ETV Bharat / bharat

ମୋ ଭିଡିଓ ମୋ ପାଖରେ ଅଛି:  ସାଂସଦମାନଙ୍କୁ ଗୃହରୁ ଫିଙ୍ଗି ଦିଆଗଲା, ସେକଥା ଚର୍ଚ୍ଚା ହେଉନି - ସଂସଦ ଶୀତ ଅଧିବେଶନ

Rahul Gandhi on mimicry video: ରାହୁଲ କହିଲେ ସେ ଭିଡିଓ ରେକର୍ଡ କରିଥିଲେ । ଯାହା ତାଙ୍କ ମୋବାଇଲରେ ଅଛି । ସେ ସେୟାର କରିନାହାନ୍ତି । ଅଧିକ ପଢ଼ନ୍ତୁ

ମୋ ଭିଡିଓ ମୋ ପାଖେ ଅଛି: ସାଂସଦଙ୍କୁ ଗୃହରୁ ଭିଙ୍ଗି ଦିଆଗଲା, ହେଲେ ସେକଥା ଚର୍ଚ୍ଚା ହେଉନି

author img

By ETV Bharat Odisha Team

Published : Dec 20, 2023, 5:27 PM IST

ମୋ ଭିଡିଓ ମୋ ପାଖେ ଅଛି: ସାଂସଦଙ୍କୁ ଗୃହରୁ ଫିଙ୍ଗି ଦିଆଗଲା, ହେଲେ ସେକଥା ଚର୍ଚ୍ଚା ହେଉନି

ନୂଆଦିଲ୍ଲୀ: ସଂସଦ ପରିସର ମଧ୍ୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦ୍ବୀପ ଧନକଡଙ୍କୁ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମିମିକ୍ରି କରିବା ଓ ଏହାର ଭିଡିଓ ରେକର୍ଡ କରାଯିବା ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି । ସାଂସଦମାନେ ନିଲମ୍ବିତ ହେବା ପରେ ସଂସଦ ପରିସରରେ ବସିଥିବା ବେଳେ ଭିଡିଓ ରେକର୍ଡ କରିଛନ୍ତି । ସେହି ଭିଡିଓ ତାଙ୍କ ମୋବାଇଲରେ ଅଛି । ସେ ଏହାକୁ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିନାହାନ୍ତି ବୋଲି ରାହୁଲ କହିବାକୁ ପ୍ରୟାସ କରିଛନ୍ତି ।

ସାଂସଦଙ୍କ ଗଣନିଲମ୍ବନ ପ୍ରସଙ୍ଗରେ ବର୍ଷିଛନ୍ତି ରାହୁଲ । କହିଛନ୍ତି,‘‘ ସାଂସଦମାନେ ସଂସଦ ବାହାରେ ବସିଥିଲେ, ମୁଁ ସେମାନଙ୍କର ଭିଡିଓ ରେକର୍ଡ କରିଛି । ସେ ଭିଡିଓ ମୋ ଫୋନରେ ଅଛି । ହେଲେ ଗଣମାଧ୍ୟମ ଓ ପ୍ରଧାନମନ୍ତ୍ରୀ ଏକଥା କହୁଛନ୍ତି । ପାଖାପାଖି ଦେଢ଼ ଶହ ସାଂସଦଙ୍କୁ ଗୃହରୁ ଫିଙ୍ଗି ଦିଆଗଲା, ସେକଥା ଗଣମାଧ୍ୟରେ ଚର୍ଚ୍ଚା ହେଉନି । ଗୃହରେ ରାଫେଲ ପ୍ରସଙ୍ଗ, ଆଦାନୀ ପ୍ରସଙ୍ଗ ପରି ବିଷୟ ଚର୍ଚ୍ଚା ହେଉନି । ସେକଥା ଗଣମାଧ୍ୟରେ ଖବର ହେଉନି, କିନ୍ତୁ ନିଲମ୍ବିତ ସାଂସଦଙ୍କ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗଣମାଧ୍ୟମ ଖବର ପ୍ରସାରଣର ଏପରି ଧାରା ବଜାୟ ରଖିଲେ, କେମିତି ହେବ । ଆପଣମାନେ ସାମାନ୍ୟ ଖବର ତ ଦେଖାନ୍ତୁ ।’’

ଗତକାଲି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ନେଇ ମିମିକ୍ରି କରିଥିଲେ । ରାଜ୍ୟସଭାରେ ଧନକଡ଼ କିପରି କଥାବାର୍ତ୍ତା କରନ୍ତି, ତାର ନକଲ କରି କଟାକ୍ଷ କରିଥିଲେ କଲ୍ୟାଣ ବାନାର୍ଜୀ । ଏହି ସମୟରେ ବିଭିନ୍ନ ଦଳର ବିରୋଧୀ ସାଂସଦମାନେ ଉପସ୍ଥିତ ଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଭିଡିଓ ସୁଟ କରୁଥିବାର ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:- ଉପରାଷ୍ଟ୍ରପତିଙ୍କୁ ମିମିକ୍ରି ପରେ ରାଜନୀତି ଜୋର: ‘ଇଣ୍ଡିଆ’ ମେଣ୍ଟକୁ ଆଦିବାସୀ, ଓବିସି, ଜାଟ ବିରୋଧୀ କହିଲେ ସଂସଦୀୟ ମନ୍ତ୍ରୀ

ଏହି ପ୍ରସଙ୍ଗରେ ଧନକଡ ଦୁଖଃ ପ୍ରକାଶ କରିବା ସହ ଏହାକୁ ଜାଟ ସମ୍ପ୍ରଦାୟର ଅସମ୍ମାନ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ଅପରାହ୍ନରେ ରାଜ୍ୟସଭାରେ ମଧ୍ୟ ଉଠିଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘଟଣାକୁ ନିନ୍ଦା କରିବା ସହ ବିରୋଧୀ କ୍ଷମତା ମାଗିବା ଉଚିତ ବୋଲି କହିଥିଲେ । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ପାର୍ଟି ମାନେ ପ୍ରଥମକୁ ଆଦିବାସୀ, ଦଳିତ, ଓବିସି ଓ ଜାଟ ବିରୋଧୀ ବୋଲି ମଧ୍ୟ କହିବାକୁ ପଛାଇନଥିଲେ ପ୍ରହ୍ଲାଦ ଯୋଶୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.