ETV Bharat / bharat

'ବୃହତ ଶିଳ୍ପରେ ପରିଣତ ହେଉଛି ଘରୋଇ ହସ୍ପିଟାଲ, ବନ୍ଦ କରିଦେବା ଭଲ'

author img

By

Published : Jul 19, 2021, 7:34 PM IST

Updated : Jul 19, 2021, 8:03 PM IST

ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡିକ ମାଲାମାଲ ହେବା ଆଳରେ ଲୋକଙ୍କ କଷ୍ଟରୁ ଉଠାଉଛନ୍ତି ଲାଭ । ଏସବୁ ଉପରେ ଦୃଷ୍ଟି କେନ୍ଦ୍ରିତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

'ଶିଳ୍ପରେ ପରିଣତ ହେଉଛି ହସ୍ପିଟାଲ, ବନ୍ଦ କରିଦେବା ଭଲ'

ନୂଆଦିଲ୍ଲୀ: ମହାମାରୀ କୋରୋନା ସମୟରେ ଭିତ୍ତିଭୂମିର ଅଭାବ ଯୋଗୁଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଆଗରେ ସୃଷ୍ଟି ହୋଇଛି ବଡ ଚ୍ୟାଲେଞ୍ଜ । ସରକାରୀ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉନଥିବାରୁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ଓ ସେମାନଙ୍କ ପରିବାର ।

ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡିକ ମାଲାମାଲ ହେବା ଆଳରେ ଲୋକଙ୍କ କଷ୍ଟରୁ ଉଠାଉଛନ୍ତି ଲାଭ । ଏସବୁ ଉପରେ ଦୃଷ୍ଟି କେନ୍ଦ୍ରିତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

କୋରୋନା ସମୟରେ ଘରୋଇ ହସ୍ପିଟାଲଗୁଡିକ ରୋଗୀଙ୍କ କଷ୍ଟରୁ ଲାଭ ହାତେଇବାକୁ ପ୍ରୟାସ କରୁଛନ୍ତି । ତେବେ ରାଜ୍ୟସରକାର ଘରୋଇ ହସ୍ପିଟାଲଗୁଡିକୁ ଅନୁମତି ଦେବା ପରିବର୍ତ୍ତେ ସରକାରୀ କ୍ଷେତ୍ରରେ ଉନ୍ନତ ହସ୍ପିଟାଲ ଖୋଲିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ହସ୍ପିଟାଲଗୁଡିକ ଏବେ ରିଅଲ ଇଷ୍ଟେଟ ତଥା ବଡବଡ ଶିଳ୍ପସଂସ୍ଥାରେ ପରିଣତ ହେଉଛି । ତେବେ ଏସବୁକୁ ବନ୍ଦ କରିଦେଲେ ଭଲ ହେବ ବୋଲି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ହସ୍ପିଟାଲଗୁଡ଼ିକ ଏବେ ଲୋକଙ୍କ କଷ୍ଟ ଉପରେ ବଡବଡ ଶିଳ୍ପସଂସ୍ଥାରେ ଛିଡାକରିବାରେ ଲାଗିଛନ୍ତି। ସେମାନଙ୍କୁ ଲୋକଙ୍କ ଜୀବନକୁ ନେଇ ଆର୍ଥିକ ସ୍ତରରେ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ସେଭଳି ହସ୍ପିଟାଲଗୁଡ଼ିକୁ ଏବେ ବନ୍ଦ କରି ଦିଆଯାଉ, ଯାହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି କହିଛନ୍ତି କୋର୍ଟ ।

Last Updated : Jul 19, 2021, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.