ନୂଆଦିଲ୍ଲୀ: ଟିକା ସଙ୍କଟକୁ ନେଇ ଦେଶର ବିଭିନ୍ନ ରାଜ୍ୟର ଦାବି ମଧ୍ୟରେ ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସରକାରୀ ସୂତ୍ରରୁ ସୂଚନା ଅନୁଯାୟୀ ଖୁବ ଶୀଘ୍ର ଦେଶକୁ ଅତିରିକ୍ତ 5ଟି ଟିକା ମିଳିବାକୁ ଯାଉଛି । ବର୍ତ୍ତମାନ କେବଳ କୋଭାକ୍ସିନ ଓ କୋଭିସିଲ୍ଡ ଆଦି 2ଟି ଟିକା ଉତ୍ପାଦନ କରୁଛି ଭାରତ ।
ଅତିରିକ୍ତ ଟିକା ଉତ୍ପାଦନ ରଣନୀତି ବିଷୟରେ ସୂଚନା ଦିଆଯାଇ କୁହାଯାଇଛି ଯେ ଭାରତ ଏବେ 2ଟି କୋଭିଡ ଭ୍ୟାକ୍ସିନ ଉତ୍ପାଦନ କରୁଛି । ତେବେ ଅକ୍ଟୋବର ସୁଦ୍ଧା ଆଉ 5 ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି ।
ଦେଶକୁ ମିଳିବାକୁ ଯାଉଥିବା 5ଟି ଟିକା ମଧ୍ୟରେ ଡକ୍ଟର ରେଡ୍ଡି ସହତି ମିଳିତ ଭାବେ ଉତ୍ପାଦିତ ସ୍ପୁଟନିକ-ଭି, ବାୟୋଲୋଜିକାଲ ଇ ସହିତ ମିଳିତ ଭାବେ ଉତ୍ପାଦିତ ଜନସନ ଆଣ୍ଡ୍ ଜନସନ, ସେରମ ଇନଷ୍ଟିଚ୍ୟୁଟ ସହିତ ମିଳିତ ଭାବେ ଉତ୍ପାଦିତ ନୋଭାଭ୍ୟାକ୍ସ, ଜାଇଡସ କ୍ୟାଡିଲା ଭ୍ୟାକ୍ସିନ ଓ ଭାରତ ବାୟୋଟେକର ଇଣ୍ଟରନାସନାଲ ଭ୍ୟାକ୍ସିନ ସାମିଲ ରହିଛି । ତେବେ ଏହି ସବୁ ଭ୍ୟାକ୍ସିନଗୁଡିକ ଆଗାମୀ 10 ଦିନ ମଧ୍ୟରେ ଟ୍ରାଏଲ ପାଇଁ ଅନୁମତି ମିଳିପାରେ ।