ETV Bharat / bharat

‘ତାଲିବାନ ସରକାରର ରୂପରେଖ ନେଇ ନାହିଁ ସୂଚନା, ଫୋକସରେ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ’ - ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ସୂଚନା । ଆଫଗାନିସ୍ତାନରେ କେଉଁ ଶେଳିରେ ତାଲିବାନ ସରକାର ପ୍ରତିଷ୍ଠା ହେବ ସେ ସମ୍ପର୍କିତ ତଥ୍ୟ ଭାରତ ପାଖରେ ନାହିଁ । ବରଂ ନିଜ ନାଗରିକଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ପ୍ରାଥମିକତା ଦେଉଛି ଭାରତ । ଅଧିକ ପଢନ୍ତୁ...

‘ତାଲିବାନ ସରକାରର ରୂପରେଖ ନେଇ ନାହିଁ ସୂଚନା, ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ହିଁ ଭାରତର ପ୍ରାଥମିକତା’

author img

By

Published : Sep 2, 2021, 6:56 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କେଉଁ ଶୈଳିରେ ତାଲିବାନ ସରକାର ପ୍ରତିଷ୍ଠା ହେବ ସେ ସମ୍ପର୍କିତ ତଥ୍ୟ ଭାରତ ପାଇଁ ଗୁରୁତ୍ବ ବହନ କରେନି । ଏନେଇ ତାଲିବାନ-ଭାରତ ମଧ୍ୟରେ କୌଣସି ଆଲୋଚନାରେ ହୋଇନାହିଁ । ଭାରତ ପାଖରେ ଏନେଇ କୌଣସି ସଦ୍ୟତମ ସୂଚନା ନାହିଁ। ତାଲିବାନ ଶାସନଧୀନ ଆଫଗାନିସ୍ତାରେ ବର୍ତ୍ତମାନ ସୁଦ୍ଧା ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ବେଦେଶ ପ୍ରତ୍ୟାବର୍ତ୍ତନ ଉପରେ ଭାରତ ପ୍ରାଥମିକତା ଦେଉଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଏପରି ସ୍ପଷ୍ଟୀକରଣ ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ।

ବାଗଚୀ କହିଛନ୍ତି, ଆଫଗାନିସ୍ତାନରେ ବର୍ତ୍ତମାନ ରହିଯାଇଥିବା ଭାରତୀୟଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ତାଲିବାନ ଓ ଭାରତ ମଧ୍ୟରେ ପ୍ରଥମିକ କଥାବାର୍ତ୍ତା ହୋଇଛି । କତାର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଓ ତାଲିବାନ ପ୍ରତିନିଧି ମହମ୍ମଦ ଆବାସ ଷ୍ଟାନିକଜାଏଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା କେମିତି ଚାଲିଛି ଓ ସେଠାରେ ତାଲିବାନ ଗଠନ କରିବାକୁ ଯାଉଥିବା ସରକାରର ରୂପରେଖ କିପରି ହେବ ସେ ନେଇ କୌଣସି ଆଲୋଚନା ହୋଇନାହିଁ । ଭାରତ ପାଖରେ ସେ ସମ୍ପର୍କିତ କୌଣସି ତଥ୍ୟ ନ ଥିବାବେଳେ ଭାରତ ତାର ନିଜସ୍ବ ମିଶନ କାର୍ଯ୍ୟକାରୀ ଦିଗରେ ପ୍ରକ୍ରିୟା ଜାରି ରଖିଛି ।

ତାଲିବାନ ସହ ହୋଇଥିବା ଆଲୋଚନାରେ ଅବଶିଷ୍ଟ ଭାରତୀୟଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା । ତାଲିବାନ ମଧ୍ୟ ଭାରତୀୟଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସହମତ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସେହିପରି ବାଗଚି ଆହୁରି ମଧ୍ୟ କହିଛନ୍ତି, ଆମେରିକା ସେନା ପ୍ରତ୍ୟାହୃତ ହୋଇଯିବା ପରେ ବର୍ତ୍ତମାନ କାବୁଲ ବିମାନବନ୍ଦର କାର୍ଯ୍ୟକ୍ଷମ ନାହିଁ । ସେଠାରେ ଫସିଥିବା ଭାରତୀୟ ଓ ଦୂତାବାସ କର୍ମଚାରୀଙ୍କୁ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ସରିଛି । ଅବଶିଷ୍ଟ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର ପାଇଁ ପୁଣି ସ୍ବତନ୍ତ୍ର ଅପରେସନ ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦେଶ ପାଇଁ ସବୁଠୁ ବଡ ପ୍ରାଥମିକତା ବୋଲି ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.