ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି, ଅଯୋଧ୍ୟରେ ଜାନୁଆରୀ 20ରୁ 23 ହୋଟେଲର ଆଡଭାନ୍ସ ବୁକିଂ ମନା - Shriram Mandir inauguration ceremony

Shriram Mandir inauguration ceremony: ଜାନୁଆରୀ ୨୨ ପ୍ରତିଷ୍ଠା ହେବ ଭବ୍ୟ ରାମ ମନ୍ଦିର । ଏଥିପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ଅଯୋଧ୍ୟରେ ଜାନୁଆରୀ 20ରୁ 23 ପର୍ଯ୍ୟନ୍ତ ହୋଟେଲ ଗୁଡ଼ିକୁ ଆଗୁଆ ବୁକିଂ ନକରିବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା
ରାମ ମନ୍ଦିର ପ୍ରତିଷ୍ଠା
author img

By ETV Bharat Odisha Team

Published : Dec 16, 2023, 9:57 PM IST

ଲକ୍ଷ୍ନୌ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଉଦଘାଟିତ ହେବ ବହୁପ୍ରତୀକ୍ଷିତ ମର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏହାକୁ ନେଇ ଭାରତ ସମେତ ସମ୍ପୂର୍ଣ୍ଣ ବିଶ୍ବ ଉତ୍କଣ୍ଠାର ସହିତ ଅନେଇ ବସିଛି । ସେପଟେ ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ରତାକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ପ୍ରସ୍ତୁତିକୁ ଯୋରଦାର ଚଲାଇଛି । ତେବେ ପ୍ରଭୁ ରାମଙ୍କ ମନ୍ଦିର ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଆସିବାକୁଥିବା ଅତିଥିମାନଙ୍କୁ ଭଲ ଆତିଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏହି ସଂପର୍କରେ ମୁଖ୍ୟ ଶାସନ ସଚିବ ସଂଜୟ ପ୍ରସାଦ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ଆଲୋଚନା କରିଛନ୍ତି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ମୁକେଶ ମେଶ୍ରମ, ସ୍ୱତନ୍ତ୍ର ଡିଜି ପ୍ରଶାନ୍ତ କୁମାର, ସିପି ଏସବି ଶିରାଦକର, ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାର ଏବଂ ହୋଟେଲ ଆସୋସିଏସନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ବୈଠକରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିରର ପବିତ୍ରତା ସମ୍ପର୍କରେ ଆଲୋଚନା ହୋଇଥିଲା । ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ ଚାରି ଦିନ ପାଇଁ ହୋଟେଲ ଗୁଡ଼ିକୁ ଅଗୁଆ ବୁକିଂ ନକରିବାକୁ ପ୍ରଶାସନିକ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଟେଲ ଅପରେଟରମାନଙ୍କୁ ଜାନୁଆରୀ 20, 21, 22 ଏବଂ 23 ତାରିଖରେ ରାମ ମନ୍ଦିରର ପାଖରେ କୌଣସି ହୋଟେଲକୁ ଅଗ୍ରୀମ ବୁକିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.......ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସାମିଲ ହେବେ ଏହି ସେଲିବ୍ରିଟି, ପଠାଯାଇଛି ନିମନ୍ତ୍ରଣ

ତେବେ ଏହି ବୈଠକରେ କୁହାଯାଇଛି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ବହୁ ସଂଖ୍ୟକ ଭକ୍ତ ଲକ୍ଷ୍ନୌରେ ପହଞ୍ଚିବେ । ଏଭଳି ପରିସ୍ଥିତିରେ, ସେମାନେ ଯେପରି କୌଣସି ପ୍ରକାରର ସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଯତ୍ନବାନ ହେବା ଉଚିତ । ଜାନୁଆରୀରେ ହୋଟେଲମାନଙ୍କରେ ଆଗୁଆ ବୁକିଂ ନକରିବା ସହ ଆସିବାକୁ ଥିବା ଅତିଥିମାନଙ୍କୁ ଭଲ ଆତିଥ୍ୟ ପ୍ରଦାନ କରିବା ପାଇଁ ହୋଟେଲ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ମୁଖ୍ୟ ସଚିବ କହିଛନ୍ତି ଯେ, ଅତିଥିମାନଙ୍କଠାରୁ କୌଣସି ପ୍ରକାରର ଅଧିକ ଚାର୍ଜ ହେବା ଉଚିତ ନୁହେଁ । ଅତିଥିମାନଙ୍କୁ ଲକ୍ଷ୍ନୌର ଆତିଥ୍ୟ ସହିତ ପରିଚିତ କରାଯିବା ଉଚିତ, ଯାହାଦ୍ବାରା ଅତିଥିମାନେ ଫେରିବା ସମୟରେ ଏକ ଭଲ ଅନୁଭବ ନେଇ ଫେରିବେ ।

ଏହା ମଧ୍ୟ ପଢ଼ନ୍ତୁ.....ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ଉତ୍ସାହ, ପ୍ରବାସୀ ଘରେ ଜାଳିବେ ଦୀପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.