ETV Bharat / bharat

ଭାରତ ସର୍ବଦା ଆତଙ୍କବାଦ ବିସ୍ତାରକୁ ବିରୋଧ କରେ: ଓମ ବିର୍ଲା - Om Birla

ଭାରତ ସବୁବେଳେ ଆତଙ୍କବାଦ ଏବଂ ବିସ୍ତାରବାଦ ବିରୁଦ୍ଧରେ ଏବଂ ଏହାର ସୀମା ରକ୍ଷା କରିବାରେ ସକ୍ଷମ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଅଧିକ ପଢନ୍ତୁ...

ଲୋକସଭା ବାଚସ୍ପତି ଓମ ବିର୍ଲା
ଲୋକସଭା ବାଚସ୍ପତି ଓମ ବିର୍ଲା
author img

By

Published : Aug 27, 2021, 6:58 AM IST

ଲଦାଖ: ଭାରତ ସର୍ବଦା ଦେଶର ସୁରକ୍ଷା ପାଇଁ କାର୍ଯ୍ୟରତ । ଭାରତ ସବୁବେଳେ ଆତଙ୍କବାଦ ଏବଂ ବିସ୍ତାରବାଦ ବିରୁଦ୍ଧରେ ଏବଂ ଏହାର ସୀମା ରକ୍ଷା କରିବାରେ ସକ୍ଷମ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

ଲଦାଖର ପଞ୍ଚାୟତ ରାଜ ଅନୁଷ୍ଠାନର ସଶକ୍ତିକରଣ ପାଇଁ ସଂସଦୀୟ ପ୍ରସାରଣ କାର୍ଯ୍ୟକ୍ରମ ପାଇଁ ଲଦାଖରେ ଅଛନ୍ତି ଓମ ବିର୍ଲା । ସେ ଆହୁରି କହିଛନ୍ତି ବିସ୍ତାରବାଦୀ ନୀତି ସୀମାରେ ସର୍ବଦା ବିଦାଦ ସୃଷ୍ଟି କରୁଛି ଯାହାକୁ ଭାରତ ସବୁବେଳେ ବିରୋଧ କରେ । ଚୀନ ସେନାର କାର୍ଯ୍ୟକଳାପ ପାଇଁ ଗତବର୍ଷ ଲଦାଖରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଙ୍ଗୋଙ୍ଗ ହ୍ରଦ ଏବଂ ଗୋଗ୍ରାରେ ଦୁଇ ପକ୍ଷ କରିଛନ୍ତି । ହଟ ସ୍ପ୍ରିଙ୍ଗସ ଅଞ୍ଚଳରେ ସମାଧାନ ପାଇଁ ଖୁବ ଶୀଘ୍ର ଆଉ ଏକ ସାମରିକ ଆଲୋଚନା ହୋଇପାରେ ବୋଲି କହିଛନ୍ତି ବିର୍ଲା ।

ସେ ଆହୁରି କହିଛନ୍ତି, ଭାରତ ତାର ସୀମା ରକ୍ଷା କରିବାରେ ସକ୍ଷମ । ଆମର ସାହସୀ ସେନାମାନେ ସୀମା ରକ୍ଷା କରୁଛନ୍ତି । ଭାରତ ସର୍ବଦା ବାର୍ତ୍ତା ଦେଇଥାଏ ଯେ ସମସ୍ତ ଦେଶ ବିକାଶ ହୁଏ, ଗଣତନ୍ତ୍ର ସୁଦୃଢ ହୁଏ କିନ୍ତୁ ବିସ୍ତାରବାଦୀ ନୀତି ହେବା ଉଚିତ ନୁହେଁ । ଜମ୍ମୁ କାଶ୍ମୀରରେ ସୀମାବର୍ତ୍ତୀ ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ଏବଂ ଆଫଗାନିସ୍ତାନରେ ପରିବର୍ତ୍ତିତ ପରିସ୍ଥିତିକୁ ନେଇ ଆହ୍ବନରେ ସେ କହିଛନ୍ତି ଯେ ଭାରତ ସର୍ବଦା ବିଶ୍ବରେ ଆତଙ୍କବାଦକୁ ଶେଷ କରିବା ପାଇଁ ସ୍ଥିର କରିଛି ।

ଲଦାଖ ଦେଶ ଶାନ୍ତିର ବାର୍ତ୍ତା ଦେଇଥାଏ । ମୁଁ ଆଶା କରୁଛି ଯେ ଗଣତନ୍ତ୍ରକୁ ମଜବୁତ କରି ଆତଙ୍କବାଦକୁ ସମାପ୍ତ କରିବା ପାଇଁ ସମସ୍ତ ଦେଶ ଏକ ଯୋଜନା ପ୍ରସ୍ତୁତ କରିବେ । ଜମ୍ମୁ କାଶ୍ମୀରରେ ଧାରା 370 ଏବଂ 35(କ) ରଦ୍ଦ ହେବା ପରେ ଗଣତନ୍ତ୍ରକୁ ମଜବୁତ କରାଯାଇଛି ଏବଂ ସରକାର ଶୀଘ୍ର ବିଧାନସଭା ନିର୍ବାଚନ ଚାହୁଁଛନ୍ତି ବୋଲି କହିଛନ୍ତି ବିର୍ଲା । ଲଦାଖର ଭୌଗୋଳିକ ସ୍ଥିତି ଓ ଲୋକଙ୍କ ଆଶା ଅନୁଯାୟୀ ତାର ବିକାଶ ହେବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.