ETV Bharat / bharat

କାଲି ଇମ୍ରାନ ଯୁଗର ଶେଷ ! ଆଜିି ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ କଲେ ଟାର୍ଗେଟ

author img

By

Published : Mar 27, 2022, 10:49 PM IST

ଆସନ୍ତାକାଲି ଇମ୍ରାନଙ୍କ ଅସ୍ଥିତ୍ବ ପରୀକ୍ଷା । ଆଜି ବିଶାଳ ଜନସଭାରେ କଲେ ଶକ୍ତି ପ୍ରଦର୍ଶନ । କହିଲେ ଦେଶକୁୁ ଲୁଟିଥିବା ବିରୋଧୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦେଇପାରିବି ନାହିଁ । ଅଧିକ ପଢନ୍ତୁ

କାଲି ଇମ୍ରାନ ଯୁଗର ଶେଷ ! ଆଜିି କଲେ ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ କଲେ ଟାର୍ଗେଟ

ଇସଲାମାବାଦ: ପାକିସ୍ତାନ ସତ୍ତା ପରିବର୍ତ୍ତନ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଆସନ୍ତାକାଲି ଶେଷ ହୋଇପାରେ । ଏଥିପାଇଁ କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇ ସାରିଛି । ଆସନ୍ତାକାଲି ସଂସଦରେ ଅନସ୍ଥା ପ୍ରସ୍ତାବ ସାମ୍ନା କରିବ ଇମ୍ରାନ ସରକାର । ତେବେ ମିଳିଥିବା ସୂଚନା ଅନୁସାରେ ଇମ୍ରାନ ପ୍ରଧାନମନ୍ତ୍ରୀ ପଦ ହରାଇବା ଏକପ୍ରକାର ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ବେଳେ ଆଜି ଇସଲାମାବାଦରେ ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଇମ୍ରାନ ।

ଆଜି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆହ୍ବାନରେ ହଜାର ହଜାର ଦଳୀୟ ସମର୍ଥକ ଏକାଠି ହୋଇଥିଲେ । ଏହି ଅବସରରେ ଇମ୍ରାନ ବେଶ ଭାବପ୍ରବଣ ନଜର ଆସିବା ସହ ବିରୋଧୀଙ୍କୁ ଟାର୍ଗେଟ କରିବାର କୌଣସି ଉପାୟ ଛାଡି ନଥିଲେ । ବିରୋଧୀ ଗତ 30 ବର୍ଷ ଧରି ପାକିସ୍ତାନକୁ ଲୁଟୁଛନ୍ତି । ତାଙ୍କ ନେତୃତ୍ବାଧୀନ PTI ସରକାର ପାକିସ୍ତାନର ପ୍ରଗତି ପାଇଁ କଣ ସବୁ କରିଛି ତାକୁ ଦେଶବାସୀ ଅନୁଭବ କରିଛନ୍ତି ବୋଲି ଇମ୍ରାନ କହିଥିଲେ । ସେହିପରି ସେ କ୍ଷମତାରେ ରୁହନ୍ତୁ ବା ନାହିଁ କିନ୍ତୁ ପାକିସ୍ତାରେ ଦୁର୍ନୀତିର ଚେରକୁ ବିସ୍ତାର କରିଥିବା ଦୁର୍ନୀତିଗ୍ରସ୍ତ ବିରୋଧୀଙ୍କୁ ସେ କେବେ କ୍ଷମା ଦେବେ ନାହିଁ ବୋଲି କହିଥିଲେ ।

ତାଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ଭୋଟ ଦେବା ପାଇଁ ଟଙ୍କା ବାଣ୍ଟି ପ୍ରଲୋଭିତ କରାଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ ଇମ୍ରାନ । ସେହିପରି ପାକିସ୍ତାନରେ ଦୁର୍ନୀତିରେ ବିରୋଧୀମାନେ ଗତ ୩୦ ବର୍ଷ ଧରି ପାକିସ୍ତାନକୁ ଲୁଟୁଛନ୍ତି । ଦେଶର ଟଙ୍କା ଲୁଟ କରି ସେମାନେ ବିଦେଶରେ ସଞ୍ଚୟ କରିଛନ୍ତି ବୋଲି କହିଥିଲେ। ତେବେ ଆସନ୍ନ ପଦଚ୍ୟୁତ ଜାଣି ଇମ୍ରାନ ଆଜି ସଭାକୁ ସମ୍ବୋଧିତ କରିବା ବେଳେ ବେଶ ଭାବପ୍ରବଣ ମଧ୍ୟ ନଜର ଆସିଥିଲେ ।

ଅନ୍ୟପଟେ ଆସନ୍ତାକାଲି ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବର ସାମ୍ନା କରୁବାକୁ ଯାଉଛନ୍ତି । ପାକିସ୍ତାନ ସେନା ଇମ୍ରାନଙ୍କୁ ହଟାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିସାରିଥିବା ବେଳେ ଆସନ୍ତାକାଲି ହୁଏତ ଇମ୍ରାନଙ୍କ ଶାସନର ଅନ୍ତିମ ଦିବସ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.