ETV Bharat / bharat

India-China border Dispute: WMCCର 26ତମ ବୈଠକ, ଅବଶିଷ୍ଟ ଏରିଆରୁ ସୈନ୍ୟ ଅପସାରଣ ନେଇ ଆଲୋଚନା - ପ୍ରକୃତ ନିୟନ୍ତ୍ରଣ ରେଖା

ଭାରତ ଚୀନ ସୀମା ବିବାଦ ମଧ୍ୟରେ WMCCର 26 ତମ ବୈଠକରେ ଅବଶିଷ୍ଟ ଏରିଆରୁ ସୈନ୍ୟ ଅପସରଣ ନେଇ ଆଲୋଚନା । ବେଜିଂରେ ହେଲା ବୈଠକ । ଅଧିକ ପଢନ୍ତୁ

ଅବଶିଷ୍ଟ ଏରିଆରୁ ସୈନ୍ୟ ଅପସରଣ ନେଇ ଆଲୋଚନା
ଅବଶିଷ୍ଟ ଏରିଆରୁ ସୈନ୍ୟ ଅପସରଣ ନେଇ ଆଲୋଚନା
author img

By

Published : Feb 23, 2023, 7:27 AM IST

Updated : Feb 23, 2023, 8:57 AM IST

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବ୍ୟାପାର ସମ୍ପର୍କିତ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମ କମିଟି (WMCC)ର 26ତମ ବୈଠକ ଗତକାଲି (22 ଫେବୃଆରୀ) ଚୀନ ରାଜଧାନୀ ବେଜିଂରେ ଅନୁଷ୍ଠିତ ହୋଇଛି । ଭାରତୀୟ ପ୍ରତିନିଧୀ ଦଳ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ-ଏସିଆ ବ୍ୟାପାର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଚୀନ୍ ପ୍ରତିନିଧୀ ଦଳ ସହ ଆଲୋଚନା କରିଛି । ସେହିପରି ଚୀନ୍ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ଚୀନ ବୈଦେଶିକ ମନ୍ତ୍ରଣାଳୟର ସୀମା ତଥା ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ନେଇଥିବା ସୂଚନା ମିଳିଛି ।

ଏହି ବୈଠକରେ ଉଭୟ ପକ୍ଷ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ବର୍ତ୍ତମାନ ସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । କିଛି ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ହୋଇସାରିଥିବା ବେଳେ ଏବେ ମଧ୍ୟ ପ୍ରକ୍ରିୟା ଜାରି ରହିଛି । ସେହିପରି ଅନ୍ୟ ତଥା ଅବଶିଷ୍ଟ ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ମଧ୍ୟ ଉଭୟ ରାଷ୍ଟ୍ର ସୈନ୍ୟ ପ୍ରତ୍ୟାହାର ଉପରେ ଆଲୋଚନା କରିଛନ୍ତି ।

LACରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ୱାଭାବିକତା ଫେରାଇବା ପାଇଁ ଉଭୟ ପକ୍ଷ ଏକ ଗଠନମୂଳକ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ବର୍ତ୍ତମାନ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଉଭୟ ପକ୍ଷ ଏଥିରେ ସହମତ ହୋଇଥିଲେ । ସିନିୟର କମାଣ୍ଡରଙ୍କ ବୈଠକର ପରବର୍ତ୍ତୀ ରାଉଣ୍ଡ (18 ତମ) ମଧ୍ୟ ଖୁବ ଶୀଘ୍ର ଆୟୋଜନ ହେବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଶାନ୍ତି ଫେରାଇବା ପାଇଁ ସାମରିକ ଏବଂ କୂଟନୈତିକ ପ୍ରଣାଳୀରେ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମିଳିଛି ।

2012 ସୀମା ପ୍ରସଙ୍ଗରେ ଭାରତ ଏବଂ ଚୀନ୍ ମଧ୍ୟରେ ପରାମର୍ଶ ଏବଂ ସମନ୍ୱୟ ପାଇଁ WMCC ପ୍ରତିଷ୍ଠା ହୋଇଥିଲା । ପୂର୍ବରୁ ଏହି ମିଶନ ଜାରି ରହିଥିବା ବେଳେ 2020 ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହାର ଗୁରୁତ୍ବ ଆହୁରି ବଢିଛି । 2020 ପର ଠାରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଗତକାଲି ଏହାର 26ତମ ବୈଠକ ବେଜିଂରେ ଆୟୋଜିତ ହୋଇଛି । ଗଲୱାନ ଭ୍ୟାଲି ସଂଘର୍ଷ ପରେ ଏହା ଏହି ସିରିଜର ପ୍ରଥମ ବୈଠକ । ଯାହା ଗଠନମୂଳକ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ 17ତମ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଶେଷ ହୋଇଛି । ନିକଟ ଭବିଷ୍ୟତରେ 18ତମ ଆଲୋଚନା ଆୟୋଜନ କରାଯିବା ନେଇ ଉଭୟ ପକ୍ଷ ଆଗ୍ରହ ମଧ୍ୟ ଦେଖାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2023, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.