ETV Bharat / bharat

India Corona: କମୁଛି ସଂକ୍ରମଣ, ଦିନକରେ ୭୫୩୩ ନୂଆ ସଂକ୍ରମିତ

author img

By

Published : Apr 28, 2023, 11:38 AM IST

କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭,୫୩୩ ନୂଆ ସଂକ୍ରମିତ ଚିହ୍ନଟ । ଦିନକରେ ଆଖି ବୁଜିଲେ ୪୪ ଆକ୍ରାନ୍ତ । ଅଧିକ ପଢନ୍ତୁ

କମୁଛି କୋରୋନା ସଂକ୍ରମଣ
କମୁଛି କୋରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୮ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭,୫୩୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୫୩,୮୫୨ରେ ପହଞ୍ଚିଛି । ସେହିପରି ଦିନକରେ ୪୪ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୪୬୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୫୩,୮୫୨ଟି ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ଆଉ ୧୧,୦୪୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୪୭,୦୨୪କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ରେଟ୍ ୩.୬୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭ ରେଟ୍ ୫.୧୧ ପ୍ରତିଶତ ରହିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୬୯ ପ୍ରତିଶତ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୪,୭୭୫ ଜଣ କୋରୋନା ଟିକା ନେଇଛନ୍ତି ।

ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ସେହିପରି ମହାମାରୀ ପରଠାରୁ ସମୁଦାୟ ୯୨.୬୩ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ ୨,୦୮,୧୧୨ କୋରୋନା ଟେଷ୍ଟ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଦୈନିକ ସଂକ୍ରମଣ ୧୨ ହଜାରରେ ପହଞ୍ଚି ଥିଲା । ଯେଉଁ କାରଣରୁ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ଲହର ଭୟ ସୃଷ୍ଟି ହୋଇଥିଲା । ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖି ସତର୍କ କରିଥିଲେ । ହେଲେ ଲଗାତାର କିଛି ଦିନ ହେବ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ଏହାର ୮ ହଜାର ତଳକୁ ଖସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.