ମେଷ: ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ । ଅର୍ଥ ସମାଗମର ବାଟ ଖୋଲିବ । ଜୀବନ ଖୁସି ଓ ସନ୍ତୋଷପୂର୍ଣ୍ଣ ରହିବ । ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ । କିନ୍ତୁ ନିଜ କଥା କହିବାରେ ସଂଯତ ରଖନ୍ତୁ । ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ ।
ବୃଷ: ଆଜି ଦିନସାରା ଖୁସିରେ ରହିବେ । ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ । ଶେଷ ହୋଇ ନ ଥିବା କାମକୁ ସମାପ୍ତ କରିବେ । ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ । ଏହା ସହିତ ସେମାନଙ୍କ ଠାରୁ ଲାଭ ମଧ୍ୟ ପାଇବେ । ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ ।
ମିଥୁନ: ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବେ । ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ସମୟ ନଷ୍ଟ କରିବା ପାଇଁ କାହାରିକୁ ସୁବିଧା ଦିଅନ୍ତୁ ନାହିଁ । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ । ଯାତ୍ରା ବର୍ଜନୀୟ ଅଟେ ।
କର୍କଟ: ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗି ରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇ ପାରିବେ ନାହିଁ । ହୃଦୟ ଜନିତ ଯନ୍ତ୍ରଣା ପାଇବେ ।
ସିଂହ: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ତ୍ବ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲି ଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।
କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ । ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନ କରିବା ପାଇଁ ଚେଷ୍ଟା କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଭ୍ରମଣରେ ଯାଇପାରନ୍ତି । ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ ।
ତୁଳା: ଆର୍ଥିକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ନୂତନ କାମ କରିବାର ସୁଯୋଗ ମିଳିପାରେ । ଦେହ ଓ ମନ ସୁସ୍ଥ ରହିବ । ନିଷ୍ଠାର ସହିତ ଠିକ ସମୟରେ କାର୍ଯ୍ୟ ଶେଷ କରିବେ । ନିଜ ଉପରେ ଭରସା ବଢିବ । ମୌଜମଜଲିସରେ ଅନେକ ଅର୍ଥ ସାରିବେ ।
ବିଛା: ଆପଣ ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ । ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ । ମସ୍ତିଷ୍କରେ ବିଭିନ୍ନ ଚାପ ଯୋଗୁଁ ସବୁବେଳେ ଉତ୍କଣ୍ଠିତ ରହିବେ । ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ । ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନ କଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି । କୌଣସି ନିଜର ଅଙ୍ଗରେ ଅସ୍ତ୍ରପୋଚାର କରିବାର ଥିଲେ ମଧ୍ୟ କରନ୍ତୁ ନାହିଁ । ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦ କରିପାରନ୍ତି । ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିବା ଉଚିତ । ଦିନଟି ମୌଜ ମଜଲିସରେ କାଟିପାରନ୍ତି ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ । ଯେଉଁ ଯୁବକ ଯୁବତୀ ବିବାହ ପାଇଁ ଇଚ୍ଛା ରହିଛି ସେମାନେ ନିଜର ପସନ୍ଦ ମୁତାବକ ଜୀବନସାଥୀ ପାଇବେ ।
ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ । ଆଜି ଉଦ୍ଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବାନ୍ଧବଙ୍କ ଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଆଁ , ପାଣି ଏବଂ ଦୁର୍ଘଟଣା ପାଇଁ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।
କୁମ୍ଭ: ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । ମାତ୍ରାଧିକ କାମ ପାଇଁ ଅଧିକ ବଳ ହେବନି । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ ।
ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ରକ୍ଷା ପାଇବା ପାଇଁ କିଛି ବାଟ ନାହିଁ । ମାତ୍ର ପରିଶ୍ରମର ଫଳ ମିଠା ଅଟେ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ସାମାନ୍ୟ ବିଶ୍ୱାସ ଭଗବାନଙ୍କ ଉପରେ ରଖନ୍ତୁ । ଆପଣଙ୍କ ଦିନଟିକୁ ଭଲରେ ପରିଣତ କରିବ ।