ETV Bharat / bharat

ସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ମୃତ - ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ । ସ୍ପଷ୍ଟ କଲା ସେନା । ଅଧିକ ପଢନ୍ତୁ

ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ
cheetah helicopter crash
author img

By

Published : Mar 16, 2023, 2:39 PM IST

Updated : Mar 16, 2023, 6:50 PM IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ‘ଚିତା’ ହେଲିକପ୍ଟର କ୍ରାସରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଆଜି (ଗୁରୁବାର) ପ୍ରାୟ ମଧ୍ୟାହ୍ନରେ ଦିରାଙ୍ଗର ମଣ୍ଡଳ ପାହାଡ ଅଞ୍ଚଳରେ ଏହି ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପ୍ଟରଟି କ୍ରାସ ହୋଇ ଖସିପଡିବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ ଥିବା ଦୁଇ ପାଇଲଟ ଲେଫ୍ଟନାଣ୍ଟ କୋଲୋନେଲ ଭିଭିବି ରେଡ୍ଡୀ ଓ ମେଜର ଜୟନ୍ତ.ଏ ଙ୍କର ମତ୍ୟୁ ହୋଇଥିବା ସେନା ସ୍ପଷ୍ଟ କରିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଠାବ କରିବା ପାଇଁ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

  • Indian Army Cheetah helicopter has crashed near Mandala hills area of Arunachal Pradesh. Search operation for the pilots has started. More details awaited: Army sources pic.twitter.com/fqD0uu767w

    — ANI (@ANI) March 16, 2023 " class="align-text-top noRightClick twitterSection" data=" ">

ନିୟମିତ ଅଭ୍ୟାସ ପାଇଁ ପୂର୍ବାହ୍ନ 9ଟା 15ରେ ଏହି ହେଲିକପ୍ଟରଟି ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସୂଚନା ମିଳିବା ପରେ ଏଥିରେ ଥିବା ଦୁଇ ପାଇଲଟଙ୍କୁ ଠାବ କରିବା ପାଇଁ ସୀମା ଶସସ୍ତ୍ର ବଳର ଯବାନଙ୍କ ଦ୍ବାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସଂଧ୍ୟା ସୁଦ୍ଧା ଉଭୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ସହ ଅପରେସନକୁ ଶେଷ କରାଯାଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ସ୍ଥଳସେନା ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି ।

ଏହା ବି ପଢନ୍ତୁ...Double Murder in Hyderabad: ସ୍ତ୍ରୀକୁ କଟୁରୀରେ ହାଣିବା ପରେ ୪୦ ଦିନର ପୁଅକୁ ପାଣିରେ ଫିଙ୍ଗିଲା

କିଛି ଦିନ ତଳେ ନୌସେନାର ALH ‘ଧ୍ରୁବ’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନୌସେନାର ଏହି ଆଡଭାନ୍ସ ଲାଇଟ ହେଲିକପ୍ଟର ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇ ମୁମ୍ବାଇ ତଟ ନିକଟରେ ସମୁଦ୍ର ଜଳରାଶିକୁ ଖସିପଡିଥିଲା । ହେଲିକପ୍ଟରେ 3 ଜଣ ପାଇଲଟ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଯାନ୍ତ୍ରିକ ତ୍ରୁଟି ପାଇଁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ଶେଷ ନହେବା ଯାଏ ଏହି ALH ସିରିଜର ସମସ୍ତ ହେଲିକପ୍ଟରର ଉଡାଣ ବନ୍ଦ ରଖିବା ନେଇ ନୌସେନା ନିଷ୍ପତ୍ତି ନେଇଥିଲା । ଏବେ ସୁଦ୍ଧା ମଧ୍ୟ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।

ଏହା ବି ପଢନ୍ତୁ...Umesh Pal Murder Case: କ୍ରେଟା କାର ଛଡା ଆହୁରି ତିନୋଟି ଗାଡିରେ ତୟାର ଥିଲେ ସୁଟର !

ଚଳିତ ବର୍ଷ ଫେବୃଆରୀ 28 ତାରିଖରେ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-30 ଓ ମିରାଜ-2000 ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ମଧ୍ୟ ପ୍ରଦେଶ ଗ୍ବାଲିଅର ଏୟାରବେସରୁ ଉଡାଣ ଭରିଥିବା ବାୟୁସେନା ଯୁଦ୍ଧ ବିମାନ ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୱିଙ୍ଗ୍‌ କମାଣ୍ଡର ହମୁମନ୍ତ ରାଓ ସାରଥୀ ଅଖି ବୁଜିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2023, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.