ETV Bharat / bharat

ଅଗ୍ନିବୀରଙ୍କ ପାଇଁ ମୁଁ ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ: ବରୁଣ ଗାନ୍ଧୀ

author img

By

Published : Jun 24, 2022, 5:09 PM IST

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଓ ଅସନ୍ତୋଷ ଜାରି ରହିଛି । ଏହାରି ମଧ୍ୟରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଅଗ୍ନିବୀରଙ୍କ ପାଇଁ ମୁଁ ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ: ବରୁଣ ଗାନ୍ଧୀ
ଅଗ୍ନିବୀରଙ୍କ ପାଇଁ ମୁଁ ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: "ଯଦି ଦେଶର ସୁରକ୍ଷା ଦେଉଥିବା ଯବାନଙ୍କୁ ପେନ୍‌ସନ୍‌ ମିଳିବନି ତେବେ ମୁଁ ମୋର ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ ଅଛି । ମୋ ପେନ୍‌ସନ୍‌ ନେଇ ସେମାନଙ୍କୁ ଦିଅନ୍ତୁ ।" ଅଗ୍ନିପଥ ଯୋଜନାକୁ ନେଇ ଏହା କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭର ବହ୍ନି ଜଳାଇଥିଲେ ଆଶାୟୀ । ଅନେକ ଏହି ଯୋଜନାକୁ ସମର୍ଥନ କରୁଥିବା ବେଳେ ଏହାକୁ ସମର୍ଥନ ଦେଉନାହାନ୍ତି । ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କୁ ପେନ୍‌ସନ୍‌ ଦିଆନଯିବାକୁ ପସନ୍ଦ କରି ନାହାନ୍ତି ବରୁଣ ।

ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଦେଶକୁ ସ୍ବଳ୍ପ ସମୟ ପାଇଁ ସୁରକ୍ଷା ଯୋଗାଇବାକୁ ଥିବା ଅଗ୍ନିବୀର ଯଦି ପେନ୍‌ସନ୍‌ର ହକ୍‌ଦାର ନୁହଁନ୍ତି, ତେବେ ଜନ ପ୍ରତିନିଧିଙ୍କୁ କାହିଁକି ଦିଆଯାଉଛି । ରାଷ୍ଟ୍ରରକ୍ଷକଙ୍କ ପେନ୍‌ସନ୍‌ ଦିଆଯିବନି ଯଦି ମୁଁ ମୋର ପେନ୍‌ସନ୍‌ ଛାଡ଼ିବାକୁ ପ୍ରସ୍ତୁତ ଅଛି । ଆମେ ବିଧାୟକ ଏବଂ ସାଂସଦ ନିଜ ପେନ୍‌ସନ୍‌ ଛାଡ଼ି ଅଗ୍ନବୀରଙ୍କ ପେନ୍‌ସନକୁ ସୁନିଶ୍ଚିତ କରି ପାରିବା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.