ନୂଆଦିଲ୍ଲୀ: ନଭେମ୍ବର ୧୦ରେ ଆଫଗାନିସ୍ତାନକୁ ନେଇ ଆୟୋଜିତ ହେବ ଆଞ୍ଚଳିକ ସୁରକ୍ଷା ବୈଠକ (regional security dialogue) । ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ଉପଦେଷ୍ଟା ଯୋଗଦେବେ ।
ଆଞ୍ଚଳିକ ସୁରକ୍ଷା ବୈଠକ (regional security dialogue) ୨୦୧୮ ଓ ୨୦୧୯ ରେ ଇରାନରେ ଆୟୋଜିତ ହୋଇଛି । ତୃତୀୟ ବୈଠକ ମହାମାରୀ କାରଣରୁ ଭାରତରେ ହୋଇପାରିନଥିଲା । ଏନଏସଏସ ମାନଙ୍କ ଆଞ୍ଚଳିକ ସୁରକ୍ଷା ବାର୍ତ୍ତାକୁ ନେଇ ଭାରତର ନିମନ୍ତ୍ରଣକୁ ବିଭିନ୍ନ ଦେଶ ସ୍ବାଗତ କରିଛନ୍ତି । ବିଶେଷ କରି ମଧ୍ୟଏସିଆ ଦେଶ ଋଷ ଓ ଇରାନ ସାମିଲ ହେବା ନେଇ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ଏହି ବୈଠକରେ ସମଗ୍ର ମଧ୍ୟ ଏସିଆ ସାମିଲ ହେବ ବୋଲି ଜଣାପଡିଛି । ଆଫଗାନିସ୍ତାନରେ ଶାନ୍ତି ଓ ସୁରକ୍ଷାକୁ ନେଇ ଆଞ୍ଚଳିକ ସ୍ତରରେ ଆଲୋଚନା କରିବା ଭାରତର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି।
ଏହି ବୈଠକରେ ଚୀନ ଓ ପାକିସ୍ତାନକୁ ମଧ୍ୟ ସାମିଲ ପାଇଁ ବାର୍ତ୍ତା ଦିଆଯାଇଛି କିନ୍ତୁ ସେମାନଙ୍କ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ପାକିସ୍ତାନ ଏହି ବୈଠକରେ ସାମିଲ ନ ହେବା ପାଇଁ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛି । ଏହି ବୈଠକରେ ପାକିସ୍ତାନ ସାମିଲ ନ ହେବା ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦୁର୍ଭାଗ୍ୟପୂର୍ଣ୍ଣ କିନ୍ତୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଛି । ଏହାସହ ପାକିସ୍ତାନ ଆଫଗାନିସ୍ତାନକୁ ନିଜର ସଂରକ୍ଷକ ଭାବରେ ଦେଖିବାର ମାନସିକତା ରଖିଛି ବୋଲି କହିଛି ।