ନୂଆଦିଲ୍ଲୀ: ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ । ଏହି ଘଟଣା ପରେ ଭାରତର ବୈଦେଶିକ ମନ୍ତ୍ରୀ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ଇସ୍ରାଏଲର ସମସ୍ତ ବୈଦେଶିକ ପ୍ରତିନିଧିଙ୍କୁ ସୁରକ୍ଷା ପାଇଁ ନର୍ଭର ଦେଇଛନ୍ତି ବୋଲି ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀ ।
ନୂଆଦିଲ୍ଲୀରେ ଇସ୍ରାଏଲ ଦୂତବାସ ନିକଟରେ ବିସ୍ଫୋରଣ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତୁରନ୍ତ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗାବି ଆସାକେନାଜିଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଆମେ ଇସ୍ରାଏଲ ଦୂତାବାସର ସମସ୍ତ ପ୍ରତିନିଧି ଓ ବୈଦେଶିକ ପ୍ରତିନିଧିଙ୍କ ସୁରକ୍ଷା ଆମର ଦାୟିତ୍ବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି । ଏହି ଘଟଣାକୁ ଇସ୍ରାଏଲ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି । ବର୍ତ୍ତମାନ ଏହି ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ଜାରି ରହିଛି । କୌଣସି ମୋତେ ଏହି ଘଟଣାରେ ଦୋଷୀମାନଙ୍କୁ ଛଡାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ଇସ୍ରାଏଲ ସମସ୍ତ ବୈଦେଶିକ ପ୍ରତିନିଧିଙ୍କୁ ସୁରକ୍ଷା ଆମର ଦାୟିତ୍ବ ବୋଲି କହିଛନ୍ତି ।
ସୂଚନାଥାଉକି ଆଜି ସଂନ୍ଧ୍ୟାରେ ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ 4ରୁ 5ଟି କାରର କାଚ ଭାଙ୍ଗିଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିସ୍ଫୋରଣ ଇସ୍ରାଏଲ ଦୂତାବାସର 150 ମିଟର ଦୂରରେ ହୋଇଛି । ଏହାପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।