ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଦିଗରେ ସମୟ ବିତାଇବେ । ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ ।
ବୃଷ: ଦିନଟି ଆପଣ ବହୁତ ଖୁସିର ଦିନ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରଣ କରିବ ।
ମିଥୁନ: ଆଜି ଦିନଟିରେ ବହୁଦିଗରୁ ଲାଭବାନ ହୋଇପାରନ୍ତି । ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟି କଟିବ । ସବୁ ଜିନିଷ ଏକତ୍ର ଆପଣଙ୍କ ନିକଟକୁ ଆସିପାରେ । ଉତ୍ତମ ଭୋଜନ ମିିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ବ୍ୟବସାୟରେ ଲାଭ ହୋଇ ପୁଞ୍ଜି ବଢାଇପାରେ ।
କର୍କଟ: ବିଦେଶରୁ ଶୁଭ କିମ୍ୱା ଖୁସି ଖବର ଆସିବାର ସମ୍ଭାବନା ରହିଛି, ଉଲ୍ଲାସମୟ ଭ୍ରମଣ ହେବ ଏବଂ ଆପଣ ଯାହା ବି କରିବେ, ସେଥିରେ ଭାଗ୍ୟଶାଳୀ ପ୍ରମାଣିତ ହେବେ, ସେଥିପାଇଁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ସନୁଷ୍ଟ ଅନୁଭବ କରିବେ । ଏହି ପୁରସ୍କାର ଗୁଡିକ ନମ୍ରତାର ସହିତ ଗ୍ରହଣ କରନ୍ତୁ ଏବଂ ଭଗବାନଙ୍କୁ ଅନେକ ଅନେକ ଧନ୍ୟବାଦ ଦିଅନ୍ତୁ । ଆପଣ ନିଜେ ପ୍ରାପ୍ତ କରିଥିବା ଆଶୀର୍ବାଦ ମନେ ରଖିବା ନିଜର ମହାନତାର ପରିଚୟ ।
ସିଂହ: ଆଜି ଆପଣଙ୍କ ପାଇଁ ବିରୋଧାତ୍ମକ ଗ୍ରହିକ ପ୍ରଭାବ ଗଚ୍ଛିତ ଅଛି । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ଯାହା ବି କରନ୍ତୁ, ସତର୍କତା ଅବଲମ୍ବନ କରିବେ । ଯତ୍ନଶୀଳ ହୁଅନ୍ତୁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଅକସ୍ମାତ୍ ଖରାପ ହୋଇପାରେ । ଅସୁସ୍ଥତା ଦୃଷ୍ଟିରୁ ଆପଣଙ୍କୁ ହଠାତ୍ ଖର୍ଚ୍ଚ କରିବାକୁ ପଡିପାରେ ।
କନ୍ୟା: ଆଜି, ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କାଲିଦିନ ଠାରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ହିଁ ଅଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପେଶାଗତ କ୍ଷେତ୍ରରେ ଆପଣଙ୍କ ପାଇଁ ପୁରସ୍କାର ଗଚ୍ଛିତ ଅଛି । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ନକ୍ଷତ୍ର ମାନଙ୍କର ସେହି ବଦାନ୍ୟତା ନମ୍ରତାର ସହିତ ଗ୍ରହଣ କରନ୍ତୁ ।
ତୁଳା: ଉତ୍ତମ ସ୍ୱାସ୍ଥ୍ୟ, ପରିବାର ଦୃଷ୍ଟିକୋଣରୁ ଖୁସିମୟ ସମୟ ଏବଂ ବ୍ୟବସାୟରେ ବିପୁଳ ଅର୍ଥ ଲାଭ ଆଜି ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ଆଉ କଣ ଆଶା କରିବେ? ପରିବାର ସହିତ ହସ ଉଲ୍ଲାସରେ ସମୟ ବିତାଇବେ ଏବଂ ପାଟ୍ର୍ଣ୍ଣର ଏବଂ ସହକର୍ମୀ ସହିତ ଉତ୍ତମ ପରିବେଶ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବେଶୀ କିଛି ସଂଘର୍ଷ ନ କରି ଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଛି ।
ବିଛା: ଅଯଥାରେ କାହା ସଙ୍ଗରେ ବଚସା କରନ୍ତୁ ନାହିଁ । ସନ୍ତାନମାନଙ୍କ ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ । ଯଦି ହୁଏ ଭ୍ରମଣକୁ ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବା ପାଇଁ ଆଜି ଏକ ଶୁଭଦିନ ଅଟେ । କଠିନ ପରିଶ୍ରମକଲେ ସଫଳତା ମିଳେ । ତେଣୁ କଠିନ ପରିଶ୍ରମ କରନ୍ତୁ ।
ଧନୁ : ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ତେଣୁ ଆଜି ଗୃହ ପରିବେଶ ଅଶାନ୍ତ ରହିବ । ସମ୍ପତ୍ତି ସମ୍ପର୍କୀୟ କୌଣସି ଘଟଣାରେ ନିଜକୁ ଜଡିତ କରନ୍ତୁ ନାହିଁ । ଆର୍ଥିକ ଅନାଟନ ଲାଗିରହିବ । ନିଜେ ଅପମାନିତ ହେବା ସ୍ଥାନଠାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ବିଚଳିତ କରିବ । ଆପଣ ମଧ୍ୟ ନିଜ ଛାତିରେ ଯନ୍ତ୍ରଣା ପାଇବେ ।
ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି । ନିଜର ସମ୍ପତ୍ତି ସମ୍ପର୍କିତ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ବୃତ୍ତିଧାରୀ ଓ ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ନିର୍ବାସିତ କରିପାରିବେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ଅର୍ଥାଗମ ହେବାର ଶୁଭ ସୂଚନା ଅଛି । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଅଟେ ।
କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ | ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସଙ୍ଗେ ସଙ୍ଗେ ଝଗଡା ଲାଗିପାରେ । ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ । ଅଳ୍ପ ସମୟ ମଧ୍ୟରେ ଆପଣଙ୍କପାଇଁ ସଫଳତା ଦ୍ୱାରଦେଶରେ ପହଞ୍ଚିଯିବେ । ଧୈଯ୍ୟ ଧରନ୍ତୁ ।
ମୀନ: ଆପଣଙ୍କ ପାଇଁ ଆଜି ହେଉଛି ଏକ ଭାଗ୍ୟଶାଳୀ ଦିନ । ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ଏବଂ ମଜଭୁତ ଶକ୍ତି ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ ଏବଂ ବ୍ୟବସାୟୀକ-ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ । ଆଗକୁ ଅଗ୍ରସର ହୁଅନ୍ତୁ, ଲାଭ ଉଠାନ୍ତୁ, ନିବେଶ କରନ୍ତୁ, ତଥାପି ବି ଅର୍ଥ ଉପରେ ନିୟନ୍ତ୍ରଣ ରଖନ୍ତୁ ।