ETV Bharat / bharat

ସୁଦୃଢ ହେବ ଭାରତ-ବାଂଲାଦେଶ ସମ୍ପର୍କ, 7 ଚୁକ୍ତିନାମା ସ୍ୱାକ୍ଷରିତ

author img

By

Published : Sep 6, 2022, 7:44 PM IST

ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଆଜି ହାଇଦ୍ରାବାଦ ହାଉସରେ ଆଲୋଚନା କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ (India Bangladesh trade talks )। ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ସ୍ବାକ୍ଷରିତ ହେଲା 7 ଚୁକ୍ତିନାମା । ଅଧିକ ପଢନ୍ତୁ

ଭାରତ ବାଂଲାଦେଶ ମଧ୍ୟରେ ସୁଦୃଢ ହେବ ସମ୍ପର୍କ, ସ୍ବାକ୍ଷରିତ ହେଲା 7 ଚୁକ୍ତିନାମା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ( Bangladesh pm Sheikh Hasina in india) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଆଲୋଚନାରେ (India Bangladesh trade talks) ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଆହୁରି ସୁଦୃଢତା ଆଣିବା ପାଇଁ ପ୍ରାୟାସ କରାଯାଇଛି । ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ମୋଟ 7ଟି ଚୁକ୍ତିନାମା (MoUs) ସ୍ବାକ୍ଷରିତ ହୋଇଛି ।

ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଆୟୋଜିତ ଏହି ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ଶେଖ ହସିନାଙ୍କ ସମେତ ଦୁଇ ଦେଶର ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ 7ଟି ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି ଦୁଇ ପଡୋଶୀ ଦେଶ । ଏହି ବୁଝାମଣା ସ୍ବାକ୍ଷରିତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ସୂଚନା ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୋଗାଣ ଶୃଙ୍ଖଳାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରୟାସ କରାଯାଇଛି । ପୂର୍ବରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି । କୋଭିଡ ସମୟରେ ଉଭୟ ପଡୋଶୀ ସହଯୋଗ ଓ ସମନ୍ବୟରେ ଫଳପ୍ରଦ ମହାମାରୀ ମୁକାବିଲା ମଧ୍ୟ କରିଛନ୍ତି ।

ବୈଦେଶିକ ସଚିବ କ୍ବାତ୍ରା କହିଛନ୍ତି, ‘‘ବାଂଲାଦେଶରେ ଉତ୍ପାଦିତ ଦ୍ରବ୍ୟ ଓ ସାମଗ୍ରୀ ପାଇଁ ସମଗ୍ର ଏସିଆ ମହାଦେଶରେ ଭାରତ ହିଁ ସବୁଠୁ ବଡ ବଜାରରେ ପରିଣତ ହୋଇଛି । କୋଭିଡ ମହାମାରୀ ସତ୍ତ୍ବେ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବଢି ସର୍ବକାଳୀନ ରେକର୍ଡ ଅତିକ୍ରମ କରିଛି । ଏହି କାରବାର 18 ବିଲିୟନ ଆମେରିକୀୟ ଡଲାରରେ (USD 18 billion) ପହଞ୍ଚି ସାରିଛି ।’’

ସେହିପରି ଦୁଇ ପଡୋଶୀ ଦେଶର ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ସମ୍ପର୍କ ଓ ବୁଝାମଣା ବ୍ୟତୀତ ସାମ୍ପ୍ରତିକ ବିଭିନ୍ନ ବୈଶ୍ବକ ପ୍ରସଙ୍ଗ ଓ ସେଥିରେ ଉଭୟ ଦେଶର ଭୂମିକା ନେଇ ମତ ବିନିମୟ ମଧ୍ୟ କରିଥିଲେ । ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ସୀମା ପାର ଆତଙ୍କବାଦ, ସୀମାପାର ଅପରାଧ ଓ ସୀମା ବିବାଦର ସଠିକ ତଥା ପ୍ରଭାବଶାଳୀ ସମାଧାନ ଆଦି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ରାଜନୈତିକ, ସାମରିକ, ଶକ୍ତି, ଜଳ, ଯୋଗାଣ, ବାଣିଜ୍ୟ ଓ ଅର୍ଥନୀତି ଆଦି କ୍ଷେତ୍ରରେ ଦୁଇ ଦେଶର ସହଭାଗିତା ନେଇ ଆଲୋଚନା ହେବା ସହ 7ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.