ETV Bharat / bharat

IAF Chopper Crash: ବିସର୍ଜନ ହେଲା ରାୱତ ଦମ୍ପତିଙ୍କ ଚିତାଭସ୍ମ

author img

By

Published : Dec 12, 2021, 8:18 AM IST

ଶୁକ୍ରବାର ଶେଷକୃତ୍ୟ ପରେ ଶନିବାର ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ପବିତ୍ର ଗଙ୍ଗାନାଦୀରେ ରାୱତ ଦମ୍ପତିଙ୍କ ଚିତାଭସ୍ମ ବିସର୍ଜନ (CDS Gen Rawat and wife's ashes immersed in Ganga)କରାଯାଇଛି । ଏ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ଦୁଇଝିଅ କୀର୍ତ୍ତିକା ଓ ତାରିଣୀ । ଅଧିକ ପଢନ୍ତୁ

ବିସର୍ଜନ ହେଲା ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ
ବିସର୍ଜନ ହେଲା ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ

ନୂଆଦିଲ୍ଲୀ: ଛାତି ଫାଟୁ ଯାଉଥିବ । କୋହ ଆଉ ଲୁହ ଏକାଠି ହୋଇ ଅଣନିଶ୍ବାସ କରି ଦେଉଥିବ । ଯେତେବେଳେ ଏକାବେଳେ ହରାଇଥିବା ବାପାମାଆଙ୍କ ଅସ୍ଥିକୁ ହାତରେ ଧରି ଗଙ୍ଗାରେ ବିସର୍ଜନ କରିଥିବେ ଦୁଇ ଝିଅ । ଶୁକ୍ରବାର ଶେଷକୃତ୍ୟ ପରେ ଶନିବାର ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ପବିତ୍ର ଗଙ୍ଗାନାଦୀରେ ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ ବିସର୍ଜନ (CDS Gen Rawat and wife's ashes immersed in Ganga)କରାଯାଇଛି । ଏ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ଦୁଇଝିଅ କୀର୍ତ୍ତିକା ଓ ତାରିଣୀ ।

ବିସର୍ଜନ ହେଲା ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ
ବିସର୍ଜନ ହେଲା ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ

ଶନିବାର ସକାଳୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଅନ୍ତର୍ଗତ ବରାଡ ସ୍କୋୟାରରେ ଥିବା ଶ୍ମଶାନରୁ ପିତା ସିଡିଏସ ବିପିନ ରାୱତ ଓ ମାତା ମଧୁଲିକା ରାୱତଙ୍କ ଚିତାଭସ୍ମ ସଂଗ୍ରହ କରିଥିଲେ ଦୁଇଝିଅ । ଏହାପରେ ହରିଦ୍ବାର ନିଆଯାଇଥିଲା । ଏହାପରେ ଗଙ୍ଗାନଦୀରେ ଏହି ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା । ଏକାବେଳେ ଦୁଇଝିଅଙ୍କ ମୁଣ୍ଡରୁ ବାପାମାଆଙ୍କ ହାତ ଉଠିଗଲା । ଏ ଦୁଃଖ ସେମାନଙ୍କ ପାଇଁ ସହିବା ବଡ କଷ୍ଟ ।

ପ୍ରକାଶ ଥାଉ କି, ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ବାୟୁସେନା ବିମାନ MI17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ଜଣ ଥିଲେ । ଦୁର୍ଘଟଣାରେ ରାୱତ ଦମ୍ପତ୍ତିଙ୍କ ସହ ୧୩ଜଣଙ୍କର ନିଧନ ହୋଇଥିଲା । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୧୭ ତୋପ ସଲାମିରେ ରାୱତ ଦମ୍ପତ୍ତିଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଦୁଇଝିଅ ମୁଖାଗ୍ନି ଦେଇଥିଲେ । ଲୁହ ଭିଜା ଆଖିରେ ଦେଶ ଓ ଦୁଇଝିଅ ତାଙ୍କୁ ବିଦାୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.