ମେଷ: ଆଜି ବନ୍ଧୁ ତାହା କରନ୍ତୁ ନାହିଁ । ଏବଂ ବ୍ୟସ୍ତତା ଆପଣଙ୍କୁ ଘେରି ରହିବ, ରାତିସାରା ଆପଣ ଉଜାଗର ରହିପାରନ୍ତି, ଫଳରେ ମାନସିକ ଏବଂ ଶାରିରୀକସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା, ଯଦି ପ୍ରସ୍ତୁତ କରିଥାନ୍ତି, ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ ।
ବୃଷ: ଏକ ସମ୍ବେଦନଶୀଳ ଘୋଷଣା ଭାବନାକୁ ଅତ୍ୟଧିକ ଭାବରେ ପ୍ରଭାବିତ କରିପାରେ । ତଥାପି କାର୍ଯ୍ୟ ଦକ୍ଷତା ସାମାନ୍ୟ ଆସ୍ବସ୍ଥି ଦେବ । ଆଜି ସଂପୁର୍ଣ୍ଣ ଭାବରେ ସକ୍ରିୟ ରହିବେ, ଭାଇ ଭଉଣୀଙ୍କ ଅଧିକ ସମୟ ବିତାଇବେ । ଯାହା ଆଜି ଅଧିକ ଲାଭପ୍ରଦ ହେବ ।
ମିଥୁନ: ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ, ଯେତେତୁ ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେଟା ଅନୁକୂଳ ରହିବ ନାହିଁ । ଛାତ୍ରଛାତ୍ରୀ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବାରେ କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନର ମଧ୍ୟ ଭାଗରେ ପରିସ୍ଥିତିରେ ଉନ୍ନତି ଆସିବ ।
କର୍କଟ: ନିଜର କ୍ରୋଧ ପ୍ରକୃତିକୁ ନିଜ ନିୟନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ ।
ସିଂହ: ଦିନର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ଯେପରି ଅବଶିଷ୍ଟ ଖୁସିକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ । ତେଣୁ ଅଯଥା କଥାକୁ ନେଇ ଯୁକ୍ତିତର୍କ ନ କରି ସ୍ୱାସ୍ଥ୍ୟ ପ୍ରତି ୟତ୍ନନେବା ହୁଅନ୍ତୁ । ଯଦି ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଶାନ୍ତ ରୁହନ୍ତୁ । ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ । ନୂଆ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ । ପ୍ରିୟଜନଙ୍କ ସହ ସମ୍ପର୍କ ନିବିଡ ହେବ ।
କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରଯୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେସଙ୍ଗେ ଭୁଲବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା: ଆଜିର ଦିନଟି ଶୁଭ ଫଳଦାୟକ ଅଟେ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତା ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଏଥିପାଇଁ ଉପକୃତ ହେବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଆହ୍ଳାଦ ଜନିତ ପାରିବାରିକ ପରିବେଶ ପରିବାରର ସଦସ୍ୟଙ୍କ ସଙ୍ଗେସଙ୍ଗେ ପରିଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି । ଏପରି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଜି ଚେଷ୍ଟାକଲେ ଭଲହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।
ବିଛା: ଦିନଟି ଭଲରେ କଟିବ । ପ୍ରତି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଚାକିରିରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ୟାତ୍ରା ହୋଇପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ମୌଜ ମଜଲିସରେ ସମୟ କାଟିବେ । ବନ୍ଧୁମାନଙ୍କ ସହ ପରିଭ୍ରମଣରେ ୟାଆନ୍ତୁ । ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆତ୍ମସନ୍ତୋଷ ଲାଭ କରିବେ ।
ଧନୁ: ଦିବସର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ଏହାଦ୍ୱାରା ଦିନଟି ଅଯଥାରେ କଟିବ । ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁମାନେ ଗୃହକୁ ଆସିବେ । ସେମାନଙ୍କ ଠାରୁ ଖୁସି ଖବର ପାଇପାରନ୍ତି । ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗର ଆଶ୍ରୟ ନିଅନ୍ତୁ ।
ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଦିନର ପ୍ରଥମାର୍ଦ୍ଧରେ କର୍ମଜୀବୀମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆମୋଦପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କ ସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ସ୍ବାସ୍ଥ୍ୟାବସ୍ଥାରେ କିଛି ଅବନତି ଦେଖାଦେଇପାରେ। ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପଚିନ୍ତା ମନକୁ ଆଚ୍ଛନ୍ନ କରିବା ଫଳରେ ଦିନଟିକୁ ଶୁଖ ଶାନ୍ତିରେ ଉପଭୋଗ କରିପାରିବେ ନାହିଁ । ତେଣୁ ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ ।
କୁମ୍ଭ: ଆଜି ଦିନଟିର ଶୁଭ ସ୍ମୃତି ମନରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବିମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ । ବନ୍ଧୁ ଓ ପରିବାର ସହ ବାହାରକୁ ଭ୍ରମଣରେ ଯାଇପାରନ୍ତି ।