ETV Bharat / bharat

Hyderabad Murder: ଇଣ୍ଟରନେଟରୁ ମର୍ଡର ପ୍ଲାନ, ୩ ମାସ ଆଗରୁ ଷଡଯନ୍ତ୍ର ରଚିଥିଲା ପୂଜକ

author img

By

Published : Jun 11, 2023, 11:27 AM IST

୩ ମାସ ଆଗରୁ ଗର୍ଭବତୀ ପ୍ରେମିକାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପୂଜକ । ଅଧିକ ପଢନ୍ତୁ

Priest hatched a plan to Kill Apsara for Three months

ହାଇଦ୍ରାବାଦ: ପ୍ରେମିକାକୁ ହତ୍ୟା କରି ମ୍ୟାନହୋଲରେ ଫିଙ୍ଗିବା ଘଟଣା । ହତ୍ୟା ପାଇଁ ୩ ମାସ ଆଗରୁ ଷଡଯନ୍ତ୍ର ରଚିଥିଲା ପୂଜକ ପ୍ରେମିକ । କେମିତି ମଣିଷକୁ ହତ୍ୟା କରିହେବ ତାହା ଇଣ୍ଟରନେଟରେ ସର୍ଚ୍ଚ କରିଥିଲା । ହତ୍ୟାକାଣ୍ଡ ପାଇଁ ସହର ଉପକଣ୍ଠରେ ଏକ ନିଛାଟିଆ ସ୍ଥାନ ଖୋଜିଥିଲା । ସୁଚିନ୍ତିତ ଯୋଜନା କରିବା ପରେ ସେ ଅପସରାକୁ ନିର୍ମମ ଭାବେ ହତ୍ୟା କରିଥିଲା ଏବଂ କାରରେ ମୃତଦେହ ଆଣି ମ୍ୟାନହୋଲରେ ପକାଇ ଦେଇଥିଲା । ଗତ ୪ ତାରିଖରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଅଭିଯୁକ୍ତ ପୂଜକ ଆୟାଗିରି ଭେଙ୍କଟ ସୂର୍ଯ୍ୟ ସାଇକ୍ରିଷ୍ଣା ପୂର୍ବରୁ ବିବାହିତ ଥିଲା । ତା'ର ଗୋଟିଏ ଛୁଆ ମଧ୍ୟ ରହିଛି । ତଥାପି ଅପସରାଙ୍କ ସହ ତା'ର ଅନୈତିକ ସମ୍ପର୍କ ରଖିଥିଲା । ଯେଉଁ କାରଣରୁ ମହିଳା ଗର୍ଭବତୀ ହୋଇଥିଲେ । ସେ ବିବାହ ପାଇଁ ପୂଜକ ଉପରେ ଚାପ ପକାଉଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୂଜକ ପ୍ରେମିକା ଅପସରାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଚିନ୍ତା କରିଥିଲା । ନିର୍ମମ ଭାବେ ହତ୍ୟା କରି ସହରର ମ୍ୟାନହୋଲରେ ଫିଙ୍ଗି ଦେଇଥିଲା । ଅଭିଯୁକ୍ତକୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ତାକୁ ୧୪ ଦିନିଆ ରିମାଣ୍ଡରେ ନେଇଛି ।

ଏହାମଧ୍ୟ ପଢନ୍ତୁ : ପୂଜକକୁ ଦେଇ ବସିଲେ ମନ, ଗର୍ଭବତୀ ହେବା ପରେ ଯୁବତୀଙ୍କୁ ମାରି ଫିଙ୍ଗି ଦେଲା ପୂଜାରୀ

ହତ୍ୟାକାଣ୍ଡ ଘଟାଇବା ପାଇଁ ଗତ ମାର୍ଚ୍ଚ ମାସରୁ ସହରର ଉପକଣ୍ଠରେ ନିଛାଟିଆ ଜାଗାର ସନ୍ଧାନ କରିଥିଲା । କେମିତି ହତ୍ୟା କରିବ ତାହା ଇଣ୍ଟରନେଟରୁ ଦେଖିଥିଲା । ଏହାପରେ ଅପସରାଙ୍କୁ ସେ ଶାମଶଦାବାଦ ଅଞ୍ଚଳର ନିଛାଟିଆ ଜାଗାକୁ ନେଇ ପଥରରେ ଛେଚି ହତ୍ୟା କରିଥିଲା । ସେ ତାଙ୍କର ଡ୍ରେସ ପୋଡି ଦେଇଥିଲା ଏବଂ ମୃତଦେହ ମଧ୍ୟ ପୋଡିବାକୁ ଚାହୁଁଥିଲା । କିନ୍ତୁ କୌଣସି ଜାଳେନି ନ ପାଇବାରୁ ସେ କାରରେ ମୃତଦେହକୁ ଆଣି ମ୍ୟାନହୋଲରେ ଫିଙ୍ଗି ଦେଇଥିଲା । ଏହାପରେ ମ୍ୟାନହୋଲକୁ ଲାଲ ମାଟି ଓ କଂକ୍ରିଟରେ ଘୋଡାଇ ଦେଇଥିଲା ।

ଅପସରାଙ୍କ ନିଖୋଜ ସମ୍ପର୍କରେ ତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୂଜକ ସାଇକ୍ରିଷ୍ଣାକୁ ପଚରାଉଚରା କରିଥିଲା । ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିବା ସହ ମ୍ୟାନହୋଲରେ ମୃତଦେହ ପକାଇଥିବା କହିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.