ETV Bharat / bharat

INDIA CORONA: ଦିନକରେ ୧.୨୭ ଲକ୍ଷ ନୂଆ ସଂକ୍ରମିତ, ୧୦୫୯ ମୃତ

author img

By

Published : Feb 5, 2022, 9:40 AM IST

ଭାରତରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,27,952 ନୂଆ ସଂକ୍ରମିତ ଚିହ୍ନଟ । ୧୦୦୦ ଉପରେ ରହିଛି ମୃତ୍ୟୁ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୧.୨୭ ଲକ୍ଷ ନୂଆ ସଂକ୍ରମିତ, ୧,୦୫୯ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କମୁଛି ସଂକ୍ରମଣ । ଦିନକୁ ଦିନ ତଳକୁ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,27,952 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1,27,952 lakh fresh covid cases) । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା 1.49 ଲକ୍ଷ ଥିଲା । ସେହିପରି ଦିନକରେ 2,46,674 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 1059 ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଦେଶରେ ସଂକ୍ରମଣ ଭୟ କମିବା ସହ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସକ୍ରିୟ ମାମଲା 13,31,648 ଟି ରହିଛି ଏବଂ ମୃତ୍ୟୁସଂଖ୍ୟା 5,01,114 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦୈନିକ ପଜିଟିଭ୍ ରେଟ୍ 7.98%କୁ ଖସି ଆସିଛି । ଏବେସୁଦ୍ଧା ଦେଶରେ 1,68,98,17,199 କୋଟି ଟୀକାକରଣ ହୋଇଛି । ଶୁକ୍ରବାର ଗୋଟିଏ ଦିନରେ ୪୨ ଲକ୍ଷ ଡୋଜ୍ ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.