ETV Bharat / bharat

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ପ୍ରତିବାଦ - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶ ବାରାଣସୀରେ ଥିବା ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-ଆଇଆଇଟି କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ ପରେ ଅଶାନ୍ତ କ୍ୟାମ୍ପସ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ଛାତ୍ରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ପ୍ରତିବାଦ

author img

By ETV Bharat Odisha Team

Published : Nov 2, 2023, 9:06 PM IST

IIT-BHU କ୍ୟାମ୍ପସରେ ଛାତ୍ରୀଙ୍କୁ ଅସଦାଚରଣ, ଛାତ୍ରଛାତ୍ରୀଙ୍କ ଧାରଣା ବେଳେ ହିଂସା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାଣସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ଆଇଆଇଟି କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଯାଇଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ କିଛି ଅଣଛାତ୍ର କ୍ୟାମ୍ପସରେ ପଶି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କ୍ୟାମ୍ପସରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଆଜି ହଜାର ହଜାର ଛାତ୍ରଛାତ୍ରୀ ଧାରଣା ଦେବା ନାରାବାଜି କରିଥିଲେ । ପୋଲିସ ସେମାନଙ୍କୁ ଧାରଣା ପ୍ରତ୍ୟାହାର କରିବା ପାଇଁ ବୁଝାସୁଝା କରିବା ବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା ।

  • बनारस में IIT, BHU की एक छात्रा पर यौन आक्रमण हुआ है। कुछ देर पहले, विश्वविद्यालय-परिसर में, उस छात्रा के साथ ज़ोर-ज़बर्दस्ती और दिल दहला देने वाली हिंसा की गयी है। निर्लज्ज हमलावरों ने घटना का वीडियो भी बना लिया है। घटना के विरुद्ध आईआईटी के छात्र प्रदर्शन कर रहे हैं।

    क्या अब…

    — Priyanka Gandhi Vadra (@priyankagandhi) November 2, 2023 " class="align-text-top noRightClick twitterSection" data=" ">

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ 2ଟା ସମୟରେ ଜଣେ ଛାତ୍ରୀ ଓ ତାଙ୍କର ଜଣେ ବନ୍ଧୁ ବୁଲୁଥିବା ବେଳେ କିଛି ଅଣଛାତ୍ର ତାଙ୍କୁ ନିର୍ଯାତନା ଦେବା ସହ ଅସଦାଚରଣ କରିଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ଏହି ଛାତ୍ରୀଙ୍କୁ ସଙ୍ଘବଦ୍ଧ ଅସଦାଚରଣ କରାଯାଇଥିଲା । ଆଜି ସକାଳେ ପୋଲିସରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀ । ଘଟଣା ସମ୍ପର୍କରେ ଜଣାପଡିବା ପରେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୀର୍ଘଦିନର ଏପରି ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ହଜାର ହଜାର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ବିଶ୍ବବିଦ୍ୟାଳୟ ଓ ସ୍ଥାନୀୟ ପୋଲିସ ବିରୋଧରେ ନାରାବାଜୀ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ସହ କ୍ୟାମ୍ପସରେ ପାଠପଢା ଅଚଳ କରିଦେବାକୁ ସେମାନେ ଧମକ ଦେଇଥିଲେ । ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଏହି ମାମଲା ସମ୍ପର୍କରେ ସ୍ଥାନୀୟ ଏସସିପି ପ୍ରବୀଣ ସିଂ କହିଛନ୍ତି, ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି । କ୍ୟାମ୍ପସରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରାଯାଇ ଯାଞ୍ଚ କରାଯାଉଛି । ଅଭିଯୁକ୍ତମାନଙ୍କୁ ଶିଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ । ଏହା ସହ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Maoists violence ahead of PM meeting: ମାତିଲେ ନକ୍ସଲ, ଛତିଶଗଡରେ ନେଲେ 4 ମୁଣ୍ଡ

ଏହି ଘଟଣାକୁ ନେଇ ବିଜେପି ଓ ସିଧା ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଟ୍ବିଟ୍‌ କରି ପ୍ରିୟଙ୍କା କହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ମଧ୍ୟ ଛାତ୍ରୀ ସୁରକ୍ଷିତ ନୁହନ୍ତି । ବନାରସ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଆଇଆଇଟି ପରି ଶୀର୍ଷ ସଂସ୍ଥାନରେ ମଧ୍ୟ ଛାତ୍ରୀ ସୁରକ୍ଷିତ ନୁହନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.