ନୂଆଦିଲ୍ଲୀ: ଲଗାତାର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 13 ହଜାର 91 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 340 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 44 ଲକ୍ଷ 1 ହଜାର 670 ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 62 ହଜାର 189ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲିର ସୁସ୍ଥ ସଂଖ୍ୟାକୁ ମିଶାଇ ଏଯାବତ ୩ କୋଟି 38 ଲକ୍ଷ 925 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ମୋଟ 1 ଲକ୍ଷ 38 ହଜାର 556 ଟି ସକ୍ରିୟ ମାମଲା ରହିଛି, ଯାହା 266 ଦିନ ମଧ୍ୟରେ ସର୍ବନିମ୍ନ । ଦେଶରେ ଗତକାଲିର 57 ଲକ୍ଷ 54 ହଜାର 817 ଟୀକାକରଣକୁ ମିଶାଇ ଏପର୍ଯ୍ୟନ୍ତ 110 କୋଟି 23 ଲକ୍ଷ 34 ହଜାର 225 ଟୀକାକରଣ ସରିଛି ।
@ANI