ETV Bharat / bharat

ପୂର୍ବ ଲଦାଖରେ ବଢିଛି ସେନା ଶକ୍ତି: 22 ହଜାର ସୈନ୍ୟ ଓ 450 ଟ୍ୟାଙ୍କ ରଖିବା ପାଇଁ ବିକଶିତ ହୋଇଛି ଭିତ୍ତିଭୂମି

author img

By

Published : Nov 16, 2022, 9:47 AM IST

ଚୀନର ପ୍ରସ୍ତୁତି ଉପରେ ନଜର ରଖିଛି ଭାରତୀୟ ସେନା । ଗତ ଦୁଇ ବର୍ଷରେ ପୂର୍ବ-ଲଦାଖ କ୍ଷେତ୍ରରେ ବଢିଛି ଭାରତୀୟ ସେନାର ଭିତ୍ତିଭୂମି । ନିର୍ମାଣ ହୋଇଛି ଅତ୍ୟାଧୁନିକ ତଥା ବହୁମୁଖୀ ସାମରିକସ୍ଥଳୀ । 22 ହଜାର ସୈନ୍ୟ ଓ ଅସ୍ତ୍ରଶସ୍ତ୍ରକୁ ରଖାଯାଇ ପାରିବ ସୁରକ୍ଷିତ (Indian Army built infra for tanks) । ଅଧିକ ପଢନ୍ତୁ

ପୂର୍ବ ଲଦାଖରେ ବଢିଛି ଭାରତୀୟ ସେନାର ଶକ୍ତି: 22 ହଜାର ସୈନ୍ୟ ଓ 450 ଟ୍ୟାଙ୍କ ରଖିବା ପାଇଁ ବିକଶିତ ହୋଇଛି ଭିତ୍ତିଭୂମି

ନୂଆଦିଲ୍ଲୀ: ପୂର୍ବ ଲଦାଖ କ୍ଷେତ୍ରରେ ଭାରତ-ଚୀନ ସେନାର ଉତ୍ତେଜନା ମଧ୍ୟରେ ଭାରତ ନିଜ ସାମରିକ ଭିତ୍ତିଭୂମି ସୁଦୃଢ କରିଛି । ପ୍ରକୃତ ନିୟନ୍ତ୍ରଣ ରେଖା ସଲଗ୍ନ ଅଞ୍ଚଳରେ ନିଜ ସାମରିକ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏକାଧିକ ନିର୍ମାଣ କରିବାରେ ଲାଗିଛି ଡ୍ରାଗନ ସେନା । ଏହାରି ମଧ୍ୟରେ ଭାରତ ମଧ୍ୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରାୟ 450 ଟ୍ୟାଙ୍କ ଓ ପ୍ରାୟ 22 ହଜାର ସୈନ୍ୟଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାବଶକୀୟ ତଥା ବହୁମୁଖୀ ସାମରିକସ୍ଥଳୀ ନିର୍ମାଣ କରିଛି (Indian Army built infra for tanks)। ଚୀନ୍‌ ସେନାର ପ୍ରସ୍ତୁତିକୁ ଦେଖି କୌଣସି ଅପ୍ରିତିକର ସ୍ଥିତିର ପ୍ରଭାବୀ ମୁକାବିଲା ପାଇଁ ଭାରତୀୟ ସ୍ଥଳସେନା ସମସ୍ତ ପ୍ରସ୍ତୁତି କରିବା ସହ ସ୍ଥିତି ଉପରେ ନଜର ରଖିଥିବା ସେନା ସୂତ୍ରରୁ ସୂଚନା ମିଳିଛି ।

  • A 3D-printed shelter for Officers & JCOs living has been constructed in the desert sector and four more such double-storey shelters are also being constructed in the Eastern Theatre. They can accommodate 64 personnel and construction will take just 25 days: Indian Army officials pic.twitter.com/kfV5ysQd7D

    — ANI (@ANI) November 15, 2022 " class="align-text-top noRightClick twitterSection" data=" ">

ସାମରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପୋଙ୍ଗୟାଙ୍ଗ ହ୍ରଦ ଓ ଏହାର ଆଖପାଖ କ୍ଷେତ୍ରରେ ଚୀନ ଏକାଧିକ ନିର୍ମାଣ ଜାରି ରଖିଛି । ଏହାକୁ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ସେନା । ଭାରତ ପକ୍ଷରୁ ମଧ୍ୟ ପୂର୍ବ-ଲଦାଖ କ୍ଷେତ୍ରରେ ବାୟୁସେନାର ଲଢୁଆ ବିମାନ ମୁତୟନ କରାଯାଇଛି । ବାୟୁସେନାର ବିମାନ ଅବତରଣ ଓ ଉଡାଣ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ରୁଟିନ ପାଟ୍ରୋଲିଂ ଓ ସର୍ଭିଲାନ୍ସ ପାଇଁ ଆସଲ୍ଟ ବିମାନ ଏକାଥରେ 35 ଯବାନକୁ ନେଇ ଉଡାଣ ଭରିପାରିବ ।

ସେହିପରି ଗତ ଦୁଇ ବର୍ଷ ମଧ୍ୟରେ ଭିତ୍ତିଭୂମି ନିର୍ମାଣରେ ଯାହା ଉନ୍ନତି ଆସିଛି, ତାହା 22 ହଜାର ସୈନ୍ୟ ଓ ପ୍ରାୟ 450 ସେନା ଗାଡି, ଟ୍ୟାଙ୍କ ଓ ଅତ୍ୟାଧୁନିକ ସାମରିକ ଉପକରଣକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇ ପାରିବ । ଏହାସହ ଏହାକୁ ପ୍ରଭାବୀ ଭାବେ ଅପରେସନରେ ମଧ୍ୟ ବ୍ୟବହୃତ କରିହେବ । ସେହିପରି ବର୍ତ୍ତମାନ ଉକ୍ତ ସ୍ଥାନରେ ସ୍ଥାୟୀ ସାମରିକ ଭିତ୍ତିଭୂମି ନିର୍ମାଣ ଉପରେ ସେନା ଗୁରୁତ୍ବ ଦେଉଛି ।

ଭାରତୀୟ ସେନାର ଇଞ୍ଜିନିୟରିଂ ୟୁନିଟ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂ କହିଛନ୍ତି, "ମରୁଭୂମି କ୍ଷେତ୍ରରେ ଭାରତୀୟ ସେନା ଇଞ୍ଜିନିୟରିଂ ୟୁନିଟ ଦ୍ବାରା 3D-ପ୍ରିଣ୍ଟେଡ ସେଲଟର ନିର୍ମାଣ କରାଯାଇଛି । ଏଥିରେ ଛୋଟ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି T-90 ପରି ଟ୍ୟାଙ୍କ ଆଦିକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇପାରିବ । ସେହିପରି ଏହାକୁ ନିର୍ମାଣ କରିବାରେ ମାତ୍ର 25 ଦିନ ସମୟ ଲାଗିବ । ଏହି ଅତ୍ୟାଧୁନିକ ସେଲ୍ଟରକୁ କୌଣସି ପରିସ୍ଥିତିରେ ସେନା ଶିବିର ଭାବେ ବ୍ୟବହାର କରାଯାଇ ପାରିବ । ଏଥିରେ ଏକକାଳୀନ 64 ଯବାନ ରହି ପାରିବାର କ୍ଷମତା ବିକଶିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.