ETV Bharat / bharat

2 କିଲୋମିଟର ଦୌଡି ଆମ୍ବୁଲାନ୍ସକୁ ବାଟ କଢାଇଲେ ହାଇଦ୍ରାବାଦ ପୋଲିସ କନେଷ୍ଟବଳ

author img

By

Published : Nov 5, 2020, 8:09 PM IST

ହାଇଦ୍ରାବାଦ ସହରର ରାତି ଆଉ ଯାନବାହନ ପରିପୂର୍ଣ୍ଣ ସଡକ । ସହରର ବ୍ୟସ୍ତବହୁଳ ଟ୍ରାଫିକ କଥା କାହାକୁ ଅଛପା ନାହିଁ । ଏଭଳିସ୍ଥିତିରେ ଜଣେ ପୋଲିସ କର୍ମୀ 2 କିଲୋମିଟର ରାସ୍ତାରେ ଦଉଡି ଦଉଡି ଗୋଟିଏ ଆମ୍ବୁଲାନ୍ସକୁ ବାଟ କଢାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

2 କିଲୋମିଟର ଦୌଡି ଆମ୍ବୁଲାନ୍ସକୁ ବାଟ କଢାଇଲେ ହାଇଦ୍ରାବାଦ ପୋଲିସ କନେଷ୍ଟବଳ
2 କିଲୋମିଟର ଦୌଡି ଆମ୍ବୁଲାନ୍ସକୁ ବାଟ କଢାଇଲେ ହାଇଦ୍ରାବାଦ ପୋଲିସ କନେଷ୍ଟବଳ

ହାଇଦ୍ରାବାଦ: ପୂଜା ପର୍ବାଣୀ ହେଉ କି ମହାମାରୀ କୋରୋନା ସଂକଟ । ଦେଶର ପୋଲିସ କର୍ମଚାରୀ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିଆସୁଥିବା ନଜିର ରହିଛି । ତେବେ କିଛି ପୋଲିସ କର୍ମୀ ନିଜ କର୍ତ୍ତବ୍ୟ ଠାରୁ ମଧ୍ୟ ଊର୍ଦ୍ଧ୍ବକୁ ଉଠି ଏପରି କିଛି ମହାନ କାମ କରିଥିବା ଦେଖିବାକୁ ମିଳିଛି, ଯାହା ଦ୍ବାରା ସେ ସମାଜ ଆଗରେ ସୃଷ୍ଟି କରିଛନ୍ତି ଉଦାହରଣ ।

ହାଇଦ୍ରାବାଦ ସହରର ରାତି ଆଉ ଯାନବାହନ ପରିପୂର୍ଣ୍ଣ ସଡକ । ସହରର ବ୍ୟସ୍ତବହୁଳ ଟ୍ରାଫିକ କଥା କାହାକୁ ଅଛପା ନାହିଁ । ଏଭଳିସ୍ଥିତିରେ ଜଣେ ପୋଲିସ କର୍ମୀ 2 କିଲୋମିଟର ରାସ୍ତାରେ ଦଉଡି ଦଉଡି ଗୋଟିଏ ଆମ୍ବୁଲାନ୍ସକୁ ବାଟ କଢାଇଥିବା ଦେଖିବାକୁ ମିଳିଛି । ପୋଲିସକର୍ମୀଙ୍କ ଏପରି ମହାନ କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ହାଇଦ୍ରାବାଦର ଆବିଡ୍ସରୁ କୋଟି ରୋଡ୍‌ ଯାଏଁ 2 କିଲୋମିଟର ଦୌଡି ଦୌଡି ଏକ ଆମ୍ବୁଲାନ୍ସକୁ ବାଟ କଢାଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପୋଲିସକର୍ମୀ ଜଣଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ସୋମବାର ଆବିଡ୍‌ସ ଜିପିଓ ଜଙ୍କସନ ଏବଂ କୋଟି ଆନ୍ଧ୍ର ବ୍ୟାଙ୍କ ମଧ୍ୟରେ ଏହି ଘଟଣା ଘଟିଛି । ତେବେ ହାଇଦ୍ରାବାଦ ପୋଲିସ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ଭିଡିଓ ପୋଷ୍ଟ କରିବା ପରେ ବୁଧବାର ସାମ୍ନାକୁ ଆସିଥିଲା ଏହି ଘଟଣା ।

ଆମ୍ବୁଲାନ୍ସରେ କେହି ଜଣେ କରିଥିବା ଏହି ଭିଡିଓରେ କନଷ୍ଟେବଳ ଜିପିଓ ଜଙ୍କସନରୁ କୋଟି ଆଡକୁ ଦୌଡୁଥିବା ନଜର ଆସିଛନ୍ତି। ପୋଲିସ କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ମୋଟର ଚାଳକମାନେ ପ୍ରଶଂସା କରିଥିଲେ। ଟ୍ରାଫିକ ଜାମରେ ଅଟକି ରହିଥିଲେ ମଧ୍ୟ ସେମାନେ ତାଙ୍କ ପାଇଁ କରତାଳି ଦେଇଥିଲେ ଏମାନେ ।

ପୋଲିସ କନଷ୍ଟେବଳ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଜନସାଧାରଣଙ୍କଠାରୁ ସେ ପାଇଥିବା କୃତଜ୍ଞତା ତାଙ୍କୁ ବହୁତ ସନ୍ତୁଷ୍ଟ କରିଛି। ମୁଁ ଖୁସି ଯେ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ପରିଷ୍କାର କରିପାରିଛି। ମୁଁ ଜାଣେ ନାହିଁ ରୋଗୀ କିଏ ଏବଂ କେଉଁ ଡାକ୍ତରଖାନାକୁ ନିଆଯାଉଛି। ତଥାପି ଏହା କରି ମୋତେ ଆନ୍ଦନ ଲାଗୁଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.