରେ ଯୋଗାଯୋଗ ସୁଦୃଢ କରିବ ।
ଏହି ସେତୁ ଉପରେ ୟାତାୟତ ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି । ଚାରିଚକିଆ ଯାନଗୁଡିକ ଏହି ସାମୁଦ୍ରିକ ସେତୁ ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବେ । ତେବେ ସେତୁରେ ମୋଟର ବାଇକ, ଅଟୋରିକ୍ସା ଏବଂ ଟ୍ରାକ୍ଟର ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ । କାର, ଟ୍ୟାକ୍ସି, କମ୍ ଭାରି ଯାନ, ମିନି ବସ୍ ମଧ୍ୟ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଯାତ୍ରା କରିବାର ନିୟମ ରହିଛି । ତେବେ ସେତୁରେ ଉଠିବା ଏବଂ ଗଡିବା ସମୟରେ ଗାଡିର ବେଗ ସର୍ବାଧିକ ୪୦ କିଲୋମିଟର ଭିତରେ ରହିବା ବାଧ୍ୟତାମୂଳକ ।
ପ୍ରଧାନମନ୍ତ୍ରୀ ମୋଦି ଅଟଳ ସେତୁର ଉଦଘାଟନ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ନାସିକରେ ୨୭ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିଛନ୍ତି । ଏଥିସହ ଆଜି ମହାରାଷ୍ଟ୍ରରେ ଅଟଳ ସେତୁ ସମେତ ପ୍ରାୟ ୩୦ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।