ETV Bharat / bharat

Israeli Settlements In Palestine: ଇସ୍ରାଏଲ ବିରୋଧରେ ଜାତିସଂଘର ସଙ୍କଳ୍ପକୁ ଭାରତର ସମର୍ଥନ

author img

By ETV Bharat Odisha Team

Published : Nov 12, 2023, 5:01 PM IST

ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଅଧିକୃତ ବସ୍ତି ସ୍ଥାପନ ବିରୋଧରେ ଜାତିସଂଘରେ ଆଗତ ସଙ୍କଳ୍ପକୁ ଭାରତର ସମର୍ଥନ । ଅଧିକ ପଢନ୍ତୁ

Israeli Settlements In Palestine: ଜାତିସଂଘର ସଙ୍କଳ୍ପକୁ ଭାରତର ସମର୍ଥନ

ନୂଆଦିଲ୍ଲୀ: ଗତମାସ ପ୍ରଥମ ସପ୍ତାହରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ଜାରି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି । ତେବେ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଥିବା ଭାରତ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଅଧିକୃତ ବସ୍ତି (ସେଟେଲମେଣ୍ଟ) ବିରୋଧରେ ଜାତିସଂଘରେ ଆଗତ ପ୍ରସ୍ତାବ ସପକ୍ଷରେ ଭୋଟ ଦୋଇଛି । ଏହି ପ୍ରସ୍ତାବକୁ ଆମେରିକା ଓ କାନାଡା ସମେତ 7ଟି ଦେଶ ବିରୋଧ କରିଥିଲେ । ଭୋଟିଂ ସମୟରେ 18ଟି ଦେଶ ଅନୁପସ୍ଥିତ ମଧ୍ୟ ରହିଥିଲେ । ହେଲେ ସୂଚନାନୁସାରେ, ଭାରତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଛି । ପ୍ରସ୍ତାବ ସପକ୍ଷରେ ମୋଟ 88 ଭୋଟ ପଡିଥିଲେ ସୁଦ୍ଧା ଏହି ପ୍ରସ୍ତାବ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ଭୋଟ ହାସଲ କରିପାରିନାହିଁ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ଜାତିସଂଘରେ ଆଗତ ଏହି ସଂକଳ୍ପ ଉପରେ ଭାରତର ନିଷ୍ପତ୍ତି ଏହି ପ୍ରସଙ୍ଗରେ ପୂର୍ବ ତଥା ଦୀର୍ଘକାଳୀନ ଆଭିମୁଖ୍ୟ ଉପରେ ଆଧାରିତ । କିନ୍ତୁ ଗତମାସ 7 ତାରିଖରେ ଇସ୍ରାଏଲ ଉପରେ ‘ହାମାସ’ ଆତଙ୍କୀ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି । ଆତଙ୍କବାଦ ପ୍ରସଙ୍ଗରେ ଭାରତ କୌଣସି ଆପୋଷ ବୁଝାମଣାକୁ ସମର୍ଥନ କରେ ନାହିଁ । ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ କହିଛନ୍ତି,‘‘ଇସ୍ରାଏଲୀ ବନ୍ଧକମାନଙ୍କ ସହ ଆମର ସହାନୁଭୂତି ମଧ୍ୟ ରହିଛି । ସେମାନଙ୍କୁ ତୁରନ୍ତ ଓ ନିସର୍ତ୍ତ ମୁକ୍ତି ପାଇଁ ଭାରତ ପ୍ରଥମରୁ ଆହ୍ବାନ କରିଆସିଛି ।’’

କ’ଣ ଭାରତର ଦୀର୍ଘକାଳୀନ ଆଭିମୁଖ୍ୟ:

ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ଯୋଜନା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତ ସର୍ବଦା ଦୁଇ ଦେଶ (ଟୁ ଟେଷ୍ଟ ପଲିସି) ନୀତିରେ ବିଶ୍ୱାସ କରିଆସିଛି । ଦୁଇ ଦେଶ ମଧ୍ୟରେ ବୁଝାମଣା ଓ ଏକ ସ୍ବତନ୍ତ୍ର ତଥା ସାର୍ବଭୌମ୍ୟ ପାଲେଷ୍ଟାଇନ ଗଠନ ଉପରେ ଭାରତ ସର୍ବଦା ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି । ତେଣୁ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ ଜମି ଅଧିକାର କରି ସ୍ଥାପନ କରୁଥିବା ବସ୍ତି ବିରୋଧରେ ଆଗତ ପ୍ରସ୍ତାବକୁ ଭାରତ ସମର୍ଥନ କଲା । କିନ୍ତୁ ଆତଙ୍କବାଦ ପ୍ରସଙ୍ଗରେ କୌଣସି ବୁଝାମଣା କରିବା ସପକ୍ଷରେ ଭାରତ କେବେ ନଥିଲା ।

ଏହା ମଧ୍ୟ ପଢନ୍ତୁ:-Karnataka: ଦୀପାବଳିରେ ଲିଭିଗଲା ଗୋଟିଏ ପରିବାରର 4 ଜୀବନ ଦୀପ, ନିର୍ମମ ହତ୍ୟା କରି ଫେରାର ଦୁର୍ବୃତ୍ତ

ପୂର୍ବ ପ୍ରସ୍ତାବରେ ଭୋଟରୁ ବିରତ ରହିଥିଲା ଭାରତ:-

ଏହି ପ୍ରସଙ୍ଗରେ ଗାଜାରେ ଇସ୍ରାଏଲର ତୁରନ୍ତ ଯୁଦ୍ଧବିରତି ଘୋଷଣା ନେଇ ଜାତିସଂଘରେ ଆଗତ ସଂକଳ୍ପରେ ଭାରତ ଭୋଟ ଦେଇନଥିଲା । ଆମେରିକା, ଭାରତ ଓ ଅନ୍ୟ କିଛି ଶକ୍ତିଶାଳୀ ରାଷ୍ଟ୍ର ଅସ୍ତ୍ରବିରତି ସଙ୍କଳ୍ପକୁ ସମର୍ଥନ କରିନଥିଲେ ସୁଦ୍ଧା ଏହା ସଂଖ୍ୟା ଗରିଷ୍ଠତା ଆଧାରରେ ପାରିତ ହୋଇଥିଲା । ମାତ୍ର ଏହାକୁ ଇସ୍ରାଏଲ ସ୍ବୀକାର କରିନଥିଲା । ଏବେ ସୁଦ୍ଧା ମଧ୍ୟ ଏହାକୁ ଇସ୍ରାଏଲ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇପାରନି । ଏବେ ମଧ୍ୟ ଉତ୍ତର-ଗାଜାରେ ଇସ୍ରାଏଲ ସେନା ଅପରେସନ ଜାରି ରଖିଛି । ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାୟ 11 ହଜାର ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇସାରିଲାଣି । ଏହି ମୃତକମାନଙ୍କ ମଧ୍ୟରେ ପ୍ରାୟ 80 ରୁ ଅଧିକ ଜାତିସଂଘ ପ୍ରତିନିଧି ମଧ୍ୟ ରହିଛନ୍ତି । ଏମାନେ ରିଲିଫ ଓ ରେସ୍କ୍ୟୁ ଅପରେସନରେ ନିୟୋଜିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.