ଚଣ୍ଡିଗଡ: ପଞ୍ଜାବରେ ଭିଜିଲାନ୍ସ ଚଢାଉ ବେଳେ ଗୁଳି କରି ଆତ୍ମହତ୍ୟା କଲେ ଗିରଫ IAS ଅଧିକାରୀଙ୍କ ପୁଅ । ଏକ ଦୁର୍ନୀତି ମାମଲା ଗିରଫ ହୋଇଥିବା IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ପୁଅ କାର୍ତ୍ତିକ (28) ନିଜକୁ ଗୁଳି ଚଳାଇଥିବା ସୂଚନା ରହିଛି । ଭିଜିଲାନ୍ସ ଟିମ ସଞ୍ଜୟ ପୋପଲିଙ୍କ ଘରେ ଚଢାଉ କରିବା ସମୟରେ କାର୍ତ୍ତିକ ନିଜେ ନିଜକୁ ଗୁଳି କରିଥିଲେ । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସ ସୂଚନା ଦେଇଛି ।
-
Chandigarh | Son of Punjab IAS officer allegedly shoots self
— ANI (@ANI) June 25, 2022 " class="align-text-top noRightClick twitterSection" data="
Vigilance team reached here (IAS Sanjay Popli's house) for enquiry&heard a gunshot. After verification, they realized his son has shot himself with his licensed gun. He was shifted to hospital: UT SSP Kuldeep Chahal pic.twitter.com/rh8Z81R7Zx
">Chandigarh | Son of Punjab IAS officer allegedly shoots self
— ANI (@ANI) June 25, 2022
Vigilance team reached here (IAS Sanjay Popli's house) for enquiry&heard a gunshot. After verification, they realized his son has shot himself with his licensed gun. He was shifted to hospital: UT SSP Kuldeep Chahal pic.twitter.com/rh8Z81R7ZxChandigarh | Son of Punjab IAS officer allegedly shoots self
— ANI (@ANI) June 25, 2022
Vigilance team reached here (IAS Sanjay Popli's house) for enquiry&heard a gunshot. After verification, they realized his son has shot himself with his licensed gun. He was shifted to hospital: UT SSP Kuldeep Chahal pic.twitter.com/rh8Z81R7Zx
ସୂଚନା ଅନୁସାରେ, IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରେ ଚଢାଉ ଜାରି ରହିଥିବା ବେଳେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ପରେ ସଞ୍ଜୟ ପୋପଲିଙ୍କ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଏକ ଦୁର୍ନୀତି ମାମଲାରେ ଆଇଏଏସ ଅଧିକାରୀ ସଞ୍ଜୟ ପୋପଲିଙ୍କୁ ଗତ ସପ୍ତାହରେ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କୁ ଆଜି 4ଦିନିଆ ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରାଯିବାରଥିଲା ।
ଏହି ମାମଲାରେ ଭିଜିଲାନ୍ସ ଟିମ ସଞ୍ଜୟଙ୍କ ଚଣ୍ଡିଗଡ ସ୍ଥିତ ଘରେ ଚଢାଉ ପାଇଁ ପହଞ୍ଚିଥିଲା । ସେହି ସମୟରେ ପୋପଲିଙ୍କ ପୁଅ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଏସ୍ଏସପି କୁଲଦୀପ ସିଂହ ଚହଲ ସୂଚନା ଦେଇଛନ୍ତି । ଗୁଳି ଚଳାଯାଇଥିବା ବନ୍ଧୁକଟି କାର୍ତ୍ତିକଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବୋଲି ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ