ETV Bharat / bharat

ଦେଶର ସ୍ମାରକୀ ଓ ପୁରାତନ ମନ୍ଦିର, ବିଶ୍ୱମାନଚିତ୍ରରେ ଭାରତକୁ ଦେଇଛି ପରିଚୟ - ଭାରତର ଜଣାଶୁଣା ମନ୍ଦିର ଓ ସ୍ମାରକୀ

ମନ୍ଦିର ଓ ଐତିହ୍ୟସ୍ଥଳୀରେ ଦେଶ ହେଉଛି ଆମ ଭାରତ । ୧୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତ ପରାଧିନ ରହିବା ସତ୍ତ୍ବେ ଏହି ସମୟରେ ଅନେକ କୀର୍ତ୍ତିମାନ ଗଢ଼ି ଉଠିଥିଲା । ଏହିସବୁ ଆଜି ଏକ ଜଣାଶୁଣା ଐତିହ୍ୟସ୍ଥଳୀର ମାନ୍ୟତା ପାଇଁ ବିଶ୍ବ ମାନଚିତ୍ରରେ ଭାରତକୁ ପରିଚୟ ଦେଇଛି । ଅଧିକ ପଢ଼ନ୍ତୁ

ଦେଶର ସ୍ମାରକୀ ଓ ପୁରାତନ ମନ୍ଦିର, ବିଶ୍ବମାନଚିତ୍ରରେ ଭାରତକୁ ଦେଇଛି ପରିଚୟ

author img

By

Published : Aug 12, 2022, 8:00 AM IST

ନୂଆଦିଲ୍ଲୀ: କଳା ସ୍ଥାପତ୍ୟର ଦେଶ ଭାରତ । ଏଠାକାର କୀର୍ତ୍ତିମାନ ବିଶ୍ବ ପ୍ରସିଦ୍ଧ । ଇଂରେଜ ଓ ମୋଗଲ ଶାସନ ମଧ୍ୟରେ ଅନେକ କୀର୍ତ୍ତିମାନ ଗଢ଼ିଥିଲେ ତତ୍କାଳୀନ ରାଜା ବା ସମ୍ରାଟ୍‌ । ଏହି ସବୁ ଐତିହ୍ୟସ୍ଥଳନୀ ବିଶ୍ବ ମାନଚିତ୍ରରେ ଭାରତକୁ ଏକ ନୂଆ ପରିଚୟ ତିଆରି କରିଥିଲେ । ନଜର ପକାନ୍ତୁ ଭାରତର ଏଭଳି କିଛି ଐତିହ୍ୟସ୍ଥଳ ଉପରେ...

ତାଜମହଲ

ତାଜମହଲ
ତାଜମହଲ

ବିଶ୍ବର ସପ୍ତାଶ୍ଚର୍ଯ୍ୟ ଐତିହାସିକସ୍ଥଳୀ ମଧ୍ୟରେ ତାଜମହଲ ଅନ୍ୟତମ । ଆଗ୍ରାର ଯମୁନା ତଟରେ ତାଜମହଲ ଅବସ୍ଥିତ । ୧୬୩୧ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୋଗଲ ସମ୍ରାଟ୍ ଶାହାଜାନ ପତ୍ନୀ ମୁମତାଜ୍‌ଙ୍କ ସ୍ମୃତିରେ ଏହାକୁ ତିଆରି କରିଥିଲେ । ଏହାକୁ ତିଆରି କରିବାକୁ ୨୨ ବର୍ଷ ଲାଗିଥିଲା । ଏହା ସମ୍ପୂର୍ଣ୍ଣ ଭାବେ ଧଳା ମାର୍ବଲରେ ତିଆରି ହୋଇଥିଲା । ଚନ୍ଦ୍ରାଲୋକରେ ତାଜମହଲ ଆହୁରି ସୁନ୍ଦର ଦେଖାଯାଏ । ମୁମତାଜ୍‌ଙ୍କ ସମାଧୀସ୍ଥଳରେ ହିଁ ତାଜମହଲ ତିଆରି ହୋଇଥିଲା ।

ବ୍ରିହଦେଶ୍ବର ମନ୍ଦିର

ବ୍ରିହଦେଶ୍ବର ମନ୍ଦିର
ବ୍ରିହଦେଶ୍ବର ମନ୍ଦିର

୧୦୧୨ ଖ୍ରୀଷ୍ଟାବ୍ଦରେ ବ୍ରିହଦେଶ୍ବର ମନ୍ଦିର ନିର୍ମାଣ କରିଥିଲେ ଚୋଳ ମହାରାଜା ରାଜାରାଜା । ମହାଦେବ ଶିବଙ୍କ ପାଇଁ ଏହି ମନ୍ଦିର ପ୍ରସିଦ୍ଧ । ଚୋଳ ବାସ୍ତୁକଳାକୁ ନେଇ ଏହି ମନ୍ଦିର ତିଆରି ହୋଇଛି । ପ୍ରତି ବର୍ଷ ଏହି ମନ୍ଦିର କାରୁକାର୍ଯ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ ।

ଗେଟ୍‌ ୱେ ଅଫ୍‌ ଇଣ୍ଡିଆ

ଗେଟ୍‌ ୱେ ଅଫ୍‌ ଇଣ୍ଡିଆ
ଗେଟ୍‌ ୱେ ଅଫ୍‌ ଇଣ୍ଡିଆ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏହି ଐତିହାସିକ ସ୍ଥଳୀ ରହିଛି । ଇଂରେଜ ଆର୍କିଟେକ୍‌ ଜର୍ଜ ୱିଟେଟ୍‌ ଏହି ଏହି ଐତିହାସିକ ସ୍ଥଳୀ ନିର୍ମାଣ କରାଯାଇଥିଲା । ଇଂରେଜ ରାଜା ଜର୍ଜ-୫ ଓ ରାଣୀ ମ୍ୟାରୀ ମୁମ୍ବାଇ ଆସିବାକୁ ଥିବାରୁ ସେମାନଙ୍କ ସ୍ବାଗତ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା । ଏହାପରେ ଏହାଏକ ବୈଠକସ୍ଥଳୀ ରୂପେ ବ୍ୟବହାର କରାଯାଉଥିଲା ।

ଚାର୍‌ମିନାର

ଚାର୍‌ମିନାର
ଚାର୍‌ମିନାର

୧୫୯୧ରେ ତତ୍କାଳୀନ ମୋଗଲ ସମ୍ରାଟ୍‌ ମହମ୍ମଦ କୁଲି କୁତବ ଶାହା ଏହାକୁ ନିର୍ମାଣ କରିଥିଲେ । ରାଜ୍ୟରେ ପ୍ଲେଗ୍‌ ମହାମାରୀ ଶେଷ ହେବା ଖୁସିରେ ଏହାକୁ ନିର୍ମାଣ କରାଯାଇଥିଲା । ଏହା ଦେଖିବାକୁ ଏକ ଗେଟ୍‌ ସଦୃଶ । ହାଇଦ୍ରାବାଦର ଅନ୍ୟତମ ବଡ଼ ମାର୍କେଟ ଏଠାରେ ଦେଖିବାକୁ ମିଳିଥାଏ ।

ସିଟି ପାଲେସ୍‌, ଉଦୟପୁର

ସିଟି ପାଲେସ୍‌, ଉଦୟପୁର
ସିଟି ପାଲେସ୍‌, ଉଦୟପୁର

ରାଜସ୍ଥାନର ଉଦୟପୁରରେ ଏହି ଐତିହାସିକସ୍ଥଳୀ ରହିଛି । ଏହାକୁ ହ୍ରଦର ସହର ମଧ୍ୟ କୁହାଯାଏ । ମହାରାଣା ଉଦୟରାଣା ଉଦୟସିଂହ ଦ୍ବିତୀୟ ଏହାକୁ ନିର୍ମାଣ କରିଥିଲେ । ଚିତ୍ତୌଡ଼ଗଡ଼ ମୋଗଲଙ୍କ ହାତକୁ ଯିବା ପରେ ଏହାକୁ ନିର୍ମାଣ କରାଯାଇଥିଲା ।

କୋଣାର୍କ, ସୂର୍ଯ୍ୟ ମନ୍ଦିର

କୋଣାର୍କ, ସୂର୍ଯ୍ୟ ମନ୍ଦିର
କୋଣାର୍କ, ସୂର୍ଯ୍ୟ ମନ୍ଦିର

ଓଡ଼ିଶାର ପୁରୀ ଜିଲ୍ଲାରେ କୋଣାର୍କ ମନ୍ଦିର ରହିଛି । ୧୩ଶହ ଖ୍ରୀଷ୍ଟାବ୍ଦରେ କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା । ଗଙ୍ଗ ରାଜା ନରସିଂହ ଦେବ ଏହାକୁ ନିର୍ମାଣ କରିଥିଲେ । ତେବେ ଏହାର ମୁଣ୍ଡି କେବେ ମରାଯାଇପାରିନଥିଲା । ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ୧୯୮୪ ମସିହାରେ ୟୁନେସ୍କୋ(UNESCO) ବା ଜାତିସଂଘ ସାଂସ୍କୃତିକ ପରିଷଦ ଏହାକୁ ବିଶ୍ବ ଐତିହ୍ୟସ୍ଥଳୀର ମାନ୍ୟତା ଦେଇଥିଲା ।

କଳିଙ୍ଗ ବାସ୍ତୁକଳାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ତିଆରି ହୋଇଛି । ସୂର୍ଯ୍ୟଙ୍କ ପ୍ରଥମ କିରଣ ମନ୍ଦିର ପଡ଼ିବା ଉଦ୍ଦେଶ୍ୟରେ ଏହାକୁ ପୂର୍ବମୁହାଁ କରି ନିର୍ମାଣ କରାଯାଇଥିଲା । ତେବେ ଏହି ମନ୍ଦିର କେବେ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ପାରିନଥିଲା । ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହା ନିର୍ମିତ ହୋଇଥିଲା, କିନ୍ତୁ କାଳକ୍ରମେ ସମୁଦ୍ର ମନ୍ଦିର ପୋତି ହୋଇ ବର୍ତ୍ତମାନ ଏଠାରୁ ୩ କିମି ଦୂରରେ ରହିଛି ।

ପୁରୀ ଜଗନ୍ନାଥ ମନ୍ଦିର

ପୁରୀ ଜଗନ୍ନାଥ ମନ୍ଦିର
ପୁରୀ ଜଗନ୍ନାଥ ମନ୍ଦିର

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର । ଭାରତରେ ଥିବା ଚାରିଧାମ ମଧ୍ୟରୁ ଗୋଟିଏ ଧାମ ହେଉଛି ପୁରୀ ଜଗନ୍ନାଥ ଧାମ । ଭଗବାନ ବିଷ୍ଣୁଙ୍କ ଅବତାର ଜଗନ୍ନାଥ ରୂପରେ ଏଠାରେ ପୂଜା ପାଆନ୍ତି । ୧୧୪୨ରେ ଗଙ୍ଗ ରାଜା ଅନନ୍ତବର୍ମନ ଚଡ଼ୋଗଙ୍ଗଦେବ ଏହି ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ପୌତ୍ର ଅନଙ୍ଗଭୀମ ଦେବ ୧୨୩୦ରେ ମନ୍ଦିରରେ ବିଗ୍ରହ ସ୍ଥାପନ କରିଥିଲେ । ପ୍ରତିଦିନ ଏଠାରେ ଜଗନ୍ନାଥପ୍ରେମୀଙ୍କ ଭିଡ଼ ଜମିଥାଏ ।

ସ୍ବର୍ଣ୍ଣ ମନ୍ଦିର

ସ୍ବର୍ଣ୍ଣ ମନ୍ଦିର
ସ୍ବର୍ଣ୍ଣ ମନ୍ଦିର

ପଞ୍ଜାବର ଅମୃତଶରରେ ରହିଛି ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର । ଶିଖ୍ ସମ୍ପଦାୟର ଚତୁର୍ଥ ଗୁରୁ ରାମଦାସ ଏହି ମନ୍ଦିର ନିର୍ମାଣ କରିଥିବା କିମ୍ବଦନ୍ତୀ ରହିଛି । ଲୋକକଥା ମୁତାବକ ସ୍ବର୍ଣ୍ଣ ମନ୍ଦିର ନିକଟସ୍ଥ ନଦୀ ନିକଟକୁ ଶ୍ରାରାମଚନ୍ଦ୍ରଙ୍କ ଦୁଇ ପୁଅ ଲବ ଓ କୁଶ ଏଠାରେ ରାମାୟଣ ଅଧ୍ୟୟନ କରିଥିଲେ । ୧୫୭୪ରୁ ଅମୃତଶର କଳ୍ପନା ଆରମ୍ଭ ହୋଇଥିଲା । ଗୁରୁ ରାମଦାସ ଏଠାରେ ରହିବାକୁ ଆସିଥିଲେ । ଏଠାରେ ଭକ୍ତଙ୍କ ଭିଡ଼ ଲାଗିବାରେ ଲାଗିଲା । ଏହାପରେ ଏଠାରେ ଏକ ବିରାଟକାୟ ପୋଖରୀ ଖୋଳି ଦେଇଥିଲେ ଶ୍ରଦ୍ଧାଳୁ । ପରେ ଏଠାରେ ଗୁରୁ ରାମଦାସ ବସ୍ତି ବସିଥିଲା । ଏହାପରେ ଏହାର ନାମ ଅମୃତଶର ରଖାଯାଇଥିଲା ।

୧୬ଶହ ଖ୍ରୀଷ୍ଟାବ୍ଦରେ ଗୁରୁ ରାମଦାସଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଗୁରୁ ଅର୍ଜୁନ ଦେବ ବିରାଟ ପଖୋରୀ ମଧ୍ୟରେ ଏକ ମନ୍ଦିର ତୋଳିଥିଲେ । ଏଠାରେ ଗୁରୁଗ୍ରନ୍ଥ ସାହିବଙ୍କୁ ବିରାଜମାନ କରାଇଥିଲେ । ପରବର୍ତ୍ତୀ ସମୟରେ ରାଜା ରଣଜିତ ସିଂହ ମନ୍ଦିର ସ୍ବର୍ଣ୍ଣ ଆସ୍ତରଣ ଦେଇଥିଲେ । ଏଥିରେ ୪୦୦ କେଜି ସୁନା ଖର୍ଚ୍ଚ ହୋଇଥିବା କିମ୍ବଦନ୍ତୀ ରହିଛି । ସେହିଦିନରୁ ଏହା ସ୍ବର୍ଣ୍ଣ ମନ୍ଦିର ନାମରେ ପ୍ରସିଦ୍ଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.